Posted inଜାତୀୟ

‘ଭାଜପା ସହ ଦ୍ୱିତୀୟଥର ମେଣ୍ଟ କରିବା ଥିଲା ଆମ ମୁର୍ଖତା’

ପାଟନା,୫।୯: ବିହାରରେ ଜେଡିୟୁ ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ବାକ୍‌ଯୁଦ୍ଧ ଜାରି ରହିଛି। ଭାଜପା ଓ ଜେଡିୟୁ ନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରୁଛନ୍ତି। ଜେଡିୟୁ ନ୍ୟାଶନାଲ କାଉନସିଲର ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୭ରେ ଭାଜପା ସହ ମେଣ୍ଟ କରିବା ଭୁଲ ନିଷ୍ପତ୍ତି ଏବଂ ଏହା ଆମର ମୂର୍ଖତା ବୋଲି କହିଥିଲେ।
ନୀତୀଶ କୁମାର କହିଛନ୍ତି, ୨୦୧୯ରେ ଲୋକ ସଭା ନିର୍ବାଚନ ପରେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବା ପାଇଁ ଦୁଇଟି ନାମ ଦେବା ପାଇଁ କୁହାଯାଇଥିଲା। କିନ୍ତୁ ଆମେ ଦିଲ୍ଲୀରେ ପହଞ୍ଚିବା ପରେ କେବଳ ଗୋଟିଏ ନାମ ଆବଶ୍ୟକ ବୋଲି କୁହାଗଲା। ଆମେ ରାଜି ହୋଇ ନ ଥିଲୁ କାରଣ ଆମେ ଚାହୁଁଥିଲୁ ଯେ ଜେଡିୟୁ କୋଟାରୁ କେନ୍ଦ୍ରରେ ଚାରିଜଣ ମନ୍ତ୍ରୀ ରହିବା ଉଚିତ। ଶେଷରେ ଆମ ଦଳର ଜଣେ ମନ୍ତ୍ରୀ ହୋଇଥିଲେ। ଯେପର୍ଯ୍ୟନ୍ତ ଆମର ଦଳ ଅଛି, ଆମେ ଏହି ଲୋକଙ୍କ(ଭାଜପା) ସହ କୌଣସି ଆପୋଷ ବୁଝାମଣା କରିବୁ ନାହିଁ। ଏହି ଲୋକମାନେ କେବଳ ହିନ୍ଦୁ-ମୁସଲମାନମାନଙ୍କୁ ବିଭାଜନ କରି ଶାସନ କରିବାକୁ ଚାହାଁନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆରଏସଏସ କଥା ଶୁଣି ନ ଥିଲେ ଏବଂ ପୂର୍ବରୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଏକ କାର୍ଯ୍ୟକ୍ରମକୁ ଯିବାବେଳେ ସେମାନଙ୍କ ନାମ ନେଉଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଅଟଳ ଜୀଙ୍କ ନାମ ନେବାକୁ ଭୁଲି ଯାଇଛନ୍ତି।
ସୂଚନାଯୋଗ୍ୟ, ଗତ ମାସରେ ହଠାତ୍‌ ଭାଜପା ହାତ ଛାଡି ଜେଡିୟୁ ସହ ମିଶି ନୀତୀଶ ବିହାରରେ ନୂତନ ସରକାର ଗଢିଥିଲେ। ଏହାପରଠାରୁ ଉଭୟ ଦଳର ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…

ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...

ଏହି ଦେଶରେ ବଢ଼ିବ ମୁସଲମାନଙ୍କ ସଂଖ୍ୟା, ୨୦୩୦ ସୁଦ୍ଧା ହେବ ବଡ଼ ପରିବର୍ତ୍ତନ

ମସ୍କୋ,୧୮ା୧୨: ୨୦୩୦ ସୁଦ୍ଧା ଏକ ଦେଶରେ ମୁସଲମାନଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏମିତି ଏକ ଦେଶ ହେଉଛି...

‘ମୁଁ ଇସ୍ତଫା ଦେଇଦେବି’, କାହିଁକି ଏମିତି ଘୋଷଣା କଲେ FBI ଡେପୁଟି ଡାଇରେକ୍ଟର? ଟ୍ରମ୍ପଙ୍କୁ ଲେଖିଲେ ଏମିତି ପତ୍ର

ଓ୍ବାଶିଂଟନ,୧୮।୧୨: ଏଫବିଆଇର ଡେପୁଟି ଡାଇରେକ୍ଟର ଡାନ ବୋଙ୍ଗିନୋ ବୁଧବାର ଘୋଷଣା କରିଛନ୍ତି ଯେ ସେ ଚାକିରି ଆରମ୍ଭ କରିବାର ୧୦ ମାସରୁ କମ ସମୟ ପରେ...

ୟୁନୁସ ସରକାରଙ୍କୁ ପାନେ ଦେବ ଭାରତ: ନେଲା ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୧୮।୧୨: ଡିସେମ୍ବର ୧୭ରେ ବାଂଲାଦେଶରେ ଭାରତୀୟ ହାଇକମିଶନ ସମ୍ମୁଖରେ ଯାହା ଘଟିଥିଲା ତାହା କୌଣସି ଦୁର୍ଘଟଣା ନୁହେଁ। ଏହା ଏକ ସୁଚିନ୍ତିତ ରଣନୀତିର ଅଂଶ ଭାବରେ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ଆମେରିକାର ସବୁଠାରୁ ବଡ଼ ନ୍ୟୁଜ ନେଟୱାର୍କ, CNN ର ଭବିଷ୍ୟତ କ’ଣ ହେବ? ଟ୍ରମ୍ପଙ୍କ ଚାପ ପରେ ଉଠିଲାଣି ପ୍ରଶ୍ନ

ଓ୍ବାଶିଂଟନ,୧୮।୧୨: CNN ଏକ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛି, ଏହାର ମୂଳ କମ୍ପାନୀ, ୱାର୍ନର ବ୍ରଦର୍ସ ଡିସ୍କଭରୀ (WBD), ଏକ ସମ୍ଭାବ୍ୟ ଅଧିଗ୍ରହଣର ସମ୍ମୁଖୀନ ହେଉଛି।...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…

କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri