Posted inଖେଳ

ଆଜିଠୁ କଳିଙ୍ଗରେ ଆଇଟିଏଫ୍‌ ଟେନିସ୍‌

ଭୁବନେଶ୍ୱର,୪।୪(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଆରମ୍ଭ ହେବ ଆଇଟିଏଫ୍‌(ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେଶନ)ଟେନିସ ପ୍ରତିଯୋଗିତା। ସର୍ବଭାରତୀୟ ଟେନିସ୍‌ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ୍‌ ଆସୋସିଏଶନ(ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆଇଟିଏଫ୍‌ ଏସିଆନ୍‌ ୧୪ ବର୍ଷରୁ କମ୍‌ ଡେଭେଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ର ଫାଇନାଲ୍ସ ଏଠାରେ ଅନୁଷ୍ଠିତ ହେବ। ଭାରତରେ ଏପରି ଏକ ସମ୍ମାନଜନକ ପ୍ରତିଯୋଗିତା ଆୟୋଜନ ପ୍ରଥମ। ମ୍ୟାଚ୍‌ଗୁଡ଼ିକ ଏପ୍ରିଲ ୪ରୁ ୮ ଏବଂ ୧୦ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୧୪ ଦେଶର ୪୬ ଖେଳାଳି ଉଭୟ ବାଳିକା ସିଙ୍ଗଲ୍ସ ଓ ଡବଲ୍ସ ଏବଂ ବାଳକ ସିଙ୍ଗଲ୍ସ ଓ ଡବଲ୍ସରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତ ସମେତ ହଂକଂ, ଇଣ୍ଡୋନେସିଆ, କୋରିଆ, ଭିଏତ୍‌ନାମ, କାଜାଖ୍‌ସ୍ତାନ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ସିରିୟା, ଇରାନ, କୁଏତ, ମ୍ୟାନ୍‌ମାର, ପାକିସ୍ତାନ, ଉଜ୍‌ବେକିସ୍ତାନ, ତୁର୍କମେନିସ୍ତାନ, କିର୍ଗିଜ୍‌ସ୍ତାନ, ତାଇଓ୍ବାନ ଆଦି ଦେଶର ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ।
”ଓଡ଼ିଶା ଏବେ ଦେଶର ଏକ ଅଗ୍ରଣୀ ସ୍ପୋଟର୍‌ସ ହବ୍‌ରେ ପରିଣତ ହୋଇଛି। ଆମେ ଅନେକ ମର୍କ୍ୱି ଇଭେଣ୍ଟ ଆୟୋଜନ କରିସାରିଛୁ, ମାତ୍ର ଆଇଟିଏଫ୍‌ ଇଭେଣ୍ଟ ହେବା ଏହା ପ୍ରଥମ। ତେଣୁ ଆମେ ଅତ୍ୟନ୍ତ ଖୁସି। ମୁଁ ଅଂଶଗ୍ରହଣକାରୀ ସମସ୍ତ ଦେଶର ପ୍ରତିଯୋଗୀଙ୍କୁ ସ୍ବାଗତ କରୁଛି ଏବଂ ଶୁଭକାମନା ଜଣାଉଛି। ଏଠାରେ ରହିବା ଅବସରରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ଆତିଥ୍ୟକୁ ଉପଭୋଗ କରନ୍ତୁ“ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି। ଓଡ଼ିଶା ଟେନିସ୍‌ ଆସୋସିଏଶନ ସଭାପତି ଅସିତ ତ୍ରିପାଠୀ କହିଲେ, ‘ରାଜ୍ୟରେ ଟେନିସ୍‌ ପାଇଁ ଇକୋସିଷ୍ଟମ ସୃଷ୍ଟି ଲାଗି ଦୀର୍ଘଦିନ ଧରି ଓଟିଏ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ମିଳିତଭାବେ କାର୍ଯ୍ୟ କରି ଆସୁଛନ୍ତି। ଏହା ଆମ ପାଇଁ ଏକ ବଡ଼ ସଫଳତା। ଏବେ ଆମ ନିକଟରେ କେବଳ ବିଶ୍ୱସ୍ତରୀୟ ଆଇଟିଏଫ୍‌ ସ୍ବୀକୃତିପ୍ରାପ୍ତ କୋର୍ଟ ନାହିଁ, ୧୪ ଦେଶର ଖେଳାଳି ଭାଗ ନେଉଥିବା ଏକ ଆଇଟିଏଫ୍‌ ଇଭେଣ୍ଟ ମଧ୍ୟ ଆୟୋଜନ କରିବାକୁ ଯାଉଛୁ। ଆଗାମୀ ଦିନରେ ଏଠାରେ ଅଧିକରୁ ଅଧିକ ଆଇଟିଏଫ୍‌ ଇଭେଣ୍ଟ ଆୟୋଜନର ଲକ୍ଷ୍ୟ ରହିଛି“। ପ୍ରକାଶଯୋଗ୍ୟ, ଏହି ପ୍ରତିଯୋଗିତା ଦେଖିବା ପାଇଁ ଦର୍ଶକଙ୍କୁ କୌଣସି ଅର୍ଥ ବ୍ୟୟ କରିବାକୁ ପଡ଼ିବ ନାହିଁ। ଏଣ୍ଟ୍ରି ଫ୍ରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri