ଚିନ୍ତା ବଢ଼ାଇଛି ସଂକ୍ରମଣ

ଲଳିତେନ୍ଦୁ ପଲାଉରୀ

ସାରା ଦେଶରେ କରୋନା ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ମେଡିକାଲଗୁଡ଼ିକରେ ଅକ୍ସିଜେନ ଅଭାବରୁ ପ୍ରତିଦିନ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି। କରୋନା ଜନିତ ମୃତ୍ୟୁସଂଖ୍ୟା ଏତେ ବଢୁଛି ଯେ ଦାହ ସଂସ୍କାର ପାଇଁ ମଶାଣିରେ ସ୍ଥାନ ଅଭାବ ପଡ଼ି ଗଲାଣି। ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଏବେ ଟୋକନ୍‌ ବ୍ୟବସ୍ଥା ହୋଇଛି। ଅନ୍ତିମ ସଂସ୍କାର ପାଇଁ ମୃତକଙ୍କ ପରିବାର ନିଜ ପାଳିକୁ ଅପେକ୍ଷା କରୁଛନ୍ତି। ଶବ ଦାହ ପାଇଁ ଶ୍ମଶାନର ଅଭାବ ଯୋଗୁ ଦିଲ୍ଲୀରେ ଏବେ ପାର୍କଗୁଡ଼ିକରେ ଅସ୍ଥାୟୀ ଶ୍ମଶାନ ନିର୍ମାଣ କରାଯାଇ ଶବଦାହ ହେଉଛି। ଦିଲ୍ଲୀର ସରାୟ କାଲେ ଖାଁରେ ଥିବା ପାର୍କରେ ଏବେ ଶବଦାହ ପାଇଁ ବ୍ୟବସ୍ଥା କରିଛନ୍ତି ଦିଲ୍ଲୀ ପ୍ରଶାସନ।
କରୋନା ସଂକ୍ରମଣର ଭୟ ଲୋକଙ୍କ ମାନବିକତା ଓ ସମ୍ବେଦନଶୀଳତାକୁ ଯେମିତି ହଜାଇ ଦେଇଛି। ଘରଭଡା ଦେଇଥିବା ମାଲିକମାନେ ଭଡ଼ାଟିଆଙ୍କୁ ଘରୁ ବିତାଡ଼ିତ କରୁଥିବାର ଖବର ସାମ୍ନାକୁ ଆସିଛିି ଉତ୍ତରପ୍ରଦେଶର କିଛି ଅଞ୍ଚଳରେ। ବରେଲିରେ ଭଡ଼ାରେ ରହୁଥିବା ମା’ ଓ ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କୁ ଘର ମାଲିକ ଘରୁ ବାହାର କରି ଦେଇଥିଲେ। ଶେଷରେ ଉଭୟ ମା’ ପୁଅଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ଇନ୍ଦିରାନଗରର ଶକ୍ତିନଗର କଲୋନିରେ ଶାଶୁଙ୍କ ମୃତ୍ୟୁ ପରେ ଘରର ବିଧବା ବୋହୂ ଶବ ଶ୍ମଶାନକୁ ନେବାକୁ ଘଣ୍ଟା ଘଣ୍ଟା ଧରି ଆକୁଳ ନିବେଦନ କରିଥିଲେ ମଧ୍ୟ କେହି ବି ସାହାଯ୍ୟ ପାଇଁ ଆସି ନ ଥିଲେ। କିନ୍ତୁ ମୃତ ମହିଳା ଜଣକ କରୋନା ସଂକ୍ରମିତ ନ ଥିଲେ। ଆଗ୍ରାର ଜୟପୁର ପୋଲିସ କଲୋନିରେ ରହୁଥିବା ଜଣେ ଯୁବକଙ୍କ ବାପାଙ୍କର କରୋନାରେ ମୃତ୍ୟୁ ପରେ ମର ଶରୀରକୁ ନେବା ପାଇଁ ପୁଅ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଆମ୍ବୁଲାନ୍ସ ମିଳି ନ ଥିଲା। କେବଳ ସେତିକି ନୁହେଁ ମର ଶରୀରକୁ କାନ୍ଧ ଦେବା ପାଇଁ ମଧ୍ୟ କେହି ଆସି ନ ଥିଲେ; ଯାହା ଫଳରେ ଯୁବକ ଜଣକ ବାଧ୍ୟ ହୋଇ ତାଙ୍କ ବାପାଙ୍କ ମରଶରୀରକୁ କାର୍‌ ଉପରେ ବାନ୍ଧି ଶ୍ମଶାନକୁ ନେଇ ସେଠାରେ ଅନ୍ତିମ ସଂସ୍କାର କରିଥିଲେ। କରୋନାଜନିତ ମୃତ୍ୟୁସଂଖ୍ୟା ଏତେ ବଢିଯାଇଛି କି ଲକ୍ଷ୍ନୌର ବାଇକୁନ୍ତ ଧାମ ଏବଂ ଗୁଲାଲ ଘାଟରେ ପ୍ରାୟ ପ୍ରତିଦିନ ଶହଶହ ମୃତଦେହ ଦାହ କରାଯାଉଛି। ଉତ୍ତରପ୍ରଦେଶ ଫାରୁଖାବାଦସ୍ଥିତ ପାଞ୍ଚାଳ ଘାଟରେ ଅନ୍ତିମ ସଂସ୍କାର ପାଇଁ ଆଉ ଜାଗା ମିଳୁନି। ଫଳରେ ଲୋକେ ବାଧ୍ୟ ହୋଇ ଗଙ୍ଗା କୂଳରେ ଅନ୍ତିମ ସଂସ୍କାର କରୁଛନ୍ତି। ବ୍ୟବହୃତ ପିପିଇ କିଟ୍‌, ମାସ୍କ ଖୋଲାରେ ପଡିରହୁଛି। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଦାହ ସଂସ୍କାରରେ କୋଭିଡ୍‌ ପ୍ରୋଟୋକଲ ପାଳନ କରାଯାଉ ନଥିବା ମଧ୍ୟ ଦେଖିବାକୁ ମିଳୁଛି।
ଚିନ୍ତାଜନକ ବିଷୟ ହେଉଛି, ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢୁଥିବା ବେଳେ ଅକ୍ସିଜେନ୍‌ ଅଭାବ ଯୋଗୁ ଅନେକ ହସ୍ପିଟାଲ ଗୁରୁତର ରୋଗୀଙ୍କୁ ଆଉ ଗ୍ରହଣ କରୁନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ନିଜର ଅସହାୟତା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏଭଳି ସଙ୍କଟ ସମୟରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅକ୍ସିଜେନ୍‌ ଯୋଗାଣରେ କେତେକ ବ୍ୟକ୍ତି ବାଧା ସୃଷ୍ଟି କରୁଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ ଏଭଳି ବ୍ୟକ୍ତିଙ୍କୁ ଫାଶୀରେ ଝୁଲାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି କି କରୋନା ସ୍ଥିତି ଜାତୀୟ ଜରୁରୀ ସ୍ଥିତିଠାରୁ କିଛି କମ୍‌ ନୁହେଁ। ଭାରତରେ କୋଭିଡ୍‌-୧୯ ସଙ୍କଟ ‘ହୃଦୟବିଦାରକ’ ବୋଲି ବିଶ୍ବ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଅଭିଯାନ ଚଳାଇଥିବା ୧୮ବର୍ଷିୟା ସାମାଜିକ କର୍ମୀ ଗ୍ରେଟା ଥନ୍‌ବର୍ଗ କହିଛନ୍ତି, ଭାରତକୁ ଏହି ସଙ୍କଟରୁ ମୁକ୍ତି ଦେବାକୁ ବିଶ୍ବ ସମୁଦାୟ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜରୁରିକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ କହିଛନ୍ତି, ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବର୍ତ୍ତମାନ ସ୍ଥିତିରେ ଅତ୍ୟନ୍ତ କଷ୍ଟକର ବ୍ୟାପାର।
ଭାରତରେ କରୋନା ସଂକ୍ରମଣ ପ୍ରବଳ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକା ଗଭୀର ଚିନ୍ତା ପ୍ରକଟ କରିଛି। ଏଭଳି ସଙ୍କଟଜନକ ପରିସ୍ଥିତି ବେଳେ ଆମେରିକାରେ ଗଚ୍ଛିତ ଥିବା କୋଭିଡ୍‌ ଟିକା ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଭେଷଜ ସାମଗ୍ରୀ ଭାରତକୁ ପଠାଇଛି ଆମେରିକା। ବ୍ରିଟେନ ମଧ୍ୟ ସହାୟତା ଦେଇଛି। କେନ୍ଦ୍ର ସରକାର କୋଭିଡ୍‌-୧୯ ଟିକା ଆମଦାନୀ, ମେଡିକାଲ୍‌ ଅକ୍ସିଜେନ୍‌ ଏବଂ ଅନ୍ୟାନ୍ୟ ଉପକରଣ ଉପରୁ ଟିକସ ଛାଡ଼ କରିଛନ୍ତି। ଦେଶରେ ବହୁଳ ପରିମାଣରେ ଅକ୍ସିଜେନ୍‌ ଉପଲବ୍ଧ କରାଇବା ନିମନ୍ତେ ‘କଷ୍ଟମ୍‌ ଡିୟୁଟି’ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଦେଶର ସମସ୍ତ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପିଏମ୍‌ କେୟାର ପାଣ୍ଠିରୁ ଅର୍ଥ ବିନିଯୋଗ ଲାଗି ନିର୍ଦ୍ଦେଶ ଦିଆଯାଇଛି।
ପ୍ରତିଦିନ ଦେଶରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ଭୟଙ୍କର ସ୍ଥିତିକୁ କେବଳ ବ୍ୟାପକ ଟିକାକରଣ ମାଧ୍ୟମରେ ହ୍ରାସ କରାଯାଇପାରିବ ବୋଲି ଓ୍ବାଶିଂଟନ ୟୁନିଭର୍‌ସିଟିର ଇନ୍‌ଷ୍ଟିଚ୍ୟୁଟ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ୍‌ ଇଭାଲ୍ୟୁଏଶନ ପୂର୍ବାନୁମାନ କରିଛି। ଆମେରିକାର ୱାଶିଂଟନ୍‌ ୟୁନିଭରସିଟିର ସ୍କୁଲ୍‌ ଅଫ୍‌ ମେଡିସିନର ଅନୁସନ୍ଧାନକାରୀ ଦଳର ଆସିଷ୍ଟାଣ୍ଟ ପ୍ରଫେସର ଜିଆଦ ଅଲ-ଅଲି କହିଛନ୍ତି, ରୋଗ ଚିହ୍ନଟ ହେବାର ୬ ମାସ ପରେ ମଧ୍ୟ କରୋନାରୁ ଭଲହୋଇଥିବା ରୋଗୀର ମୃତ୍ୟୁ ଆଶଙ୍କା ରହୁଛି। କରୋନା ସଂକ୍ରମିତ ରୋଗୀଙ୍କୁ ପରୀକ୍ଷା କରିବା ବେଳେ ଡାକ୍ତରମାନେ ମଧ୍ୟ ଅଧିକ ସତର୍କ ହେବା ଉଚିତ। କରୋନା ଭାଇରସରୁ ସୁସ୍ଥ ହେବା ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦୀର୍ଘ ସମୟ ଧରି ରହୁଛି। ପ୍ରାରମ୍ଭିକ ସଂକ୍ରମଣରୁ ସୁସ୍ଥ ହେବା ପରେ ରୋଗର ପ୍ରଥମ ୩୦ ଦିନରୁ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ମୃତ୍ୟୁ ଆଶଙ୍କା ୬୦ ପ୍ରତିଶତ ଥିବା ଗବେଷଣାରୁ ଜଣାପଡିଛି। ଏହି ୬ ମାସରେ କରୋନାରୁ ସୁସ୍ଥ ହୋଇଥିବା ୧୦୦୦ ରୋଗୀଙ୍କ ଭିତରୁ ୮ ଜଣଙ୍କ ମୃତ୍ୟୁ ହୋଇପାରେ ବୋଲି ତଥ୍ୟରେ ଦର୍ଶାଯାଇଛି। ଦେଶର ଏଭଳି ସଙ୍କଟଜନକ ସ୍ଥିତିରେ କେବଳ ସଚେତନତା, ସାମାଜିକ ଦୂରତା, ବାଧ୍ୟତାମୂଳକ ମାସ୍କ ପରିଧାନ, ବାରମ୍ବାର ହାତ ଧୋଇବା ସହ ଯଥା ସମ୍ଭବ ଘରେ ରହିବା, ସଞ୍ଜମତା ଓ ଧୈର୍ଯ୍ୟର ସହ ଏହାକୁ ମୁକାବିଲା କରିବା ହିଁ ଆମ ସମସ୍ତଙ୍କ ପାଇଁ ଶ୍ରେୟ ହେବ।
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ-୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri