‘ଆଇଟିସି ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ସୁଦୃଢ଼ କରିବ’

ଖୋର୍ଦ୍ଧା ଅଫିସ,୨୩ା୫: ଖୋର୍ଦ୍ଧା ଶିଳ୍ପାଞ୍ଚଳଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଟିସିର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ ଗ୍ରାହକ ସାମଗ୍ରୀ ଉପତ୍ାଦନ ଏବଂ ଲଜିଷ୍ଟିକ(ଆଇସିଏମଏଲ) ସୁବିଧା କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ୩୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କେନ୍ଦ୍ରରେ ନୂତନ କୃଷି ମୂଲ୍ୟବୋଧ ଶୃଙ୍ଖଳା ଏବଂ ଜୀବିକା ଉପଲବ୍ଧ ହେବ। ପର୍ଯ୍ୟାୟକ୍ରମେ ଆଇଟିସିର ବିଶ୍ୱସ୍ତରୀୟ ଖାଦ୍ୟ ବ୍ରାଣ୍ଡ ଉପତ୍ାଦନ କରାଯିବ ବୋଲି ଆଇଟିସି ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ କହିଛନ୍ତି। ଓଡ଼ିଶାକୁ ଦେଶର ପରବର୍ତ୍ତୀ ଇଣ୍ଡଷ୍ଟ୍ରିଆଲ ହବ୍‌ କରାଯିବ। ଯାହା ନିବେଶକମାନଙ୍କୁ ନିରନ୍ତର ବ୍ୟବସାୟ ଅଭିବୃଦ୍ଧି ତଥା ଲୋକଙ୍କ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଖୋର୍ଦ୍ଧାରେ ବିଶ୍ୱସ୍ତରୀୟ ଖାଦ୍ୟ ପ୍ରକ୍ରିୟାକରଣ ସୁବିଧା ଉପଲବ୍ଧ କରାଇବା କ୍ଷେତ୍ରରେ ଆଇଟିସିର ନିବେଶ ରାଜ୍ୟର ଉପତ୍ାଦନ କ୍ଷେତ୍ରକୁ ମୂଲ୍ୟଯୁକ୍ତ ସୁବିଧା ଯୋଗାଇବା ସହ କୃଷି ଉପତ୍ାଦର ମୂଲ୍ୟ ବଢ଼ିବ। ପରିବେଶ ସନ୍ତୁଳନ ଲାଗି ଗୁରୁତ୍ୱ ଦିଆଯାଇଛି। ନୂତନ ଅତ୍ୟାଧୁନିକ କାରଖାନା ଏକ ମେଗାଓ୍ବାଟ ସବୁଜ ଶକ୍ତି ଦ୍ୱାରା ଚାଳିତ ହେବ। ବୈଜ୍ଞାନିକ ଭାବରେ ପରିକଳ୍ପିତ ରେନ ୱାଟର ହାର୍ଭେଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଛି। ଭବିଷ୍ୟତ ପ୍ରସ୍ତୁତ ୟୁନିଟ ଅତ୍ୟାଧୁନିକ ଯନ୍ତ୍ରପାତି, ଡିଜିଟାଲ ଭିତ୍ତିଭୂମି ସହିତ ଚାଳିତ ହେବ। ଏଠାରେ ୫୫% ମହିଳା ନିୟୋଜିତ ହେବେ। ନିକଟରେ ଓଡ଼ିଶାରେ ବିଶ୍ୱସ୍ତରରେ ଏଗ୍ରୋ ଫରେଷ୍ଟି ଇନିସିଏଟିଭକୁ ବିସ୍ତାର କରିଛି। ୬ହଜାରରୁ ଊର୍ଦ୍ଧ୍ୱ ଜମିରେ କ୍ଷେତ ଫସଲ ସହିତ ବୃକ୍ଷରୋପଣ ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କ ପାଇଁ ଅତିରିକ୍ତ ଜୀବିକା ନିର୍ବାହର ଲକ୍ଷ୍ୟ ରହିଛି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଆଇଟିସିର ଏକ ପ୍ରମୁଖ ଯୋଗଦାନ ରହିଛି। ଆଇଟିସିର ଏଫ୍‌ଏମ୍‌ସିଜି ଉପତ୍ାଦ ଗୁଡିକ ଓଡ଼ିଶାର ୨.୫ ଲକ୍ଷରୁ ଅଧିକ ଖୁଚୁରା ଆଉଟଲେଟରେ ଉପଲବ୍ଧ। ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବିକା ନିର୍ବାହ ଏହା ଦ୍ୱାରା ସମ୍ଭବ ହୋଇପାରିଛି। ରପତ୍ାନି ପାଇଁ ରାଜ୍ୟରୁ ମକା, ଚାଉଳ ଏବଂ ଚିଙ୍ଗୁଡି ଯୋଗାଣ ପାଇଁ ଆଇଟିସିର ଏଗ୍ରି- ବିଜିନେସ ଓଡ଼ିଶାର କୃଷକଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି। ଜଳବାୟୁ ପରିବର୍ତ୍ତନ ବିପଦରୁ ରାଜ୍ୟର କୃଷକଙ୍କ ସ୍ଥିରତା ଆଣିବାରେ ପ୍ରୟାସ କରୁଛି। ନୀତି ଆୟୋଗ ସହିତ ସହଭାଗିତାରେ କମ୍ପାନୀ ୧ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସ୍ଥାୟୀ କୃଷି ଅଭ୍ୟାସରେ ତାଲିମ ଦେଇଛି। ଗ୍ରାମାଞ୍ଚଳରେ ଜଳ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଇଟିସି ଓଡ଼ିଶାରେ ୭୯ଶହ ଏକର ପରିମିତ ଅଞ୍ଚଳରେ ଜଳସେଚନ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ଏକ ଦଶନ୍ଧି ଧରି ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟି ସହ ସହଭାଗିତାରେ ଧୂପବତୀ ଉପତ୍ାଦନରେ ନିୟୋଜିତ ଗ୍ରାମୀଣ ମହିଳାଙ୍କ ଜୀବିକା ଯୋଗାଇବା ପାଇଁ କାର୍ଯ୍ୟ କରୁଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ୨୨ହଜାରତ୍‌ରୁ ଅଧିକ ହିତାଧିକାରୀ ଅନ୍ତର୍ଭୁକ୍ତ ରହିଛନ୍ତି। ଏଥିସହିତ ପରିବେଶ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହିତ ମିଳିତ ଭାବରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ୩ଟି କମ୍ପୋଷ୍ଟର ମେଶିନ ସ୍ଥାପନ କରିଛି। ମହିଳା ସଶକ୍ତୀକରଣ, ଦକ୍ଷତା, ପ୍ରାଥମିକ ଶିକ୍ଷା, ପରିମଳ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମେତ ଆଇଟିସି ରାଜ୍ୟରେ ଏହାର ସିଲଏସଆର ପଦକ୍ଷେପକୁ ବୃଦ୍ଧି କରିଛି। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼: ସନ୍ଦିଗ୍ଧଙ୍କୁ ଧରିବା ପାଇଁ ପୋଲିସ ତନାଘନା

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ  ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri