ନିଶା ନୁହେଁ ମହୌଷଧି

ପ୍ରକୃତି ଏବଂ ପ୍ରାକୃତିକର ବିକଳ୍ପ ନାହିଁ। ପ୍ରକୃତି ତାହାର ସନ୍ତାନମାନଙ୍କର ସମସ୍ତ ଆବଶ୍ୟକତା ଓ ସମସ୍ୟାର ସମାଧାନ ପାଇଁ ନିଜ କୋଳରେ ସମସ୍ତ ସାମଗ୍ରୀ ମହଜୁଦ ରଖିଛି। ପୁଣି ଏହା ପାର୍ଶ୍ୱପ୍ରତିକ୍ରିୟାବିହୀନ ଏବଂ ପଞ୍ଚଭୂତାତ୍ମକ ଶରୀର ପାଇଁ ପ୍ରଯୁଜ୍ୟ। ମାତ୍ର ଆଜିକାଲି ଆମେ ଏହାର ଉପଲବ୍ଧିକୁ ଗ୍ରହଣ ନ କରି କୃତ୍ରିମ ଔଷଧ, ପେନ୍‌କିଲର ଉପରେ ଅଧିକାଂଶ ସମୟରେ ନିର୍ଭର କରୁଛେ। କୃତ୍ରିମ ଔଷଧର ବହୁଳ ବ୍ୟବହାର ଏବଂ ଏଗୁଡ଼ିକୁ ଡାକ୍ତରଙ୍କ ପରାମର୍ଶ ବିନା ଖାଇବା ସ୍ବାସ୍ଥ୍ୟ ସମସ୍ୟାକୁ ବେଳେବେଳେ ବିଗାଡ଼ି ଦେଉଛି। ଫଳରେ ଆମେ ଅଯଥା ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛେ।
ବର୍ତ୍ତମାନ ଥାଇଲାଣ୍ଡ ସରକାର ଏହି ପ୍ରାକୃତିକ ଔଷଧର ଉପକାରିତାକୁ ଉପଲବ୍ଧି କରି ଭାଙ୍ଗ, ଅଫିମକୁ ଚାଷ କରିବା ପାଇଁ ସ୍ବୀକୃତି ଦେବା ସହ ଏଗୁଡ଼ିକୁ ଔଷଧରେ ବ୍ୟବହାର କରିବାକୁ ଅନୁମତି ଦେଲେଣି। ଗଞ୍ଜେଇ ପତ୍ରକୁ ଭାଙ୍ଗ ବୋଲି କୁହାଯାଏ। ଭାଙ୍ଗକୁ ଗୋଦୁଗ୍ଧରେ ସିଝାଇଲେ ଏହାର ବିଷ ଦୋଷ ନଷ୍ଟ ହୁଏ। ଗଞ୍ଜେଇକୁ ଗରମ ପାଣିରେ ରାତିତମାମ ବତୁରାଇ ତାହାକୁ ପରଦିନ ଖରାରେ ଶୁଖାଇ ଦିଅନ୍ତୁ। ପରେ ଏହାକୁ ଘିଅରେ ଭାଜି ଦେଲେ ତାହାର ବିଷ ଦୋଷ ନଷ୍ଟ ହୋଇଥାଏ। ଏଥିରୁ ପ୍ରସ୍ତୁତ ଔଷଧ ବ୍ୟବହାର କଲେ ତାହା ଯନ୍ତ୍ରଣା ନିବାରକ, ନିଦ୍ରାକାରକ ସାବ୍ୟସ୍ତ ହୋଇଥାଏ। ତା’ସହ ଶରୀରର ଥକାପଣ ଦୂର କରିଥାଏ। ପତଳା ଝାଡ଼ା ହେଉଥିଲେ ଏଥିରୁ ଉପଶମ ପାଇବା ପାଇଁ ଆୟୁର୍ବେଦୀୟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏଭଳି ଔଷଧ ବ୍ୟବହାର କରିପାରନ୍ତି। ଏହାକୁ ଖାଇଲେ ହଜମ ଶକ୍ତି ବଢ଼ିଥାଏ, ଯୌନ କ୍ଷମତା ବୃଦ୍ଧି ପାଏ, ବଳ ବୃଦ୍ଧି କରେ, ଏସିଡିଟି ସମସ୍ୟାରୁ ଉପଶମ ଦିଏ। ଏହାକୁ ଖାଇଲେ ମହିଳାମାନଙ୍କର ଅଧିକ ଋତୁସ୍ରାବ ନିୟନ୍ତ୍ରିତ ହୋଇଥାଏ। ଧାତୁ ରୋଗ, ଆକ୍ଷେପ, ଶ୍ୱାସ, କାଶ, ଅରୁଚି, ରକ୍ତହୀନତା, ହିକ୍କା, ପ୍ରସବ ବେଦନାକୁ ଦୂର କରେ। ଏହାକୁ ସେବନ କଲେ ଜଳାନ୍ତକ ରୋଗରୁ ମଧ୍ୟ ଉପଶମ ମିଳିଥାଏ। ଭାଙ୍ଗକୁ ବାଟି ମୁଣ୍ଡରେ ଲେପ ଦେଲେ ଉକୁଣି, ନିଖ ମରନ୍ତି ଏବଂ କେଶ ବୃଦ୍ଧି ହୋଇଥାଏ। ଭାଙ୍ଗ ପତ୍ରକୁ ବାଟି ପାଦରେ ଲେପ ଦେଲେ ନିଦ୍ରାହୀନତା ଦୂର ହୁଏ। ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏହି ରୋଗ ସମ୍ବନ୍ଧୀୟ ଔଷଧଗୁଡ଼ିକ- କାମେଶ୍ୱର ମୋଦକ, ଗତାବରୀ ମୋଦକ, ପୁଷ୍ପ ଧନ୍ବାବଟୀ ଆଦି ବ୍ୟବହାର କରାଯାଇଥାଏ।
ସେହିପରି ପୋସ୍ତ ଗଛ କ୍ଷୀରରୁ ଅଫିମ ପ୍ରସ୍ତୁତ ହୋଇଥାଏ। ଅଫିମକୁ ୨୧ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ଏବଂ ରାତିରେ ଚନ୍ଦ୍ର କିରଣରେ ରଖିଲେ ଏହାର କୁପ୍ରଭାବ ନଷ୍ଟ ହୋଇଥାଏ। ଏହା ମଧୁମେହ, ଧାତୁ ରୋଗ, ବହୁମୂତ୍ର, ଧାତୁ ଶୀଘ୍ର କ୍ଷୟ ହେବା, ଦାନ୍ତ ବିନ୍ଧା, ପତଳା ଝାଡ଼ା, ଚର୍ମ ରୋଗ, ନାଳ ଝାଡ଼ା, ଅମ୍ଳପିତ୍ତ, ସାଇଟିକା, ଅଣ୍ଟାଧରା ଇତ୍ୟାଦିରୁ ଉପଶମ ଦେଇଥାଏ। ତା’ସହ ପଥୁରୀ, ହାର୍ଣ୍ଣିଆ ରୋଗର ଯନ୍ତ୍ରଣା ନିବାରଣ, ସ୍ବପ୍ନ ଦୋଷ, ବୀର୍ଯ୍ୟ ସ୍ଖଳନ, ଅର୍ଶ, କମ୍ପଜ୍ୱର, ମୁଣ୍ଡ ବିନ୍ଧା ନିବାରଣ ପାଇଁ ଏହାକୁ ଔଷଧ ଭାବରେ ବ୍ୟବହାର କରାଯାଇଥାଏ।
ପୋସ୍ତ ମଞ୍ଜି ବିଭିନ୍ନ ଖାଦ୍ୟର ମସଲା ରୂପେ ବ୍ୟବହାର କରାଯାଏ। ଏଥିରେ ଆଲକାଲୋଏଡସ୍‌ ମର୍ଫିନ୍‌, କୋଡାଇନ୍‌ ଏବଂ ଥିବାଇନ୍‌ ରାସାୟନିକ ତତ୍ତ୍ୱ ରହିଛି। ଏହା ଧାତୁ ବୃଦ୍ଧି କରିଥାଏ। ବଳବୀର୍ଯ୍ୟ ଓ କାନ୍ତି ବଢ଼ାଏ। ଫାଇଲେରିଆ, ନାଳ ଝାଡ଼ା, ପତଳା ଝାଡ଼ା, ମସ୍ତିଷ୍କ ରୋଗ, ବୃକକ ରୋଗ, କାଶ, ଯକ୍ଷ୍ମା ରୋଗ ପାଇଁ ଏଥିରୁ ପ୍ରସ୍ତୁତ ଔଷଧ ହିତକର ଅଟେ।
ତେବେ ଏସବୁ ଔଷଧ ବ୍ୟବହାର କରିବା ପୂର୍ବରୁ ନିଜର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଅଭିଜ୍ଞ ଆୟୁର୍ବେଦୀୟ ବିଶେଷଜ୍ଞଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର
ବେତନଟୀ, ମୟୂରଭଞ୍ଜ
ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri