Posted inଫୁରସତ

ଗରିବ ପିଲାଙ୍କ ନୃତ୍ୟ ଗୁରୁ ଇତିଶ୍ରୀ ନାୟକ, ନିଃଶୁଳ୍କ ଭାବରେ ଦେଉଛନ୍ତି ଶିକ୍ଷା

ପିଲାଟିବେଳୁ ତାଙ୍କର ନୃତ୍ୟ ପ୍ରତି ରହିଥିଲା ପ୍ରବଳ ଦୁର୍ବଳତା। ସାତବର୍ଷ ବୟସ ହୋଇଥିବା ବେଳେ ସେ ମା’ଙ୍କ ପ୍ରୋତ୍ସାହନରେ ନୃତ୍ୟ ଶିକ୍ଷା କରିଥିଲେ। ସମୟକ୍ରମେ ବିଭିନ୍ନ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଲେ। ସେ ହେଲେ ଇତିଶ୍ରୀ ନାୟକ। ପିତା- ବୈରାଗୀ ନାୟକ,ମାତା-ରଞ୍ଜନା ନାୟକ। ଘର ଜଗତ୍‌ସିଂହପୁର ଜିଲା ଷଣ୍ଢକୁଦ, ପାରାଦୀପ ମ୍ୟୁନିସିପାଲିଟିରେ l ସେ କୁହନ୍ତି, ‘ସ୍କୁଲ ବୟସରୁ ଓଡ଼ିଶୀନୃତ୍ୟ ପ୍ରତି ମନବଳାଇଥିଲି। ୨୦୦୯ ମସିହାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନୃତ୍ୟଶିକ୍ଷା ଆରମ୍ଭକରି ୨୦୧୪ ମସିହାରେ ଓଡ଼ିଶୀ ନୃତ୍ୟରେ ଗ୍ରାଜୁଏଶନ ଶେଷ କଲି। ୨୦୧୬ ମସିହାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଓଡିଶୀ ନୃତ୍ୟରେ ସ୍ନାତକୋତ୍ତର ଶେଷ କରିବା ସହିତ ଦର୍ଶନଶାସ୍ତ୍ରରେ ସ୍ନାତକ କଲି। ଓଡ଼ିଶୀରେ ମୋର ଗୁରୁମାନେ ହେଲେ ଗୁରୁଶ୍ରୀ ନିରଞ୍ଜନ ରାଉତ, ଗୁରୁଶ୍ରୀ ନବକିଶୋର ମିଶ୍ର, ଗୁରୁଶ୍ରୀ ଲିଙ୍ଗରାଜ ସ୍ବାଇଁ, ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଗୁରୁଶ୍ରୀ ମନୋରଞ୍ଜନ ପ୍ରଧାନ ଓ ଗୁରୁଶ୍ରୀ ପଙ୍କଜ କୁମାର ପ୍ରଧାନ। ମୁଁ ଯେତେବେଳେ ପାରାଦୀପରେ ଥିବା ନୋଳିଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୃତ୍ୟ ଶିକ୍ଷୟିତ୍ରୀ ଭାବେ କାମ କଲି ସେହି ସମୟରୁ ନିଜସ୍ବ ପ୍ରଚେଷ୍ଟାରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛି। ପାରାଦୀପରେ ପରମଜ୍ୟୋତି କଳାକ୍ଷେତ୍ର ନାମରେ ଏକ ଓଡ଼ିଶୀ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠାକରି ବସ୍ତି ଅଞ୍ଚଳର ଗରିବ, ଅନଗ୍ରସର ପିଲାମାନଙ୍କୁ ନିଃଶୁଳ୍କ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛି। ଏହି ଅନୁଷ୍ଠାନ ମାଧ୍ୟମରେ ସ୍ବାମୀ ବିଶ୍ୱଜିତ୍‌ ରାଉତଙ୍କ ସହଯୋଗରେ କଳାସମ୍ପନ୍ନା ନାମରେ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ କାର୍ଯ୍ୟକ୍ରମ ପାରାଦୀପଠାରେ ଆୟୋଜନ କରିଆସୁଛି। ୨୦୧୧ରେ ମୁଁ ରାଜୀବ ଗାନ୍ଧୀ ସମ୍ମାନରେ ସମ୍ମାନିତ ହେବାସହ ସେହି ବର୍ଷ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବୃହତ୍‌ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ଗିନିଜ୍‌ ବିଶ୍ୱ ରେକର୍ଡରେ ନିଜ ନାମକୁ ସାମିଲ କରିଥିଲି। ଏହାପରେ ୨୦୧୮ ମସିହାରେ ପାରାଦୀପ ପୌରପାଳିକା ଦ୍ୱାରା ଉତ୍କଳ ଶିଳ୍ପୀ ସମ୍ମାନରେ ସମ୍ମାନିତ ହୋଇଛି। ଏକ ଘରୋଇ ଟିଭି ଚ୍ୟାନେଲରୁ ଓଡ଼ିଶାର ଶ୍ରେଷ୍ଠ ନାରୀ ସମ୍ମାନ – ୨୦୨୪ ପାଇଛି। ଏବେ ମୁଁ ନୃତ୍ୟ ଶିକ୍ଷକ ଭାବେ ଦିଲ୍ଲୀ ପବ୍ଲିକ ସ୍କୁଲ, ପାରାଦୀପ ରିଫାଇନେରି, ଭାରତୀୟ ତୈଳ ବିଶୋଧନାଗାର ନିଗମରେ କାର୍ଯ୍ୟରତ। ଓଡ଼ିଶୀ ନୃତ୍ୟ ମୋତେ ମାନସିକ ଶାନ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ୨୦ ଓଟ ବାଦ୍‌: କରୁଥିଲେ ଏହି କାମ, ଧରାପଡ଼ିବାରୁ…

ମସ୍କଟ,୨ା୩:କସ୍‌ମେଟିକ୍‌ ସର୍ଜରୀ କରିଥିବାରୁ ୨୦ ଓଟଙ୍କୁ ଆରବୀୟ ଦେଶ ଓମାନର ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି। ଏହି ଘଟଣା ଏବେ ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଟଙ୍କା ବଞ୍ଚାଇବାକୁ ଯାଇ କୁକୁରକୁ ଅଳିଆ ଉଠାଇବା କାମରେ ଲଗାଇଦେଲେ ମାଲିକ, ଏବେ ଲାଗିଲା ଜରିମାନା

ରୋମ,୨୬।୨: ଇଟାଲୀର କାଟାନିଆ ସହରର ଜଣେ ବ୍ୟକ୍ତି ଅଳିଆ ସଂଗ୍ରହକାରୀଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଏପରି ଏକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା କର୍ତ୍ତୃପକ୍ଷଙ୍କୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri