ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ିକୁ ୧୫ ବର୍ଷ ପୂରିଲା: ସରୁନି ତଦନ୍ତ, ହେଉନି ରହସ୍ୟ ଉନ୍ମୋଚନ

ପାରାଦୀପ,୯।୯(ଶରତ ରାଉତ): ପାରାଦୀପ ବନ୍ଦର ନିକଟରେ ଏମ୍‌ଭି ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ସୋମବାର ୧୫ ବର୍ଷ ପୂରୁଛି। ବନ୍ଦରଠାରୁ ୬ କି.ମି. ସମୁଦ୍ରର ଆଙ୍କରେଜ୍‌ ଏରିଆରେ ୨୦୦୯ ସେପ୍ଟେମ୍ବର ୯ରେ ଏହି ଜାହାଜ ବୁଡ଼ି ଯାଇଥିଲା। ପ୍ରାୟ ୨୦୧୪ ମସିହା ପର୍ଯ୍ୟନ୍ତ ବ୍ଲାକରୋଜ ଅଧାବୁଡ଼ା ଅବସ୍ଥାରେ ଥିଲା। ତାହା ଦେଖାଯାଉଥିଲା। ଏବେ ସେହି ଜାହାଜ ସମୁଦ୍ରରେ ଅଦୃଶ୍ୟ ହୋଇଗଲାଣି। କିନ୍ତୁ ରାଜ୍ୟ ରାଜନୀତିରେ ସମୟାନୁସାରେ ବ୍ଲାକରୋଜ ଜାହାଜ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜି ଆସିଛି। ନିର୍ବାଚନ ସମୟଠାରୁ ଆରମ୍ଭ କରି ବିଧାନସଭା, ଲୋକ ସଭା ପର୍ଯ୍ୟନ୍ତ ତଦନ୍ତ ପାଇଁ ବିଭିନ୍ନ ରାଜନେତା ଓ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି। କିନ୍ତୁ ଗତ ୧୫ ବର୍ଷ ମଧ୍ୟରେ ଜାହାଜ ବୁଡ଼ିବା ଘଟଣାର ରହସ୍ୟ ଉନ୍ମୋଚନ ହୋଇନାହିଁ କି ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ବ୍ଲାକରୋଜ୍‌ ଜାହାଜ ମାଲିକ ମଙ୍ଗୋଲିଆର ସି. କକ୍‌ଙ୍କ ପାଖରେ ପହଞ୍ଚି ପାରିନାହିଁ।

ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ରେ ଏମ୍‌ଭି ବ୍ଲାକ୍‌ରୋଜ୍‌ ପାରାଦୀପବନ୍ଦର ବର୍ଥରେ ଥିବାବେଳେ ଲୁହାପଥର ବୋଝେଇ ହେଉଥିଲା। ୨୩,୮୪୭ ମେଟ୍ରିକ୍‌ ଟନ୍‌ ପଣ୍ୟ ବୋଝେଇ ହୋଇଥିବାବେଳେ ଜାହାଜର କ୍ୟାପ୍‌ଟେନ୍‌ ପଣ୍ୟ ବୋଝେଇ ପାଇଁ ମନା କରିଥିଲେ। କାରଣ ବୋଝେଇ ହେଉଥିବା ଲୁହାପଥର ବର୍ଷାପାଣିରେ ଓଦା ହୋଇଥିଲା। ଜାହାଜର ଖଣି (ହାର୍ଜ)ରେ ତାହା ପଙ୍କ ଭଳି ଅଣେଇ ହେଉଥିଲା। ଓଦା ଲୁହାପଥର ଶୁଖାଇ ଜାହାଜରେ ବୋଝେଇ କରିବା ସମୟସାପେକ୍ଷ ଥିବାରୁ ସେତେବେଳେ ବନ୍ଦର ପ୍ରଶାସନ ପକ୍ଷରୁ ଜାହାଜ ବର୍ଥ ଛାଡ଼ିବା ପାଇଁ କୁହାଯାଇଥିଲା। ଆଙ୍କରେଜ୍‌ ଏରିଆରେ ଓଦା ଲୁହାପଥର ଶୁଖାଇବା ସହଜ ହୋଇଥାନ୍ତା ବୋଲି କୁହାଯାଇଥିଲା। ଜାହାଜ ବର୍ଥ ଛାଡ଼ିବା ପୂର୍ବରୁ ଯେମିତି କାଗଜପତ୍ର କରାଯିବା କଥା ସେତେବେଳେ ତାହା ହୋଇ ନ ଥିଲା। ସାରେ ଜାହାଜ ଆଙ୍କରେଜ ଏରିଆରେ ଧୀରେ ଧୀରେ ଅଣେଇ ହୋଇ ଶେଷରେ ବୁଡ଼ିଯାଇଥିଲା। ସେତେବେଳେ ଜାହାଜରେ ଥିବା ୨୭ ଜଣ ନାବିକଙ୍କ ମଧ୍ୟରୁ ୨୬ ଜଣଙ୍କୁ ପାରାଦୀପ ବନ୍ଦର ମେରାଇନ ବିଭାଗର ଟଗ୍‌ ବୋଟ୍‌ ଉଦ୍ଧାର କରିଥିଲା। ହେଲେ ଜାହାଜର ମୁଖ୍ୟ ଯନ୍ତ୍ରୀ ରୁଷିଆର ଆଲେକଜାଣ୍ଡାର ୟୁଲୋଶ୍ଚେଙ୍କୋ କ୍ୟାବିନ ଭିତରେ ରହିଯାଇଥିଲେ। ଜାହାଜ ବୁଡିବାର ୮ ଦିନ ପରେ ତାଙ୍କ ମୃତଦେହ ବାହାର କରାଯାଇଥିଲା। ୧୦ ଦିନ ପରେ ଜାହାଜରେ ଥିବା ୪,୨୦୦ କେଏଲ ଇନ୍ଧନ, ୯୨୦ ମେଟ୍ରିକ୍‌ ଟନ୍‌ ଫର୍ନେସ ଅଏଲ୍‌ ନିର୍ଗତ ହୋଇ ସମୁଦ୍ର ପାଣିରେ ଭାସିଥିଲା। ସେତେବେଳେ ପାରାଦୀପ ବନ୍ଦର ପକ୍ଷରୁ ଜାହାଜରେ ଥିବା ତେଲକୁ ବାହାର କରାଯାଇଥିଲା। ମୃତଦେହ ବାହାର କରିବା ଓ ତେଲ ନିଷ୍କାସନ କରିବା ପାଇଁ ଆମେରିକାର ଏକ ସଂସ୍ଥା ନିୟୋଜିତ ହୋଇଥିଲା। ଏସବୁ କାମ ପାଇଁ ସେତେବେଳେ ପ୍ରାୟ ୪୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିଲା। ଏହି ଘଟଣାରେ ପ୍ରଥମେ ନେହେରୁ ବଙ୍ଗଳା ମେରାଇନ୍‌ ପୋଲିସ ମାମଲା (ନଂ.୨୬/୯) ରୁଜୁ କରିଥିଲା। ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ସେତେବେଳେ ଏହି ଘଟଣାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ହାଇକୋର୍ଟରେ ୨ଟି ମାମଲା ମଧ୍ୟ ହୋଇଥିଲା। ତଦନ୍ତବେଳେ ଜଣାପଡ଼ିଥିଲା, ସମ୍ପୃକ୍ତ ବ୍ଲାକ୍‌ରୋଜ୍‌ ଜାହାଜର ଫିଟ୍‌ନେସ୍‌ ନ ଥିଲା। କାରଣ ଗୋଟିଏ ଜାହାଜ ୨୫ ବର୍ଷ ସମୁଦ୍ରରେ ରହିବା ପରେ ଅଯୋଗ୍ୟ ହୋଇଥାଏ। ପରେ ଏମ୍‌ଏମ୍‌ଡି (ମେରାଇନ୍‌ ମର୍କାଣ୍ଟାଇଲ ଡିପାର୍ଟମେଣ୍ଟ)ଯାଞ୍ଚ ପରେ କେତେବର୍ଷ ପାଇଁ ଜାହାଜ ଚଳାଚଳ କରିବା ସକ୍ଷମ ରିପୋର୍ଟ ଦେବା ପରେ ଏହା ଚାଲିବା କଥା। ଏପରି କାଗଜପତ୍ର ଠିକ ନ ଥିବା ଜାହାଜକୁ କିପରି ପ୍ରବେଶ ପାଇଁ କ୍ଲିୟରାନ୍ସ ଦିଆଗଲା ତାହା ଏପର୍ଯ୍ୟନ୍ତ ଅସମାହିତ ହୋଇ ରହିଛି। ଜାହାଜ ଏଜେଣ୍ଟ କମ୍ପାନୀକୁ ସେତେବେଳେ କଳା ତାଲିକାଭୁକ୍ତ କରାଯାଇଥିଲା। ସେହି କମ୍ପାନୀ ଏବେବି ନାମ ବଦଳାଇ କାମ କରୁଛି। ଉକ୍ତ ଜାହାଜ ଭାରତରୁ ଚାଇନା ଯିବାର ଥିଲା। ବିନା କାଗଜପତ୍ରରେ ୫ ବର୍ଷ ଧରି ବିଶ୍ୱର ବିଭିନ୍ନ ଦେଶକୁ ଯାଇଥିଲା। ଆଇଏମ୍‌ଓ (ଇଣ୍ଟରନ୍ୟାଶନାଲ ମାରିଟାଇମ ଅର୍ଗାନାଇଜେଶନ)ଏ ବିଷୟରେ କିପରି ଯାଞ୍ଚ କରି ନ ଥିଲା ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।
ଜାହାଜରେ ଯେଉଁ ଲୁହାପଥର ବୋଝେଇ କରାଯାଇଥିଲା, ତାହା ୩ ରପ୍ତାନିକାରୀ ସଂସ୍ଥାର ଥିଲା। ସେତେବେଳେ ଅଧିକ ଲୁହାପଥର ଚାଇନା ଯାଉଥିଲା। ଅନେକ ସଂସ୍ଥା ରପ୍ତାନି କରୁଥିଲେ। ସେହି ରପ୍ତାନିକାରୀ ସଂସ୍ଥାର ରାଜନୈତିକ ସଂପୃକ୍ତି ଥିବା ଅଭିଯୋଗ ହେଉଛି। ସିବିଆଇ ତଦନ୍ତ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ୨୦୧୮ରେ ସୁପାରିସ କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ହୋଇନାହିଁ। ସବୁ ତଦନ୍ତ ସତ୍ତ୍ୱେ ଏପର୍ଯ୍ୟନ୍ତ ଜାହାଜ ମାଲିକ ସି. କକ୍‌ଙ୍କୁ ଭାରତ ସରକାର ଆଣିପାରିନାହାନ୍ତି। ଯେଉଁ ଜାଗାରେ ଜାହାଜ ବୁଡିଛି ସେଠାରେ ଅନ୍ୟ ଜାହାଜ ପାଇଁ ବିପଦ ହୋଇପାରେ ବୋଲି କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ସେମିତି ଘଟିନାହିଁ। କିନ୍ତୁ ୨-୩ ଥର ମାଛଧରା ବୋଟ୍‌ ବାଡ଼େଇ ହୋଇଛି। ଅଗଷ୍ଟରେ କୋଲ୍‌କାତାରୁ ପୋର୍ଟବ୍ଲେୟାର ଯାଉଥିବା ଏକ ଭାରତୀୟ ଜାହାଜ ବୁଡ଼ିଯାଇଛି। ସେଥିରେ ଥିବା ୧୪ ନାବିକଙ୍କ ମଧ୍ୟରୁ ୧୧ ଜଣଙ୍କୁ କୋଷ୍ଟଗାର୍ଡ ଉଦ୍ଧାର କରିଥିଲା। ଏବେବି ୩ ଜଣ ନିଖୋଜ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri