ଭିତ୍ତିଭୂମି ଅଛି, ବିକାଶକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୦।୪-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୩୨କି.ମି. ଦୂରରେ ରହିଛି ଦୁବଲାଗଡ଼ି ପନ୍ତାଳ ବେଳାଭୂମି। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ବେଳାଭୂମିରେ ସମସ୍ତ ଭିତ୍ତିଭୂମି ରହିଛି। ଯାହାକୁ ବିକଶିତ କରାଗଲେ ଚାନ୍ଦିପୁର, ଡଗରା, ତାଳସାରୀଠାରୁ ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇପାରିବ ବୋଲି ‘ବେଳାଭୂମି ବିକାଶ କମିଟି’ର ସଦସ୍ୟାସଦସ୍ୟ କୁହନ୍ତି। ବିଶେଷ କରି ବେଳାଭୂମିକୁ ବିକଶିତ କରି ଇକୋ ରିଟ୍ରିଟ୍‌ ବ୍ୟବସ୍ଥା କଲେ ସରକାର ଅଧିକ ରାଜସ୍ବ ପାଇବା ସହିତ ଏହି ଅଞ୍ଚଳର ଲୋକଙ୍କୁ ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇପାରନ୍ତା ବୋଲି ବେଳାଭୂମି ବିକାଶ କମିଟି ସମ୍ପାଦକ ଗୌରସୁନ୍ଦର ପରିଡ଼ା ଦାବି କରିଛନ୍ତି।
ଦୁବଲାଗଡ଼ି ପନ୍ତାଳ ବେଳାଭୂମିକୁ ବହୁତ କମ୍‌ ଲୋକେ ଜାଣିଛନ୍ତି। ବିସ୍ତୀର୍ଣ୍ଣ ଝାଉଁବଣର ଶୋଭାରାଜି ସାଙ୍ଗକୁ ବେଳାଭୂମିର ମନୋରମ ଦୃଶ୍ୟ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ବେଳାଭୂମିର ଅପରୂପ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ କିଛି ସମୟ ପାଇଁ କୋଳାହଳଭରା ସହରଠାରୁ ଦୂରେଇ ରହିବା ପାଇଁ ଏଠାକୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ଅନ୍ୟ ବେଳାଭୂମି ଅପେକ୍ଷା ସେତେଟା ଭିଡ଼ ନ ଥିବାବେଳେ ଯିଏ ଥରେ ଏଠାକୁ ଆସେ ଏଠାରୁ ଯିବା ପାଇଁ ଇଚ୍ଛା କରି ନ ଥାଏ। ଏଠାକୁ ଆସି ଲୋକମାନେ ବଣଭୋଜି କରିବା ସହିତ ବେଳାଭୂମିରେ ସାଙ୍ଗସାଥିଙ୍କ ସହିତ କ୍ରିକେଟ୍‌, ଫୁଟବଲ, ଭଲି ଖେଳିବା ଏବଂ ସମୁଦ୍ରରେ ଗାଧୋଇବାର ମଜା ନେଇଥାନ୍ତି। ପର୍ଯ୍ୟଟକଙ୍କ ଭିଡ଼ ଦେଖି ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକ ଅଳ୍ପ କିଛି ଅର୍ଥ ନେଇ ସେମାନଙ୍କ ରହିବା ପାଇଁ ଟେଣ୍ଟ ଏବଂ ଖାଇବା ବ୍ୟବସ୍ଥା କରାଉଛନ୍ତି। ବେଳାଭୂମିକୁ ଯା’ଆସ ପାଇଁ ରାସ୍ତା ନ ଥିବାବେଳେ ଉଜ୍ୱଳ ଆଲୋକ, ପାନୀୟ ଜଳ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ରହିବା ପାଇଁ ସରକାରୀ କିମ୍ବା ବେସରକାରୀ ପାନ୍ଥଶାଳା କିମ୍ବା ହୋଟେଲ୍‌, ଦୋକାନବଜାର ନାହଁି। ଏପରିକି ବେଳାଭୂମିର ସୁରକ୍ଷା ପାଇଁ ପୋଲିସ କିମ୍ବା ଲାଇଫଗାର୍ଡ଼ର ବ୍ୟବସ୍ଥା ମଧ୍ୟ ନାହଁି। ବେଳାଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ‘ବେଳାଭୂମି ବିକାଶ କମିଟି’ ଗଠନ କରାଯାଇଛି। ସ୍ଥାନୀୟ ଲୋକଙ୍କ ଦାବି ପରେ ବାଲେଶ୍ୱର ବିଧାୟକ ସ୍ବରୂପ କୁମାର ଦାସ ଏହି ବେଳାଭୂମିକୁ ପରିଦର୍ଶନ କରି ବେଳାଭୂମିକୁ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ବେଳାଭୂମିକୁ ଅଧିକ ଆକର୍ଷଣୀୟ କରନ୍ତି ନାଲି କଙ୍କଡ଼ା ଓ ସାମୁଦ୍ରିକ ଜୀବ। ଏଠାରେ ପାଣି ପୂରା ସଫା ଓ ବାଲି ପୂରା ଧଳା। ପରିବାର ସହ ଏଠାକୁ ପର୍ଯ୍ୟଟକ ଆସିପାରିବେ। ହେଲେ ରାତିରେ ରହିବା ପାଇଁ ସୁବିଧା ନ ଥିବାରୁ ଦୂର ସ୍ଥାନରୁ ପର୍ଯ୍ୟଟକ ଆସି ପାରୁ ନାହାନ୍ତି। ଏହାର ବିକାଶ ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ବେଳାଭୂମି ବିକାଶ କମିଟି ସଦସ୍ୟ ଜୟଦେବ ସାହୁ କହିଛନ୍ତି, ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ସମୁଦ୍ର ନିକଟରେ ଝାଉଁବଣ ଥିବାରୁ ପର୍ଯ୍ୟଟକମାନେ ଆକର୍ଷିତ ହୋଇଥାନ୍ତି। ଏଠାରେ କିନ୍ତୁ ରାସ୍ତା ନ ଥିବାରୁ ବହୁତ ପର୍ଯ୍ୟଟକ ଫେରିଯାଉଛନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଇପାରିଲେ ଅଞ୍ଚଳର ବିକାଶ ହୋଇପାରିବ। ଦୁବଲାଗଡ଼ି ସରପଞ୍ଚ ଶୈଳବାଳା ଜେନା କୁହନ୍ତି, ବିଗତ ୫ବର୍ଷ ହେଲା ଆମେ ଏହି ଅଞ୍ଚଳକୁ ‘ବଗଦା ଦୁବଲାଗଡ଼ି ସି ବିଚ୍‌’ର ମାନ୍ୟତା ଦେବା ପାଇଁ ଦାବି କରିଆସୁଛୁ। ସବୁପ୍ରକାର ସୁବିଧା ସୁଯୋଗ ରହିଥିଲେ ବି ସରକାରଙ୍କ ଦୃଷ୍ଟି ପଡୁ ନ ଥିବାରୁ ବିକାଶ ହୋଇପାରୁନି। ଆଗରୁ ଦିନକୁ ୫୦ରୁ ୧୦୦ ଜଣ ଆସୁଥିଲେ। ଏବେ ହଜାରେରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri