ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ ବୁଥ ନିର୍ମାଣ ହେବ। ଅଦରକାରୀ ସାମଗ୍ରୀରେ ତିଆରି ହୋଇଥିବା ଟୁଲ, ଟେବୁଲ ଓ ଅନ୍ୟାନ୍ୟ ଆସବାବପତ୍ର ୬ଟି ପ୍ରକଳ୍ପ ଏଥିରେ ସ୍ଥାନ ପାଇବ। ଏହି ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ବୁଥ ସ୍ଥାନୀୟ ହିଲପାଟଣାରେ ସ୍ଥାପନ କରାଯିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଯୋଜନା କରାଯାଇଛି, ଯାହାକି ଭାରତରେ ପ୍ରଥମ। ଏହାର ଦାୟିତ୍ୱ ବ୍ରହ୍ମପୁର ଆଇଟିଆଇକୁ ଦିଆଯାଇଥିବା ଆଇଟିଆଇର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ କହିଛନ୍ତି। ଏହି ମଡେଲ ବୁଥ ନିର୍ମାଣର ଉଦ୍ଦେଶ୍ୟ ସମ୍ପର୍କରେ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ଋଷିକୁଲ୍ୟା ମୁହାଣକୁ ବହୁ ପରିମାଣରେ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସୁଛନ୍ତି। ରାଜ୍ୟ ସରକାର ସେମାନଙ୍କ ସଂରକ୍ଷଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ କଇଁଛ ଆକୃତିର ଏକ ମାସ୍କଟ ତିଆରି କରାଯାଇଛି। ଯେଉଁଥିରେ ୭ ହଜାର ଥଣ୍ଡାବୋତଲର ଠିପି ବ୍ୟବହାର କରାଯାଇଛି। ଏହାର ଉଚ୍ଚତା ରହିଛି ୬ ଫୁଟ। ଓ୍ବେଷ୍ଟ ଟୁ ଓ୍ବେଲଥ ପୋଲିଂ ବୁଥ ନିକଟରେ ୩ ଫୁଟ ଉଚ୍ଚତାର ଅଦରକାରୀ ଟାୟାରକୁ ନେଇ ଚଳନକ୍ଷମ ଟେବୁଲ ରହିଛି। ଭାରତ ମାନଚିତ୍ର ଥାଇ ଏକ ସେଲଫି ପଏଣ୍ଟ ବି ବୁଥ ବାହାରେ କରାଯିବ। ସେଠାରେ ଭୋଟରମାନେ ସେଲ୍ଫି ନେଇପାରିବେ। ୫ଟି ଷ୍ଟୁଲ ରହିବ। ସବୁଥିରେ ଅଦରକାରୀ ଟାୟାର ବ୍ୟବହାର କରାଯାଇଛି। ସେଥିରେ ପ୍ରଥମ,ଦ୍ୱିତୀୟ ପୋଲିଂ ଅଫିସର ଏବଂ ନିରାପତ୍ତା ରକ୍ଷୀମାନେ ବସିବା ଭଳି ବ୍ୟବସ୍ଥା ରହିଛି। ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ସଂରଞ୍ଜାମ ରଖିବା ପାଇଁ ୩ଟି ଟେବୁଲ ନିର୍ମାଣ କରାଯାଇଛି। ଏଥିରେ ମୋଟର ସାଇକେଲ ଟାୟାର ବ୍ୟବହାର କରାଯାଇଛି। ସେହିପରି ଇଭିଏମ ମେଶିନ ରଖିବା ପାଇଁ ଜିପ ଆକୃତିର ଟେବୁଲ ନିର୍ମାଣ କରାଯାଇଛି। ଫିଟର, ଇଲେକ୍ଟ୍ରିସିଆନ, ଇନଷ୍ଟ୍ରୁମେଣ୍ଟ ମେକାନିକ, ପେଣ୍ଟର ବିଭାଗର ପ୍ରାୟ ୪୦ ଛାତ୍ରୀଛାତ୍ର ଏହି ୬ଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ବିଇଏମସିର ଅନୁରୋଧ ରକ୍ଷା କରି ଗତ ୩ ତାରିଖରୁ ଏହା ନିର୍ମାଣ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖରେ କାର୍ଯ୍ୟ ସରିବ। ୧୩ ତାରିଖ ପୂର୍ବରୁ ଏହି ବୁଥ ସେଠାରେ ସ୍ଥାପନ କରାଯିବ। ଓ୍ବେଷ୍ଟ ଟୁ ଓ୍ବେଲଥ ପ୍ରକଳ୍ପ ପ୍ରଦର୍ଶନ କରି ବ୍ରହ୍ମପୁର ଆଇଟିଆଇ ବିଶ୍ୱ ରେକର୍ଡ ସ୍ଥାପନ
କରିଛି ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri