Posted inଫୁରସତ

ଗରିବ ପିଲାଙ୍କ ନୃତ୍ୟ ଗୁରୁ ଇତିଶ୍ରୀ ନାୟକ, ନିଃଶୁଳ୍କ ଭାବରେ ଦେଉଛନ୍ତି ଶିକ୍ଷା

ପିଲାଟିବେଳୁ ତାଙ୍କର ନୃତ୍ୟ ପ୍ରତି ରହିଥିଲା ପ୍ରବଳ ଦୁର୍ବଳତା। ସାତବର୍ଷ ବୟସ ହୋଇଥିବା ବେଳେ ସେ ମା’ଙ୍କ ପ୍ରୋତ୍ସାହନରେ ନୃତ୍ୟ ଶିକ୍ଷା କରିଥିଲେ। ସମୟକ୍ରମେ ବିଭିନ୍ନ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଲେ। ସେ ହେଲେ ଇତିଶ୍ରୀ ନାୟକ। ପିତା- ବୈରାଗୀ ନାୟକ,ମାତା-ରଞ୍ଜନା ନାୟକ। ଘର ଜଗତ୍‌ସିଂହପୁର ଜିଲା ଷଣ୍ଢକୁଦ, ପାରାଦୀପ ମ୍ୟୁନିସିପାଲିଟିରେ l ସେ କୁହନ୍ତି, ‘ସ୍କୁଲ ବୟସରୁ ଓଡ଼ିଶୀନୃତ୍ୟ ପ୍ରତି ମନବଳାଇଥିଲି। ୨୦୦୯ ମସିହାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନୃତ୍ୟଶିକ୍ଷା ଆରମ୍ଭକରି ୨୦୧୪ ମସିହାରେ ଓଡ଼ିଶୀ ନୃତ୍ୟରେ ଗ୍ରାଜୁଏଶନ ଶେଷ କଲି। ୨୦୧୬ ମସିହାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଓଡିଶୀ ନୃତ୍ୟରେ ସ୍ନାତକୋତ୍ତର ଶେଷ କରିବା ସହିତ ଦର୍ଶନଶାସ୍ତ୍ରରେ ସ୍ନାତକ କଲି। ଓଡ଼ିଶୀରେ ମୋର ଗୁରୁମାନେ ହେଲେ ଗୁରୁଶ୍ରୀ ନିରଞ୍ଜନ ରାଉତ, ଗୁରୁଶ୍ରୀ ନବକିଶୋର ମିଶ୍ର, ଗୁରୁଶ୍ରୀ ଲିଙ୍ଗରାଜ ସ୍ବାଇଁ, ଗୁରୁ ସ୍ନେହପ୍ରଭା ସାମନ୍ତରାୟ, ଗୁରୁଶ୍ରୀ ମନୋରଞ୍ଜନ ପ୍ରଧାନ ଓ ଗୁରୁଶ୍ରୀ ପଙ୍କଜ କୁମାର ପ୍ରଧାନ। ମୁଁ ଯେତେବେଳେ ପାରାଦୀପରେ ଥିବା ନୋଳିଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୃତ୍ୟ ଶିକ୍ଷୟିତ୍ରୀ ଭାବେ କାମ କଲି ସେହି ସମୟରୁ ନିଜସ୍ବ ପ୍ରଚେଷ୍ଟାରେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛି। ପାରାଦୀପରେ ପରମଜ୍ୟୋତି କଳାକ୍ଷେତ୍ର ନାମରେ ଏକ ଓଡ଼ିଶୀ ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠାକରି ବସ୍ତି ଅଞ୍ଚଳର ଗରିବ, ଅନଗ୍ରସର ପିଲାମାନଙ୍କୁ ନିଃଶୁଳ୍କ ଭାବରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଦେଉଛି। ଏହି ଅନୁଷ୍ଠାନ ମାଧ୍ୟମରେ ସ୍ବାମୀ ବିଶ୍ୱଜିତ୍‌ ରାଉତଙ୍କ ସହଯୋଗରେ କଳାସମ୍ପନ୍ନା ନାମରେ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ କାର୍ଯ୍ୟକ୍ରମ ପାରାଦୀପଠାରେ ଆୟୋଜନ କରିଆସୁଛି। ୨୦୧୧ରେ ମୁଁ ରାଜୀବ ଗାନ୍ଧୀ ସମ୍ମାନରେ ସମ୍ମାନିତ ହେବାସହ ସେହି ବର୍ଷ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ବୃହତ୍‌ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ଗିନିଜ୍‌ ବିଶ୍ୱ ରେକର୍ଡରେ ନିଜ ନାମକୁ ସାମିଲ କରିଥିଲି। ଏହାପରେ ୨୦୧୮ ମସିହାରେ ପାରାଦୀପ ପୌରପାଳିକା ଦ୍ୱାରା ଉତ୍କଳ ଶିଳ୍ପୀ ସମ୍ମାନରେ ସମ୍ମାନିତ ହୋଇଛି। ଏକ ଘରୋଇ ଟିଭି ଚ୍ୟାନେଲରୁ ଓଡ଼ିଶାର ଶ୍ରେଷ୍ଠ ନାରୀ ସମ୍ମାନ – ୨୦୨୪ ପାଇଛି। ଏବେ ମୁଁ ନୃତ୍ୟ ଶିକ୍ଷକ ଭାବେ ଦିଲ୍ଲୀ ପବ୍ଲିକ ସ୍କୁଲ, ପାରାଦୀପ ରିଫାଇନେରି, ଭାରତୀୟ ତୈଳ ବିଶୋଧନାଗାର ନିଗମରେ କାର୍ଯ୍ୟରତ। ଓଡ଼ିଶୀ ନୃତ୍ୟ ମୋତେ ମାନସିକ ଶାନ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଧ୍ୱଂସ ହେବାକୁ ଯାଉଛି ବିଶ୍ୱ, ପରମାଣୁ ଘଣ୍ଟାରେ ପରିବର୍ତ୍ତନ ହେଲା ସମୟ, ବୈଜ୍ଞାନିକ ଭୟଭୀତ

ବିଶ୍ୱବ୍ୟାପୀ ଚାଲିଥିବା ସଂଘର୍ଷ ଏବଂ ଚିନ୍ତା ମଧ୍ୟରେ ବୈଜ୍ଞାନିକମାନେ ଡୁମ୍ସଡେ ଘଣ୍ଟା(ପରମାଣୁ ଘଣ୍ଟା)ର ସମୟ ପରିବର୍ତ୍ତନ କରିଛନ୍ତି। ସେମାନେ ଘଣ୍ଟାକୁ ମଧ୍ୟରାତ୍ରି ପାଖକୁ ଆହୁରି ନିକଟତର କରିଛନ୍ତି।…

ଯମଜ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଏହି ଯୁବତୀ, ଗର୍ଭବତୀ ହେଲେ…

ସୋସିଆଲ ମିଡିଆରେ ବେତେବେଳେ ଏପରି ଘଟଣା ସାମ୍ନାକୁ ଆସେ ଯାହା ଲୋକଙ୍କୁ କେବଳ ଚକିତ କରେ ନାହିଁ ବରଂ ଭାବିବାକୁ ବାଧ୍ୟ କରେ। ଥାଇଲାଣ୍ଡରେ ଏପରି ଏକ…

ଏହି ସାଧାରଣ କାମ କରି ବର୍ଷକୁ ୨୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି

ଭାରତରେ ଲୋକମାନେ ସେମାନଙ୍କର ପାଳିତ କୁକୁରମାନଙ୍କୁ ବାହାରକୁ ନେଇ ମଳ କରାଇବା ଏକ ସାଧାରଣ କଥା। ସେମାନେ ରାସ୍ତାରେ କିମ୍ବା ପାର୍କରେ ଏପରି କରନ୍ତି। ରାସ୍ତା ମଇଳା…

ଏହି ଦେଶରେ ଷ୍ଟ୍ରିଟ୍‌ଲାଇଟ୍‌ ଲାଲ୍‌, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟଚକିତ

ସାଧାରଣତଃ ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଧଳା ରଙ୍ଗର ହୋଇଥାଏ। ମାତ୍ର ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ଏହାର ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକ ଲାଲ୍‌ ରଙ୍ଗର ଅଟେ। ଏପରି ଏକ ଦେଶ…

ଅଜବ ନିୟମ: ଏଠାରେ ଘର କିଣିପାରିବେ, ଜମି ନୁହେଁ, ଜାଣନ୍ତୁ କାହିଁକି…

ଏମିତି ଏକ ସ୍ଥାନ, ଯେଉଁଠି ଅଜବ ନିୟମ ରହିଛି। ଯେକୌଣସି ବ୍ୟକ୍ତି ଏଠାରେ ଘର କିଣିପାରିବେ କିନ୍ତୁ ଜମି କିଣିବାକୁ କାହାକୁ ଅନୁମତି ନାହିଁ। ଏପରି ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri