‘ବିକଶିତ ରାଷ୍ଟ୍ର ହେବାକୁ ୨୦ବର୍ଷ ଲାଗିବ’

ନୂଆଦିଲ୍ଲୀ,୨୫।୧୨: ଗତ କିଛି ବର୍ଷ ହେବ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି। ହେଲେ ଉକ୍ତ ସମୟ ମଧ୍ୟରେ ଦେଶ ବିକାଶ ପଥରେ ଅଗ୍ରସର ହେବାକୁ ମଧ୍ୟ ପ୍ରୟାସ ଜାରି ରଖିଛି। ଏପରିକି ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସଫଳତା ଏକ ସ୍ବଳ୍ପକାଳୀନ ଆକାଂକ୍ଷା ଲକ୍ଷ୍ୟ ବୋଲି ଭାରତୀୟ ରିର୍ଜଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗର୍ଭନର ସି.ରଙ୍ଗରାଜନ୍‌ ଶନିବାର ଏକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ବିଶେଷକରି ମୁଣ୍ଡ ପିଛା ଆୟ ୩୪୭୨ ଡଲାର ସହ ଭାରତ ମଧ୍ୟମ ଆୟକାରୀ ଦେଶ ଭାବେ ପରିଗଣିତ ହେବ ବୋଲି ରଙ୍ଗରାଜନ୍‌ ମତପ୍ରକାଶ କରିଛନ୍ତି। ସେହିଭଳି ଏକ ଉଚ୍ଚ ମଧ୍ୟବିତ୍ତ ଦେଶର ସ୍ତରରେ ପହଞ୍ଚତ୍ବାକୁ ହେଲେ ଭାରତକୁ ଆଉ ୨ରୁ ୩ ବର୍ଷ ଲାଗିବ ବୋଲି ଆଶା କରାଯାଉଛି। ଏପରିକି ଏକ ବିକଶିତ ଦେଶ ଭାବେ ବର୍ଗୀକୃତ ହେବାକୁ ହେଲେ ମୁଣ୍ଡ ପିଛା ଆୟ ସର୍ବନିମ୍ନ ୧୩,୨୦୫ ଡଲାର ଆବଶ୍ୟକ ରହିଛି। ଏହାକୁ ହାସଲ କରିବା ପାଇଁ ଆଉ୨ ଦଶନ୍ଧି ( ୨୦ ବର୍ଷ )ରୁ ଅଧିକ ସମୟ ଆବଶ୍ୟକ ବୋଲି ରଙ୍ଗରାଜନ ଆକଳନ କରିଛନ୍ତି। ଅପରପକ୍ଷରେ ୮ରୁ ୯% ଅଭିବୃଦ୍ଧି ହାରରେ ପହଞ୍ଚତ୍ବାକୁ ମଧ୍ୟ ଅନେକ ନୀତି ଓ ଯୋଜନା ସାଙ୍ଗକୁ ସମୟ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଇସିଏଫ୍‌ଏଆଇ ଫାଉଣ୍ଡେଶନର ଦ୍ୱାଦଶ ସମ୍ମିଳନୀରେ ଯୋଗ ଦେଇ ରଙ୍ଗରାଜନ କହିଛନ୍ତି, ସମୁଦାୟ ଆଉଟପୁଟ୍‌ ସ୍ତରରେ ଭାରତ ବର୍ତ୍ତମାନ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ଭାବେ ପରିଗଣିତ ହେଉଛି। ଭାରତ ଏକ ପ୍ରଭାବଶାଳୀ ସଫଳତା ପାଇବାକୁ ପ୍ରୟାସ କରୁଥିବା ବେଳେ ଅନେକ ସମସ୍ୟା ସୃଷ୍ଟି ହେଉଛି। ହେଲେ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ଆଇଏମ୍‌ଏଫ୍‌ର ମାନ୍ୟତା ଅନୁଯାୟୀ ୧୯୭ ଦେଶ ମଧ୍ୟରୁ ଭାରତ ୧୪୨ତମ ସ୍ଥାନରେ ରହିଛି। ଏ ସମ୍ପର୍କରେ ଦେଶର ନୀତି ନିର୍ଣ୍ଣୟକାରୀଙ୍କ ତୁରନ୍ତ ଧ୍ୟାନ ଅର୍ଥନୀତିର ଅଭିବୃଦ୍ଧି ହାରକୁ ବୃଦ୍ଧି କରିବା ଆବଶ୍ୟକ ରହିଛି। ବିଶେଷକରି ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସଫଳତା ଏକ ସ୍ବଳ୍ପ ମିଆଦୀ ଆକାଂକ୍ଷା ଲକ୍ଷ୍ୟ। ଏଥିପାଇଁ ସର୍ବନିମ୍ନ ୫ ବର୍ଷର ପ୍ରୟାସ ସହ ୯%ର ଅଭିବୃଦ୍ଧି ହାରରେ ପହଞ୍ଚତ୍ବାକୁ ସମୟ ଲାଗିବ। ଏହା ସତ୍ତ୍ୱେ ଭାରତର ମୁଣ୍ଡ ପିଛା ଆୟ ମାତ୍ର ୩୪୭୨ ଡଲାର ରହିବ ବୋଲି ଆଶା କରାଯାଉଛି। ସେହିପରି ଆମେ ଏପର୍ଯ୍ୟନ୍ତ ଏକ ନିମ୍ନ ମଧ୍ୟମ ଆୟ ଦେଶ ଭାବେ ବର୍ଗୀକୃତ ହେବୁ ବୋଲି ରଙ୍ଗରାଜନ ଦର୍ଶାଇଛନ୍ତି।

ଏହିପରି ଆମକୁ ବହୁ ଦୂର ଯିବାକୁ ପଡ଼ିବ। ଏହା କେବଳ ଦର୍ଶାଏ ଯେ ଆମକୁ ନିଶ୍ଚିତ ଭାବେ ଦ୍ରୁତଗତିରେ ଚାଲିବା ଆବଶ୍ୟକ ବୋଲି ପୂର୍ବତନ ଅଧ୍ୟକ୍ଷ ଅର୍ଥନୈତିକ ପରାମର୍ଶଦାତା ପରିଷଦ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ କୋଭିଡ୍‌-୧୯ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ହେଲେ ଭାରତର ଭବିଷ୍ୟତ ବିକାଶ ପାଇଁ ଏକ ସ୍ବଚ୍ଛ ରୋଡ୍‌ମ୍ୟାପ୍‌ ରଖିବାର ଆବଶ୍ୟକତା ଅଛି। ପ୍ରାରମ୍ଭରେ ଦେଶର ଅଭିବୃଦ୍ଧି ହାରକୁ ୭%କୁ ବୃଦ୍ଧି କରିବାକୁ ପଡ଼ିବ ଏବଂ ତା’ପରେ ଏହାକୁ ୮ରୁ ୯% ଅଭିବୃଦ୍ଧି ହାରରେ ଅନୁସରଣ କରିବାକୁ ପଡିବ। ଭାରତ ଅତୀତରେ ଦର୍ଶାଇଛି ଯେ ଏହା ଉପରେ ଏକ ଅଭିବୃଦ୍ଧି ହାର ୬ରୁ ୭ବର୍ଷ ଅବଧି ରହିପାରେ ବୋଲି ରଙ୍ଗରାଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri