ଆଇଟିଆଇ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ,୧୩ା୫ (ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଏକ ବୈଷୟିକ ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଜଣେ ଆଇଟିଆଇ ଛାତ୍ର ଫ୍ୟାନ୍‌ରେ ଗାମୁଛା ଦ୍ୱାରା ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦପଦା ଥାନା ଅନ୍ତର୍ଗତ ହାଟସାହିର ରୁଦ୍ର ମାଧବ ରଣା (୧୬)। ସେ ଏଠାରେ ଇଲେକ୍ଟ୍ରିକାଲ ଟ୍ରେଡ୍‌ର ପ୍ରଥମ ବର୍ଷର ଛାତ୍ର ଥିଲେ। ଗୁରୁବାର ରୁଦ୍ରଙ୍କ ଝୁଲନ୍ତା ମୃତଦେହକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ତେବେ ସେ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଅଧ୍ୟାପକ ଭବାନୀ ସାର୍‌ଙ୍କ ମାଡ ଓ ଅସହ୍ୟ ନିର୍ଯାତନା ଯୋଗୁ ରୁଦ୍ର ଏଭଳି ଚରମ ନିଷ୍ପତ୍ତି ନେଇଥିବା ବାପା ନିରଞ୍ଜନ ରଣା ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଆଇପିସି ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା (ନଂ. ୨୦୦/୨୩) ରୁଜୁ କରି ତଦନ୍ତ ଜାରି ରଖିଛି। ଏଥିସହ ରୁଦ୍ରଙ୍କ ମୋବାଇଲ ଫୋନ୍‌ ଜବତ କରାଯିବା ସହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଥାନାଧିକାରୀ ସୁଧୀର କୁମାର ସାହୁ କହିଛନ୍ତି।
ସୂଚନା ଅନୁଯାୟୀ, ରୁଦ୍ର ହଷ୍ଟେଲର ୪୦୪ ରୁମ୍‌ରେ ରହୁଥିଲେ। କିନ୍ତୁ ୪୦୫ ରୁମ୍‌ରେ ତାଙ୍କ ମାମୁ ପୁଅ ରହୁଥିବାରୁ ସେ ସବୁବେଳେ ସେଠାକୁ ଯାଆନ୍ତି। ଗୁରୁବାର କ୍ଲାସ୍‌ ସାରି ସା ସାଢ଼େ ୫ଟା ସମୟରେ ରୁଦ୍ର ହଷ୍ଟେଲକୁ ଯାଇଥିଲେ। ନିଜ ରୁମ୍‌ରେ କିଛି ସମୟ ରହିବା ପରେ ୪୦୫ ରୁମ୍‌କୁ ଯାଇଥିଲେ। ସେତେବେଳେ ତାଙ୍କ ଭାଇ ସେଠାରେ ନ ଥିବାବେଳେ ଅନ୍ୟ ୨ଜଣ ସହପାଠୀ ଥିଲେ। ରୁଦ୍ରକୁ ଘରେ ଛାଡ଼ି ସେମାନେ ଜଳଖିଆ ଖାଇବା ପାଇଁ ବାହାରକୁ ଯାଇ ସନ୍ଧ୍ୟା ସାଢେ ୬ଟା ବେଳକୁ ଫେରିଥିଲେ। ହେଲେ କବାଟ ବନ୍ଦ ଥିବାରୁ ବହୁତ ଡାକିବା ପରେ ରୁଦ୍ର ଶୁଣି ନ ଥିଲେ। ତେବେ ଝରକା ବାଟେ ଭିତରକୁ ଚାହିଁବାରୁ ରୁଦ୍ର ଫ୍ୟାନ୍‌ରେ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ। ଖବର ବ୍ୟାପିଯିବା ପରେ ସହପାଠୀ ଓ ହଷ୍ଟେଲ କର୍ମଚାରୀ କବାଟ ଭାଙ୍ଗି ରୁଦ୍ରଙ୍କ ମୃତଦେହକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଏଥିସହ ସେମାନେ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ରୁଦ୍ରଙ୍କୁ ନେଇଯାଇଥିଲେ। ପୋଲିସ ସେଠାରେ ପହଞ୍ଚତ୍ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଶୁକ୍ରବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ରୁଦ୍ରଙ୍କ ମା’ କହିଛନ୍ତି, କିଛିଦିନ ତଳେ ରୁଦ୍ର ଫୋନ୍‌ କରି ଭବାନୀ ସାର୍‌ ପିଟି ଥିବା କହିଥିଲେ। ଆଉଥରେ ପିଟିଲେ ସେ ଆତ୍ମହତ୍ୟା କରିଦେବ ବୋଲି ଜଣାଇଥିଲେ। ଏପରି କି ପୁଅଠାରୁ ଫୋନ୍‌ କଲ ପାଇବା ପରେ ଆମେ ହଷ୍ଟେଲ ୱାର୍ଡେନଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲୁ। ଏହାସହିତ ରୁଦ୍ରଙ୍କୁ ଘରକୁ ଛାଡି ଦେବାକୁ କହିଥିଲୁ। କିନ୍ତୁ କଲେଜ ଅଧ୍ୟକ୍ଷଙ୍କ ବିନା ଅନୁମତିରେ ଛାଡି ହେବନି ବୋଲି ସେ କହିଥିଲେ। ଅପରପକ୍ଷେ ଘଟଣାପରଠୁ କଲେଜରେ ସମ୍ପୃକ୍ତ ଅଧ୍ୟାପକଙ୍କ ଦେଖାନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri