ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଯଦି କାହାର ସ୍ବାସ୍ଥ୍ୟବସ୍ଥା ଖରାପ ହୁଏ ତେବେ ହସ୍ପିଟାଲ ଯିବା କାଠିକର ପାଠ ହୋଇପଡ଼ୁଛି। ଦୁର୍ଗମ ଗ୍ରାମର ଅବସ୍ଥା ଆହୁରି ସଙ୍ଗୀନ। ଏଭଳି ଏକ ସମୟରେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଜଣେ ଅସୁସ୍ଥ ମହିଳାଙ୍କୁ ଚିକିତ୍ସା ଯୋଗାଇଦେବା ପାଇଁ ଆଇଟିବିପି ଯବାନମାନେ ଦୁର୍ଗମ ରାସ୍ତାରେ ୧୪ ଘଣ୍ଟା ଚାଲି ୪୦ କିମି ଅତିକ୍ରମ କରିଛନ୍ତି।

ଭିଡିଓଟି ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲାର ଲାପ୍‌ସା ଗ୍ରାମର ଦୃଶ୍ୟ। ଗ୍ରାମରେ ଜଣେ ମହିଳା ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଚିକିତ୍ସା ଯୋଗାଇଦେବା ପାଇଁ ଆଇଟିବିପି ଯବାନମାନେ ମହିଳାଙ୍କୁ କାନ୍ଧରେ ଧରି ମୁନିୟାରୀ ପର୍ଯ୍ୟନ୍ତ ୪୦ କିମି ଦୂରକୁ ଚାଲିଚାଲି ଯାଇଥିଲେ। ଯାତ୍ରା ସମୟରେ ଆଇଟିବିପି ଯବାନମାନେ ପାହାଡ଼, ପର୍ବତ, ନଦୀ, ନାଳ ଅତିକ୍ରମ କରିଯାଇଥିଲେ। ଅସୁସ୍ଥ ମହିଳାଙ୍କୁ ଏକ ଷ୍ଟ୍ରେକଚର ସହାୟତାରେ ଧରି ଯବାନମାନେ ୧୫ ଘଣ୍ଟା ଦୁର୍ଗମ ରାସ୍ତାରେ ଚାଲି ଚାଲି ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ବର୍ଷାଦିନେ ଉତ୍ତରାଖଣ୍ଡରେ ରାସ୍ତା ଭାରି ସଙ୍ଗୀନ ହୋଇପଡ଼ିଥାଏ। ବର୍ତ୍ତମାନ ସାରା ରାଜ୍ୟରେ ୨୧୦ ରାସ୍ତା ବନ୍ଦ ରହିଛି। ଫଳରେ ୪ଟି ରାଜ୍ୟ ରାଜପଥ, ୭ଟି ରାଜ୍ୟ ସଡ଼କ ଓ ୮ଟି ଜିଲା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri