ଅର୍ଥକାରୀ ଫସଲ ହିଁ ଚାଷୀଙ୍କୁ ସ୍ୱାବଲମ୍ବୀ କରିବ

କେନ୍ଦ୍ରାପଡା ଅଫିସ, ୨୩।୩: ଖାଦ୍ୟ ପାଇଁ ଶସ୍ୟ ଉତ୍ପାଦନ କରିବାକୁ ପଡ଼ିବ। ଏଥିପାଇଁ ଜଳ ପରିଚାଳନାର ଯଥେଷ୍ଟ ଗୁରୁତ୍ୱ ଅଛି। ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କୃଷିକୁ ଆଗକୁ ନେବ। ତେବେ କୃଷିଭିତ୍ତିକ ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାର ଅଧିବାସୀଙ୍କୁ ବାହାର ଜିଲା ଓ ରାଜ୍ୟର ଉତ୍ପାଦକୁ ଅପେକ୍ଷା କରିବାକୁ ପଡୁଛି। କୃଷକଙ୍କ ମେକ୍‌ ଇନ୍‌ ରୁରାଲ କେନ୍ଦ୍ରାପଡ଼ାର ସ୍ବପ୍ନ ସରକାରୀ ଅସହଯୋଗ ପାଇଁ ପୂରଣ ହୋଇପାରୁନାହିଁ। ୨୦୧୫ରୁ ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ସରକାର ଆରମ୍ଭ କରିଥିବା ବେଳେ ଜିଲାକୁ ଅଦ୍ୟାବଧି ସାମିଲ କରାଯାଇ ପାରିନାହିଁ। ଜିଲାର ୭ ନଦୀର ଜଳ ସହିତ ଉପଯୁକ୍ତ ବର୍ଷା ଅର୍ଥକାରୀ ଫସଲ ପାଇଁ ଉପଯୋଗୀ। ପର୍ଯ୍ୟାପ୍ତ ଚାଷ ଜମି, ମାନବ ସମ୍ବଳ ସତ୍ତ୍ୱେ କୃଷି ଏବେ ସନ୍ତୋଷଜନକ ଉପାର୍ଜନ ଦେଇପାରୁନାହିଁ। କୃଷି ବିଶେଷଜ୍ଞଙ୍କ ଦ୍ୱାରା ଅନୁଧ୍ୟାନ କରି ସାମୂହିକ ଫସଲ ପାଇଁ ୫ ବର୍ଷିୟା ଖସଡା ପ୍ରସ୍ତୁତ ହୋଇପାରିଲେ ଚାଷୀ ସ୍ବାବଲମ୍ବୀ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଜିଲା ଜନ ଅଧିକାର ମଞ୍ଚର ସଭାପତି ଭୁବନାନନ୍ଦ ଜେନା, ଜିଲା ଜନ ସୁରକ୍ଷା ମଞ୍ଚ ସଭାପତି ଗଣେଶ ଚନ୍ଦ୍ର ସାମଲ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହେରା, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି, ଜିଲାକୁ କୃଷି ଅର୍ଥ ଦେଉଥିବା ବେଳେ ଏହାର ପରିଚାଳନାରେ ଘୋର ଅଭାବ ଦେଖାଦେଇଛି। ମେକ୍‌ ଇନ୍‌ ଇଣ୍ଡିଆ, ମେକ୍‌ ଇନ୍‌ ଓଡ଼ିଶା ପରି ଜିଲା ଅର୍ଥନୀତିକୁ ସୁଦୃଢ଼ ପାଇଁ କୃଷି କ୍ଷେତ୍ରରେ ମେକ୍‌ ଇନ୍‌ ରୁରାଲ କେନ୍ଦ୍ରାପଡ଼ା ଆହ୍ବାନ କାର୍ଯ୍ୟକାରୀ ହେବା କଥା। ଅଦ୍ୟାବଧି ସ୍ଥାନୀୟ ରାଜନେତା ଓ ପ୍ରଶାସକ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି। ସାମ୍ପ୍ରତିକ ସମୟରେ ଜୈବିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ୁଛି। କେନ୍ଦ୍ର ସରକାର ମଧ୍ୟ ଗତ ୨୦୧୫ରେ ଜୈବିକ ଚାଷକୁ ଗୁରୁତ୍ୱ ଦେଇ ନ୍ୟାଶନାଲ ମିଶନ ଅନ୍‌ ସଷ୍ଟେନେବଲ ଏଗ୍ରିକଲଚର (ଏନ୍‌ଏମ୍‌ଏସ୍‌ଏ) ଅଧୀନରେ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ଓଡ଼ିଶାର ଅନ୍ୟ ଜିଲାରେ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ କେନ୍ଦ୍ରାପଡ଼ାକୁ ସାମିଲ କରାଯାଇନାହିଁ। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ପ୍ରତିବର୍ଷ ପ୍ରାୟ ୧୪୦୦ ମିଲିମିଟର ବର୍ଷା ହେଉଛି। ତେବେ ବର୍ଷା ଜଳ ସଂରକ୍ଷଣ ଓ ନଦୀ ନାଳ ଜଳର ପରିଚାଳନା ଚାଷୀଙ୍କ ପାଇଁ ଆତଙ୍କ ସୃଷ୍ଟି କରୁଛି। ବର୍ଷାଦିନେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବା ବେଳେ ଜଳ ସେଚନ ପାଇଁ ଜିଲାର ପ୍ରାୟ ୪୦ ହଜାର ହେକ୍ଟର ଜମି ପଡିଆ ପଡୁଛି। ଏହାବ୍ୟତୀତ ଜିଲାର ଚାଷୀ ଧାନ ଫସଲ ମଧ୍ୟରେ ସୀମିତ ରହୁଛନ୍ତି। ଫଳରେ ଆୟ କମୁଛି। ସାମୂହିକ ଭାବେ ଏକ ୫ ବର୍ଷିୟା ଅର୍ଥକରୀ ଫସଲ ପାଇଁ କୃଷି ଗବେଷକଙ୍କ ଏକ କମିଟି ଆବଶ୍ୟକ। ଜିଲାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ଜଳସେଚନ ବ୍ୟବସ୍ଥା, ତାଲିମ ସହ ଅର୍ଥକରୀ ଫସଲର ଉତ୍ପାଦନ ଓ ବିକ୍ରିକୁ ନେଇ ସ୍ପଷ୍ଟ ମତ ପ୍ରକାଶ ପାଇଲେ ଜିଲାର କୃଷି ଶିଳ୍ପକୁ ଆଗେଇ ନେଇ ହେବ। ସାମ୍ପ୍ରତିକ ସମୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ସହ ୮ ଏକର ଚାଷ କରୁଥିବା ଚାଷୀର ଆୟ ସମାନ ହେଉ ନ ଥିବାରୁ କୃଷି ପ୍ରତି ଆଗ୍ରହ ପ୍ରକାଶ ପାଉନାହିଁ। ଯୁବବର୍ଗ କୃଷି ଅପେକ୍ଷା କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ଯାଉଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାଚରଣ ମହାରଣା କହିଛନ୍ତି ଯେ, ଜିଲା କୃଷି ବିଭାଗ ବୈଠକରେ ପାରମ୍ପରିକ ଭାବେ ଆଲୋଚନା ନ ହୋଇ ଆଗାମୀ ଦିନରେ କୃଷି ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri