ଏମିତି ଲାଗିବେ ଫ୍ୟାଶନେବଲ୍‌

ମାର୍କେଟ୍‌କୁ ଆସୁଥିବା ନୂଆ ନୂଆ ଆଉଟ୍‌ଫିଟ୍‌କୁ ନେଇ ଏକ୍ସପେରିମେଣ୍ଟ କରିବାରେ ମହିଳାମାନେ ବେଶ୍‌ ଆଗରେ। ହେଲେ କାହା ସହ କେଉଁ ପୋଷକକୁ ପେୟାର କଲେ ଅଧିକ ଫ୍ୟାଶନେବଲ୍‌ ଲାଗିବ ତାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି। ଯଦି ଆପଣ ବି ଏପରି ଭାବୁଛନ୍ତି ତେବେ ଫଲୋ କରନ୍ତୁ ଏହି ଟିପ୍ସ…

ଜିନ୍ସ କିମ୍ବା ଜେଗିଙ୍ଗ୍‌ସ ସାଙ୍ଗକୁ ଲଙ୍ଗ୍‌ କୁର୍ତ୍ତୀ ବର୍ତ୍ତମାନ ଅଧିକାଂଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏହି ଗେଟ୍‌ଅପ୍‌ରେ ଅଧିକ ଆକର୍ଷଣୀୟ ଲୁକ୍‌ ପାଇବା ପାଇଁ ଫ୍ରଣ୍ଟ ବଟନ୍‌ କିମ୍ବା ଜିପ୍‌ ଏବଂ ସାଇଡ୍‌ ବଟନ୍‌ କୁର୍ତ୍ତୀ ବାଛନ୍ତୁ।
ଲଙ୍ଗ୍‌ କୁର୍ତ୍ତୀ କିମ୍ବା ମ୍ୟାକ୍ସି ଡ୍ରେସ୍‌ ସହିତ ପ୍ଲାଜୋ ପିନ୍ଧିଲେ ମଡର୍ନ ଲାଗିବେ। ଏହା ସହ ଏଥିନିକ୍‌ ଜୁଏଲେରୀ ଅଧିକ ଟ୍ରେଣ୍ଡି ଲୁକ୍‌ ଦେବ।
ବର୍ତ୍ତମାନ ଫ୍ୟାଶନ୍‌ ଟ୍ରେଣ୍ଡରେ ଆଫ୍‌ଗାନୀ ସାଲ୍‌ଓ୍ବାର୍‌ ବେଶ୍‌ ଚର୍ଚ୍ଚାରେ ଅଛି। ଆପଣ ଚାହିଁଲେ ଏହା ସହ ଶର୍ଟ କୁର୍ତ୍ତୀ କିମ୍ବା ଡିଜାଇନର ଟପ୍ସ ପିନ୍ଧି ପାରିବେ। ଏଭଳି ଗେଟ୍‌ଅପ୍‌ ସାଙ୍ଗକୁ ବଡ ହ୍ୟାଙ୍ଗିଙ୍ଗ୍‌ ଇୟରରିଂ, ଚୁଡି ଏବଂ ପଏଣ୍ଟେଡ୍‌ ବା ଓ୍ବେଜ୍‌ ହିଲ୍‌ ଚପଲ ଟ୍ରାଏ କରନ୍ତୁ ଷ୍ଟାଇଲିସ୍‌ ଲାଗିବେ।
ଯଦି ଆପଣ ମଡର୍ନ ଲୁକ୍‌ ସାଙ୍ଗକୁ ଟ୍ରାଡିଶନାଲ୍‌ ବି ଦେଖାଯିବାକୁ ଚାହୁଁଛନ୍ତି, ତେବେ ଲାଟେଷ୍ଟ ଟ୍ରେଣ୍ଡ ସାଜିଥିବା ସିଗାରେଟ୍‌ ପ୍ୟାଣ୍ଟ ଟ୍ରାଏ କରନ୍ତୁ। ଏହା ସହ ଫ୍ରଣ୍ଟ କଟ ଲଙ୍ଗ୍‌ କୁର୍ତ୍ତୀ ଭଲ ମାନିବ। ଆପଣ ଚାହିଁଲେ ଏହି ଡ୍ରେସ୍‌ ସହ ଏଥିନିକ କିମ୍ବା ଡିଜାନର ବିଡ୍ସ ଜୁଏଲେରି ପିନ୍ଧି ପାରିବେ।
ସେହିଭଳି ଧୋତି ପ୍ୟାଣ୍ଟ ସାଙ୍ଗକୁ ଫ୍ରଣ୍ଟ କଟ୍‌ କୁର୍ତ୍ତୀ, ଶର୍ଟ ହେଭି ଓ୍ବର୍କ କୁର୍ତ୍ତୀ ଏବଂ ଏଥିନିକ୍‌ ଜୁତି, ଚଙ୍କି ଜୁଏଲେରିର ଫ୍ୟୁଜନ୍‌ ଆପଣଙ୍କୁ ଷ୍ଟାଇଲିସ୍‌ ଲୁକ୍‌ ଦେବ।
ଆପଣ ଚାହିଁଲେ ଅନାରକଲି ଗାଉନ୍‌, ଫ୍ଲୋର୍‌ ଲେନ୍ଥ ଅନାରକଲି, ଆସିମେଟ୍ରକାଲ ଅନାରକଲି ମଧ୍ୟ ବାଛିପାରିବେ। ଏହା ସହ ହାଇ ହିଲ୍‌ ଏବଂ ପୋଲ୍‌କି କିମ୍ବା କୁନ୍ଦନ ଜୁଏଲେରି ପିନ୍ଧି ଆକର୍ଷଣୀୟ ଲାଗି ପାରିବେ।
ଯଦି ଶାଢ଼ି ପିନ୍ଧିବେ ଭାବିଛନ୍ତି ହେଲେ ଏହାକୁ କ୍ୟାରି କରିବା ଅସୁବିଧା ହେଉଛି ତେବେ ଶାଢ଼ି ଗାଉନ ଆପଣଙ୍କ ଲାଗି ବେଷ୍ଟ ଅପ୍ସନ। ଏହା ଦେଖିବାକୁ ଯେତିକି ସୁନ୍ଦର ପିନ୍ଧିବାକୁ ସେତିକି ସହଜ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri