ଏମିତି ଲାଗିବେ ଫ୍ୟାଶନେବଲ୍‌

ମାର୍କେଟ୍‌କୁ ଆସୁଥିବା ନୂଆ ନୂଆ ଆଉଟ୍‌ଫିଟ୍‌କୁ ନେଇ ଏକ୍ସପେରିମେଣ୍ଟ କରିବାରେ ମହିଳାମାନେ ବେଶ୍‌ ଆଗରେ। ହେଲେ କାହା ସହ କେଉଁ ପୋଷକକୁ ପେୟାର କଲେ ଅଧିକ ଫ୍ୟାଶନେବଲ୍‌ ଲାଗିବ ତାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଯଦି ଆପଣ ବି ଏପରି ଭାବୁଛନ୍ତି ତେବେ ଫଲୋ କରନ୍ତୁ ଏହି ଟିପ୍ସ…

ଜିନ୍ସ କିମ୍ବା ଜେଗିଙ୍ଗ୍‌ସ ସାଙ୍ଗକୁ ଲଙ୍ଗ୍‌ କୁର୍ତ୍ତୀ ବର୍ତ୍ତମାନ ଅଧିକାଂଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏହି ଗେଟ୍‌ଅପ୍‌ରେ ଅଧିକ ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ ଫ୍ରଣ୍ଟ ବଟନ୍‌ କିମ୍ବା ଜିପ୍‌ ଏବଂ ସାଇଡ୍‌ ବଟନ୍‌ କୁର୍ତ୍ତୀ ବାଛନ୍ତୁ।
ଲଙ୍ଗ୍‌ କୁର୍ତ୍ତୀ କିମ୍ବା ମ୍ୟାକ୍ସି ଡ୍ରେସ୍‌ ସହିତ ପ୍ଲାଜୋ ପିନ୍ଧିଲେ ମଡର୍ନ ଲାଗିବେ। ଏହା ସହ ଏଥିନିକ୍‌ ଜୁଏଲେରୀ ଅଧିକ ଟ୍ରେଣ୍ଡି ଲୁକ୍‌ ଦେବ।
ବର୍ତ୍ତମାନ ଫ୍ୟାଶନ୍‌ ଟ୍ରେଣ୍ଡରେ ଆଫ୍‌ଗାନୀ ସାଲ୍‌ଓ୍ବାର୍‌ ବେଶ୍‌ ଚର୍ଚ୍ଚାରେ ଅଛି। ଆପଣ ଚାହିଁଲେ ଏହା ସହ ଶର୍ଟ କୁର୍ତ୍ତୀ କିମ୍ବା ଡିଜାଇନର ଟପ୍ସ ପିନ୍ଧି ପାରିବେ। ଏଭଳି ଗେଟ୍‌ଅପ୍‌ ସାଙ୍ଗକୁ ବଡ ହ୍ୟାଙ୍ଗିଙ୍ଗ୍‌ ଇୟରରିଂ, ଚୁଡି ଏବଂ ପଏଣ୍ଟେଡ୍‌ ବା ଓ୍ବେଜ୍‌ ହିଲ୍‌ ଚପଲ ଟ୍ରାଏ କରନ୍ତୁ ଷ୍ଟାଇଲିସ୍‌ ଲାଗିବେ।
ଯଦି ଆପଣ ମଡର୍ନ ଲୁକ୍‌ ସାଙ୍ଗକୁ ଟ୍ରାଡିଶନାଲ୍‌ ବି ଦେଖାଯିବାକୁ ଚାହୁଁଛନ୍ତି, ତେବେ ଲାଟେଷ୍ଟ ଟ୍ରେଣ୍ଡ ସାଜିଥିବା ସିଗାରେଟ୍‌ ପ୍ୟାଣ୍ଟ ଟ୍ରାଏ କରନ୍ତୁ। ଏହା ସହ ଫ୍ରଣ୍ଟ କଟ ଲଙ୍ଗ୍‌ କୁର୍ତ୍ତୀ ଭଲ ମାନିବ। ଆପଣ ଚାହିଁଲେ ଏହି ଡ୍ରେସ୍‌ ସହ ଏଥିନିକ କିମ୍ବା ଡିଜାନର ବିଡ୍ସ ଜୁଏଲେରି ପିନ୍ଧି ପାରିବେ।
ସେହିଭଳି ଧୋତି ପ୍ୟାଣ୍ଟ ସାଙ୍ଗକୁ ଫ୍ରଣ୍ଟ କଟ୍‌ କୁର୍ତ୍ତୀ, ଶର୍ଟ ହେଭି ଓ୍ବର୍କ କୁର୍ତ୍ତୀ ଏବଂ ଏଥିନିକ୍‌ ଜୁତି, ଚଙ୍କି ଜୁଏଲେରିର ଫ୍ୟୁଜନ୍‌ ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେବ।
ଆପଣ ଚାହିଁଲେ ଅନାରକଲି ଗାଉନ୍‌, ଫ୍ଲୋର୍‌ ଲେନ୍ଥ ଅନାରକଲି, ଆସିମେଟ୍ରକାଲ ଅନାରକଲି ମଧ୍ୟ ବାଛିପାରିବେ। ଏହା ସହ ହାଇ ହିଲ୍‌ ଏବଂ ପୋଲ୍‌କି କିମ୍ବା କୁନ୍ଦନ ଜୁଏଲେରି ପିନ୍ଧି ଆକର୍ଷଣୀୟ ଲାଗି ପାରିବେ।
ଯଦି ଶାଢ଼ି ପିନ୍ଧିବେ ଭାବିଛନ୍ତି ହେଲେ ଏହାକୁ କ୍ୟାରି କରିବା ଅସୁବିଧା ହେଉଛି ତେବେ ଶାଢ଼ି ଗାଉନ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ। ଏହା ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବାକୁ ସେତିକି ସହଜ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri