ଆଖି ବୁଜିଲେ ଆଇଟିଆଇ ଛାତ୍ର : ସୁଇସାଇଡ୍‌ ନୋଟ୍‌ ଆଧାରରେ ପୋଲିସର ତଦନ୍ତ

ଭଦ୍ରକ ଅଫିସ, ୧୨ା୯-ବିଷପିଇ ଗୁରୁତର ଥିବା ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଆଇଟିଆଇ କଲେଜ ଛାତ୍ର ଆଶୁତୋଷ ମଲ୍ଲିକ(୨୦) ରବିବାର ରାତିରେ ଆଖି ବୁଜିଛନ୍ତି। ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ଜେଜେମା ରଜନୀରାଣୀ ମଲ୍ଲିକ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ନାତିଙ୍କ ମୃତ୍ୟୁ ପାଇଁ ତାଙ୍କ ସାଙ୍ଗମାନଙ୍କୁ ଦାୟୀ କରି ସେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା (ନଂ.୩୮୩/୨୨) ରୁଜୁ କରାଯାଇଛି। ଆଶୁତୋଷ ବିଷପିଇ ପଡ଼ିଥିବା ସ୍ଥାନରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ ଆଧାରରେ ତଦନ୍ତ ଚାଲିଛି। ତେବେ ସେ ଉକ୍ତ ନୋଟ୍‌ରେ ଆତ୍ମହତ୍ୟା ପାଇଁ ସହପାଠୀମାନଙ୍କୁ ଦାୟୀ କରିଥିବା ବେଳେ କାହାରି ନାଁ ଲେଖି ନ ଥିବା ଆଇଆଇସି ତପନ କୁମାର ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ, ତିହିଡ଼ି ଥାନା ଅଧୀନ ଅଚକ ପଞ୍ଚାୟତ ସାନ୍ତରାପୁର ଛନ୍ଦାସାହିର ଭକ୍ତହରି ମଲ୍ଲିକଙ୍କ ପୁଅ ଆଶୁତୋଷ ଏକ ଘରୋଇ ଆଇଟିଆଇ କଲେଜରେ ଇଲେକ୍ଟ୍ରିକାଲ ଟ୍ରେଡ୍‌ରେ ପ୍ରଥମ ବର୍ଷର ଛାତ୍ର ଥିଲେ। ଗତ ଶୁକ୍ରବାର ଅପରାହ୍ନରେ ସେ ମା’ଙ୍କ ସହ ତିହିଡ଼ି ବଜାରକୁ ଯାଇଥିବା ବେଳେ ସେଠାରେ କେତେଜଣ ସହପାଠୀ ତାଙ୍କ ପାଠପଢ଼ାକୁ ନେଇ ଥଟ୍ଟା ପରିହାସ କରିଥିଲେ। ସେଠାରୁ ଫେରିବା ପରେ ଏଥିରେ ମର୍ମାହତ ହୋଇ ସେ ସନ୍ଧ୍ୟାରେ ଘରୁ ପଳାଇ ବିଷପିଇ ଦେଇଥିଲେ। ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ତିହିଡ଼ି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଶନିବାର କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପରିବାର ପକ୍ଷରୁ ପୂର୍ବରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ତିହିଡ଼ି ପୋଲିସ ନିଜ ଆଡୁ ଆଶୁତୋଷଙ୍କର କେତେଜଣ ସହପାଠୀଙ୍କୁ ପଚରାଉଚରା କରିଥିଲା। ସେଥିରୁ ଆଶୁତୋଷଙ୍କୁ ରାଗିଂ କରାଯାଇ ନ ଥିବା ଥାନାଧିକାରୀ ପ୍ରଧାନ ପ୍ରକାଶ କରିଥିଲେ। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri