ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ିକୁ ୧୫ ବର୍ଷ ପୂରିଲା: ସରୁନି ତଦନ୍ତ, ହେଉନି ରହସ୍ୟ ଉନ୍ମୋଚନ

ପାରାଦୀପ,୯।୯(ଶରତ ରାଉତ): ପାରାଦୀପ ବନ୍ଦର ନିକଟରେ ଏମ୍‌ଭି ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ସୋମବାର ୧୫ ବର୍ଷ ପୂରୁଛି। ବନ୍ଦରଠାରୁ ୬ କି.ମି. ସମୁଦ୍ରର ଆଙ୍କରେଜ୍‌ ଏରିଆରେ ୨୦୦୯ ସେପ୍ଟେମ୍ବର ୯ରେ ଏହି ଜାହାଜ ବୁଡ଼ି ଯାଇଥିଲା। ପ୍ରାୟ ୨୦୧୪ ମସିହା ପର୍ଯ୍ୟନ୍ତ ବ୍ଲାକରୋଜ ଅଧାବୁଡ଼ା ଅବସ୍ଥାରେ ଥିଲା। ତାହା ଦେଖାଯାଉଥିଲା। ଏବେ ସେହି ଜାହାଜ ସମୁଦ୍ରରେ ଅଦୃଶ୍ୟ ହୋଇଗଲାଣି। କିନ୍ତୁ ରାଜ୍ୟ ରାଜନୀତିରେ ସମୟାନୁସାରେ ବ୍ଲାକରୋଜ ଜାହାଜ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜି ଆସିଛି। ନିର୍ବାଚନ ସମୟଠାରୁ ଆରମ୍ଭ କରି ବିଧାନସଭା, ଲୋକ ସଭା ପର୍ଯ୍ୟନ୍ତ ତଦନ୍ତ ପାଇଁ ବିଭିନ୍ନ ରାଜନେତା ଓ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। କିନ୍ତୁ ଗତ ୧୫ ବର୍ଷ ମଧ୍ୟରେ ଜାହାଜ ବୁଡ଼ିବା ଘଟଣାର ରହସ୍ୟ ଉନ୍ମୋଚନ ହୋଇନାହିଁ କି ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ବ୍ଲାକରୋଜ୍‌ ଜାହାଜ ମାଲିକ ମଙ୍ଗୋଲିଆର ସି. କକ୍‌ଙ୍କ ପାଖରେ ପହଞ୍ଚି ପାରିନାହିଁ।

ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ରେ ଏମ୍‌ଭି ବ୍ଲାକ୍‌ରୋଜ୍‌ ପାରାଦୀପବନ୍ଦର ବର୍ଥରେ ଥିବାବେଳେ ଲୁହାପଥର ବୋଝେଇ ହେଉଥିଲା। ୨୩,୮୪୭ ମେଟ୍ରିକ୍‌ ଟନ୍‌ ପଣ୍ୟ ବୋଝେଇ ହୋଇଥିବାବେଳେ ଜାହାଜର କ୍ୟାପ୍‌ଟେନ୍‌ ପଣ୍ୟ ବୋଝେଇ ପାଇଁ ମନା କରିଥିଲେ। କାରଣ ବୋଝେଇ ହେଉଥିବା ଲୁହାପଥର ବର୍ଷାପାଣିରେ ଓଦା ହୋଇଥିଲା। ଜାହାଜର ଖଣି (ହାର୍ଜ)ରେ ତାହା ପଙ୍କ ଭଳି ଅଣେଇ ହେଉଥିଲା। ଓଦା ଲୁହାପଥର ଶୁଖାଇ ଜାହାଜରେ ବୋଝେଇ କରିବା ସମୟସାପେକ୍ଷ ଥିବାରୁ ସେତେବେଳେ ବନ୍ଦର ପ୍ରଶାସନ ପକ୍ଷରୁ ଜାହାଜ ବର୍ଥ ଛାଡ଼ିବା ପାଇଁ କୁହାଯାଇଥିଲା। ଆଙ୍କରେଜ୍‌ ଏରିଆରେ ଓଦା ଲୁହାପଥର ଶୁଖାଇବା ସହଜ ହୋଇଥାନ୍ତା ବୋଲି କୁହାଯାଇଥିଲା। ଜାହାଜ ବର୍ଥ ଛାଡ଼ିବା ପୂର୍ବରୁ ଯେମିତି କାଗଜପତ୍ର କରାଯିବା କଥା ସେତେବେଳେ ତାହା ହୋଇ ନ ଥିଲା। ସାରେ ଜାହାଜ ଆଙ୍କରେଜ ଏରିଆରେ ଧୀରେ ଧୀରେ ଅଣେଇ ହୋଇ ଶେଷରେ ବୁଡ଼ିଯାଇଥିଲା। ସେତେବେଳେ ଜାହାଜରେ ଥିବା ୨୭ ଜଣ ନାବିକଙ୍କ ମଧ୍ୟରୁ ୨୬ ଜଣଙ୍କୁ ପାରାଦୀପ ବନ୍ଦର ମେରାଇନ ବିଭାଗର ଟଗ୍‌ ବୋଟ୍‌ ଉଦ୍ଧାର କରିଥିଲା। ହେଲେ ଜାହାଜର ମୁଖ୍ୟ ଯନ୍ତ୍ରୀ ରୁଷିଆର ଆଲେକଜାଣ୍ଡାର ୟୁଲୋଶ୍ଚେଙ୍କୋ କ୍ୟାବିନ ଭିତରେ ରହିଯାଇଥିଲେ। ଜାହାଜ ବୁଡିବାର ୮ ଦିନ ପରେ ତାଙ୍କ ମୃତଦେହ ବାହାର କରାଯାଇଥିଲା। ୧୦ ଦିନ ପରେ ଜାହାଜରେ ଥିବା ୪,୨୦୦ କେଏଲ ଇନ୍ଧନ, ୯୨୦ ମେଟ୍ରିକ୍‌ ଟନ୍‌ ଫର୍ନେସ ଅଏଲ୍‌ ନିର୍ଗତ ହୋଇ ସମୁଦ୍ର ପାଣିରେ ଭାସିଥିଲା। ସେତେବେଳେ ପାରାଦୀପ ବନ୍ଦର ପକ୍ଷରୁ ଜାହାଜରେ ଥିବା ତେଲକୁ ବାହାର କରାଯାଇଥିଲା। ମୃତଦେହ ବାହାର କରିବା ଓ ତେଲ ନିଷ୍କାସନ କରିବା ପାଇଁ ଆମେରିକାର ଏକ ସଂସ୍ଥା ନିୟୋଜିତ ହୋଇଥିଲା। ଏସବୁ କାମ ପାଇଁ ସେତେବେଳେ ପ୍ରାୟ ୪୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏହି ଘଟଣାରେ ପ୍ରଥମେ ନେହେରୁ ବଙ୍ଗଳା ମେରାଇନ୍‌ ପୋଲିସ ମାମଲା (ନଂ.୨୬/୯) ରୁଜୁ କରିଥିଲା। ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ସେତେବେଳେ ଏହି ଘଟଣାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ହାଇକୋର୍ଟରେ ୨ଟି ମାମଲା ମଧ୍ୟ ହୋଇଥିଲା। ତଦନ୍ତବେଳେ ଜଣାପଡ଼ିଥିଲା, ସମ୍ପୃକ୍ତ ବ୍ଲାକ୍‌ରୋଜ୍‌ ଜାହାଜର ଫିଟ୍‌ନେସ୍‌ ନ ଥିଲା। କାରଣ ଗୋଟିଏ ଜାହାଜ ୨୫ ବର୍ଷ ସମୁଦ୍ରରେ ରହିବା ପରେ ଅଯୋଗ୍ୟ ହୋଇଥାଏ। ପରେ ଏମ୍‌ଏମ୍‌ଡି (ମେରାଇନ୍‌ ମର୍କାଣ୍ଟାଇଲ ଡିପାର୍ଟମେଣ୍ଟ)ଯାଞ୍ଚ ପରେ କେତେବର୍ଷ ପାଇଁ ଜାହାଜ ଚଳାଚଳ କରିବା ସକ୍ଷମ ରିପୋର୍ଟ ଦେବା ପରେ ଏହା ଚାଲିବା କଥା। ଏପରି କାଗଜପତ୍ର ଠିକ ନ ଥିବା ଜାହାଜକୁ କିପରି ପ୍ରବେଶ ପାଇଁ କ୍ଲିୟରାନ୍ସ ଦିଆଗଲା ତାହା ଏପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି। ଜାହାଜ ଏଜେଣ୍ଟ କମ୍ପାନୀକୁ ସେତେବେଳେ କଳା ତାଲିକାଭୁକ୍ତ କରାଯାଇଥିଲା। ସେହି କମ୍ପାନୀ ଏବେବି ନାମ ବଦଳାଇ କାମ କରୁଛି। ଉକ୍ତ ଜାହାଜ ଭାରତରୁ ଚାଇନା ଯିବାର ଥିଲା। ବିନା କାଗଜପତ୍ରରେ ୫ ବର୍ଷ ଧରି ବିଶ୍ୱର ବିଭିନ୍ନ ଦେଶକୁ ଯାଇଥିଲା। ଆଇଏମ୍‌ଓ (ଇଣ୍ଟରନ୍ୟାଶନାଲ ମାରିଟାଇମ ଅର୍ଗାନାଇଜେଶନ)ଏ ବିଷୟରେ କିପରି ଯାଞ୍ଚ କରି ନ ଥିଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।
ଜାହାଜରେ ଯେଉଁ ଲୁହାପଥର ବୋଝେଇ କରାଯାଇଥିଲା, ତାହା ୩ ରପ୍ତାନିକାରୀ ସଂସ୍ଥାର ଥିଲା। ସେତେବେଳେ ଅଧିକ ଲୁହାପଥର ଚାଇନା ଯାଉଥିଲା। ଅନେକ ସଂସ୍ଥା ରପ୍ତାନି କରୁଥିଲେ। ସେହି ରପ୍ତାନିକାରୀ ସଂସ୍ଥାର ରାଜନୈତିକ ସଂପୃକ୍ତି ଥିବା ଅଭିଯୋଗ ହେଉଛି। ସିବିଆଇ ତଦନ୍ତ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ୨୦୧୮ରେ ସୁପାରିସ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ହୋଇନାହିଁ। ସବୁ ତଦନ୍ତ ସତ୍ତ୍ୱେ ଏପର୍ଯ୍ୟନ୍ତ ଜାହାଜ ମାଲିକ ସି. କକ୍‌ଙ୍କୁ ଭାରତ ସରକାର ଆଣିପାରିନାହାନ୍ତି। ଯେଉଁ ଜାଗାରେ ଜାହାଜ ବୁଡିଛି ସେଠାରେ ଅନ୍ୟ ଜାହାଜ ପାଇଁ ବିପଦ ହୋଇପାରେ ବୋଲି କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେମିତି ଘଟିନାହିଁ। କିନ୍ତୁ ୨-୩ ଥର ମାଛଧରା ବୋଟ୍‌ ବାଡ଼େଇ ହୋଇଛି। ଅଗଷ୍ଟରେ କୋଲ୍‌କାତାରୁ ପୋର୍ଟବ୍ଲେୟାର ଯାଉଥିବା ଏକ ଭାରତୀୟ ଜାହାଜ ବୁଡ଼ିଯାଇଛି। ସେଥିରେ ଥିବା ୧୪ ନାବିକଙ୍କ ମଧ୍ୟରୁ ୧୧ ଜଣଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଥିଲା। ଏବେବି ୩ ଜଣ ନିଖୋଜ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri