Posted inଖେଳ

ଆଜିଠୁ କଳିଙ୍ଗରେ ଆଇଟିଏଫ୍‌ ଟେନିସ୍‌

ଭୁବନେଶ୍ୱର,୪।୪(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହେବ ଆଇଟିଏଫ୍‌(ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ)ଟେନିସ ପ୍ରତିଯୋଗିତା। ସର୍ବଭାରତୀୟ ଟେନିସ୍‌ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ୍‌ ଆସୋସିଏଶନ(ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆଇଟିଏଫ୍‌ ଏସିଆନ୍‌ ୧୪ ବର୍ଷରୁ କମ୍‌ ଡେଭେଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ର ଫାଇନାଲ୍ସ ଏଠାରେ ଅନୁଷ୍ଠିତ ହେବ। ଭାରତରେ ଏପରି ଏକ ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପ୍ରଥମ। ମ୍ୟାଚ୍‌ଗୁଡ଼ିକ ଏପ୍ରିଲ ୪ରୁ ୮ ଏବଂ ୧୦ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୧୪ ଦେଶର ୪୬ ଖେଳାଳି ଉଭୟ ବାଳିକା ସିଙ୍ଗଲ୍ସ ଓ ଡବଲ୍ସ ଏବଂ ବାଳକ ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତ ସମେତ ହଂକଂ, ଇଣ୍ଡୋନେସିଆ, କୋରିଆ, ଭିଏତ୍‌ନାମ, କାଜାଖ୍‌ସ୍ତାନ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ସିରିୟା, ଇରାନ, କୁଏତ, ମ୍ୟାନ୍‌ମାର, ପାକିସ୍ତାନ, ଉଜ୍‌ବେକିସ୍ତାନ, ତୁର୍କମେନିସ୍ତାନ, କିର୍ଗିଜ୍‌ସ୍ତାନ, ତାଇଓ୍ବାନ ଆଦି ଦେଶର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ।
”ଓଡ଼ିଶା ଏବେ ଦେଶର ଏକ ଅଗ୍ରଣୀ ସ୍ପୋଟର୍‌ସ ହବ୍‌ରେ ପରିଣତ ହୋଇଛି। ଆମେ ଅନେକ ମର୍କ୍ୱି ଇଭେଣ୍ଟ ଆୟୋଜନ କରିସାରିଛୁ, ମାତ୍ର ଆଇଟିଏଫ୍‌ ଇଭେଣ୍ଟ ହେବା ଏହା ପ୍ରଥମ। ତେଣୁ ଆମେ ଅତ୍ୟନ୍ତ ଖୁସି। ମୁଁ ଅଂଶଗ୍ରହଣକାରୀ ସମସ୍ତ ଦେଶର ପ୍ରତିଯୋଗୀଙ୍କୁ ସ୍ବାଗତ କରୁଛି ଏବଂ ଶୁଭକାମନା ଜଣାଉଛି। ଏଠାରେ ରହିବା ଅବସରରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ଆତିଥ୍ୟକୁ ଉପଭୋଗ କରନ୍ତୁ“ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି। ଓଡ଼ିଶା ଟେନିସ୍‌ ଆସୋସିଏଶନ ସଭାପତି ଅସିତ ତ୍ରିପାଠୀ କହିଲେ, ‘ରାଜ୍ୟରେ ଟେନିସ୍‌ ପାଇଁ ଇକୋସିଷ୍ଟମ ସୃଷ୍ଟି ଲାଗି ଦୀର୍ଘଦିନ ଧରି ଓଟିଏ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ମିଳିତଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା ଆମ ପାଇଁ ଏକ ବଡ଼ ସଫଳତା। ଏବେ ଆମ ନିକଟରେ କେବଳ ବିଶ୍ୱସ୍ତରୀୟ ଆଇଟିଏଫ୍‌ ସ୍ବୀକୃତିପ୍ରାପ୍ତ କୋର୍ଟ ନାହିଁ, ୧୪ ଦେଶର ଖେଳାଳି ଭାଗ ନେଉଥିବା ଏକ ଆଇଟିଏଫ୍‌ ଇଭେଣ୍ଟ ମଧ୍ୟ ଆୟୋଜନ କରିବାକୁ ଯାଉଛୁ। ଆଗାମୀ ଦିନରେ ଏଠାରେ ଅଧିକରୁ ଅଧିକ ଆଇଟିଏଫ୍‌ ଇଭେଣ୍ଟ ଆୟୋଜନର ଲକ୍ଷ୍ୟ ରହିଛି“। ପ୍ରକାଶଯୋଗ୍ୟ, ଏହି ପ୍ରତିଯୋଗିତା ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅର୍ଥ ବ୍ୟୟ କରିବାକୁ ପଡ଼ିବ ନାହିଁ। ଏଣ୍ଟ୍ରି ଫ୍ରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri