Posted inଫୁରସତ

କଥା ଶୀତବସ୍ତ୍ରର

ଧୀରେ ଧୀରେ ଶୀତ ବଢିବାକୁ ଲାଗିଲାଣି। ସାଇତା ହୋଇ ରହିଥିବା ଶୀତବସ୍ତ୍ରକୁ ବାହାର କରି ସମସ୍ତେ ପିନ୍ଧିବା ଆରମ୍ଭ କଲେଣି। ତା’ଛଡା ଶୀତବସ୍ତ୍ରର ବଜାର ବସିବା ସହ ନୂଆ ଡିଜାଇନ୍‌ର ଶୀତବସ୍ତ୍ର କିଣିବା ଲାଗି ଗହଳି ଜମିବାକୁ ଲାଗିଲାଣି। ହେଲେ ଜାଣନ୍ତିକି ଶୀତ ପ୍ରକୋପରୁ ରକ୍ଷା କରୁଥିବା ଏଇ ଶୀତବସ୍ତ୍ରର ଇତିହାସ କ’ଣ? ବେଶ୍‌ ରୋଚକ ଏହାର ଇତିହାସ । ଜାଣନ୍ତୁ ସେ ସମ୍ପର୍କରେ..

ଋକ୍‌ ବେଦ୍‌ରେ ରହିଛି ଶୀତବସ୍ତ୍ରର ଉଲ୍ଲେଖ: ଉଲ୍‌ର ଇତିହାସ ବହୁତ ପ୍ରାଚିନ। ବେଦରେ ଧାର୍ମିକ କର୍ମକାଣ୍ଡ ପାଇଁ ଉଲ ବସ୍ତ୍ର ପରିଧାନର ଉଲ୍ଲେଖ ରହିଥିବା ଦେଖିବାକୁ ମିଳେ। ଯାହା ପ୍ରମାଣିତ କରେ ଯେ ପ୍ରାଗଐତିହାସିକ ଯୁଗରେ ବି ଉଲ ସମ୍ପର୍କରେ ଜାଣିଥିଲେ। ତା’ସହ ଋକବେଦରେ ମେଷପାଳକ ଜାତିର ଦେବତା ପୁଶନ୍‌ ଉଲ୍‌ ବୁଣିବା ଓ ଉଲ୍‌ ପୋଷାକ ପିନ୍ଧିଥିବା କଥା ବି ଉଲ୍ଲେଖ ରହିଛି।

ଇତିହାସରେ ଉଲ୍‌: ବିଶ୍ୱାସ କରାଯାଏ ୯୦୦୦ରୁ ୧୧୦୦୦ ବର୍ଷ ପୂର୍ବେ ଯେତେବେଳେ ପ୍ରଥମେ ଜଙ୍ଗଲ କଟାଯାଇ ବସତି ସ୍ଥାପନ ହେଲା ଏବଂ କ୍ଷୀର ଓ ମାଂସ ପାଇଁ ଛେଳି ମେଣ୍ଢା ପାଳନ କରାଗଲା ସେଇଠାରୁ ମେଣ୍ଢା ଲୋମରୁ ଉଲ ତିଆରି କରିବାର ଯୋଜନା ଆସିଥାଇପାରେ। ତାସହ ଉଲର ବସ୍ତ୍ର ତିଆରି ବି ହେଇଥିବା ବିଶ୍ୱାସ କରାଯାଏ। ମିସର, ବେବିଲୋନର କବରଗୁଡିକରେ ଉଲ୍‌ ବସ୍ତ୍ରର ଟୁକୁଡା ଉଦ୍ଧାର କରାଯାଇଛି। ସେହିଭଳି ଖ୍ରୀ.ପୂ. ୫୦୦୦ରେ ସିନ୍ଧୁ ଉପତ୍ୟକାରେ ରହୁଥିବା ଆର୍ଯ୍ୟମାନେ ଊଲ୍‌ର ବ୍ୟବହାର ଜାଣିଥିବା ମଧ୍ୟ ପ୍ରମାଣ ମିଳିଛି। ତାଛଡା ଇତିହାସରେ ବର୍ଣ୍ଣନା କରାଯାଇଛି ଯେ, ରୋମର ଆକ୍ରମଣ ପୂର୍ବରୁ ବ୍ରିଟେନ୍‌ର ଲୋକେ ଉଲ୍‌ ବସ୍ତ୍ର ପିନ୍ଧୁଥିଲେ। ପରେ ଓ୍ବିନଚେଷ୍ଟରରେ ଫ୍ୟାକ୍ଟରୀର ସ୍ଥାପନା ଦ୍ୱାରା ଉଲ୍‌ର ଉପଯୋଗବିଧିର ବିକାଶ ହେଲା। ବିଜେତା ଓ୍ବିଲିୟମ ଏହାକୁ ଇଂଲଣ୍ଡ ଆଣିଥିଲେ। ହେନେରୀ ଦ୍ୱିତୀୟ ବସ୍ତ୍ରହାଟ, ବୁଣାକାର ସଂଘ ଗଠନ କରି ଏହି ଉଦ୍ୟୋଗକୁ ପ୍ରୋତ୍ସାହିତ କଲେ। ୧୭୮୮ରେ ଆମେରିକାର ହାର୍ଟଫୋର୍ଡରେ ଜଳଶକ୍ତି ଚାଳିତ ଉଲ୍‌ର ଫ୍ୟାକ୍ଟରୀ ଆରମ୍ଭ ହେଲା।

ଅସଲି ଉଲ୍‌ରେ ନିଆଁ ଲାଗେନି: ଉଲ୍‌ରେ ଏକପ୍ରକାରର ପ୍ରୋଟିନ୍‌ ସହ ଜଳୀୟ ଅଂଶ ଥାଏ। ସେଥିପାଇଁ ଉଲ୍‌ ଅସଲି ହୋଇଥିଲେ ସେଥିରେ କେବେ ନିଆଁ ଧରେନି। ସାଧାରଣତଃ ଉଲ୍‌ ଧଳା, କଳା ଓ ବାଦାମୀ ରଙ୍ଗର ହୋଇଥାଏ। ଉଲ୍‌ରେ କେରାଟିନ୍‌ ନାମକ ପ୍ରୋଟିନ୍‌ ଥାଏ। ଏ ହେଉଛି ସେହି ପ୍ରୋଟିନ୍‌ ଯେଉଁଥିରୁ ଆମର କେଶ, ନଖ, ଚଢେଇଙ୍କ ପକ୍ଷୀ ଓ ପଶୁଙ୍କର ଶିଙ୍ଗ ହୋଇଥାଏ।

ଏଇଠି ମିଳେ ସବୁଠୁ ଭଲ ଉଲ୍‌: କଶ୍ମୀର, ତିବ୍ବତ ଓ ପାମୀରର ପଠାରରେ ମିଳୁଥିବା ଛେଳିର ଉଲ ସବୁଠାରୁ ଭଲ କିସମର ଉଲ୍‌ ହୋଇଥାଏ। ଏହାକୁ ପଶ୍ମିନା କୁହାଯାଏ। ଦକ୍ଷିଣ ଆମେରିକାସ୍ଥ ପେରୁର ଇଣ୍ଡିଜ୍‌ ପାହାଡରେ ଲାମା ପରି ଦେଖାଯାଉଥିବା ଏକ ପ୍ରାଣୀ ଯାହାର ନାଁ ‘ଭିକୁନା’ ତା’ର ଲୋମରୁ ମଧ୍ୟ ପଶ୍ମିନା ପରି ଭଲ ଉଲ ମିଳିଥାଏ। ଏହି ଉଲ୍‌କୁ ପୃଥିବୀର ସବୁଠାରୁ ମହଙ୍ଗା ଭାବେ ଗଣନା କରାଯାଏ। ମେରିନୋ ପ୍ରଜାତିର ମେଣ୍ଢାର ଉଲ୍‌କୁ ବି ଭଲ ଉଲ୍‌ ଭାବେ ବିବେଚନା କରାଯାଏ। କୁହାଯାଏ ଗୋଟିଏ ମେରିନୋ ମେଣ୍ଢା ବର୍ଷକୁ ୫,୫୦୦ମାଇଲ ଲମ୍ବା ପର୍ଯ୍ୟନ୍ତ ଉଲ୍‌ ଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri