ନୂଆ ଶିକ୍ଷା ନୀତିରେ ପରିବେଶ ଶିକ୍ଷା ସାମିଲକୁ ଗୁରୁତ୍ୱ

ଭୁବନେଶ୍ୱର,୫।୯(ବ୍ୟୁରୋ):ସାମ୍ପ୍ରତିକ ସମୟରେ ବିଶ୍ୱ ଅନେକ ପରିବେଶ ସମ୍ବନ୍ଧୀୟ ଆହ୍ବାନର ସମ୍ମୁଖୀନ ହେଉଛି। ଏହା କେବଳ ମାନବ ଜାତି ପାଇଁ ନୁହେଁ, ବରଂ ସମଗ୍ର ଜୀବଜଗତର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିପାଇଁ କେବଳ ମନୁଷ୍ୟ ହିଁ ଦାୟୀ। ନିଜର ସ୍ବାର୍ଥ ସାଧନ ପାଇଁ ସେ ପ୍ରକୃତିକୁ ନଷ୍ଟ କରିଚାଲିଛି। ତେଣୁ ଯୁବପିଢିଙ୍କୁ ଏବେଠାରୁ ପରିବେଶ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଦେଶର ନୂତନ ଶିକ୍ଷା ନୀତିର ପାଠ୍ୟକ୍ରମରେ ପରିବେଶ ସମ୍ବନ୍ଧୀୟ ବିଷୟ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ। ଓଡ଼ିଶା ପରିବେଶ ସମିତି ପକ୍ଷରୁ ‘ନୂତନ ଶିକ୍ଷା ନୀତିରେ ପରିବେଶ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏକ ୱେବିନାରରେ ବିଶେଷଜ୍ଞମାନେ ଏହି ମତ ଦେଇଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫକିର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଜୀବ ପ୍ରଯୁକ୍ତିବିଦ୍ୟାର ପୂର୍ବତନ ପ୍ରଫେସର ଡ଼. ଶିବ ପ୍ରସାଦ ଆଧିକାରୀ ଯୋଗଦେଇଥିଲେ। ସମୟ କ୍ରମେ ବିଶ୍ୱର ପରିବେଶ ଦୃଶ୍ୟପଟ୍ଟ କିପରି ପରିବର୍ତ୍ତିତ ହୋଇଚାଲିଛି ଏବଂ ଏହାର ଗୁଣବତ୍ତା ଉପରେ କ୍ଷତିକାରକ ପ୍ରଭାବ ବିସ୍ତାର ହେଉଛି ତାହା ଉପରେ ବର୍ଣ୍ଣନା କରିଥିଲେ। ନିମ୍ନ ଶ୍ରେଣୀର ପିଲାଙ୍କ ଠାରୁ ଆରମ୍ଭ କରି ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଏ ନେଇ ଉପଯୁକ୍ତ ଶିକ୍ଷା ପ୍ରଦାନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ। ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ର ସଭାପତିତ୍ୱ କରି କହିଲେ, ପରିବେଶ ଶିକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ, ସଭାସମିତି, ଖବରକାଗଜ ଓ ଟିଭିରେ ବିଭିନ୍ନ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ପ୍ରଦାନ କରାଯିବା ବାଞ୍ଛନୀୟ। ସ୍ବାଗତ ଭାଷଣ ପ୍ରଦାନ କରି ସମ୍ପାଦକ ଡ଼. ଜୟକୃଷ୍ଣ ପାଣିଗ୍ରାହୀ ବିଶ୍ୱ ପରିବେଶ କିପରି ଘୋର ଆହ୍ବାନର ସମ୍ମୁଖୀନ ହେଉଛି ତଥା ସମଗ୍ର ପୃଥିବୀରେ ଗ୍ରୀଷ୍ମ ପ୍ରବାହ, ପ୍ରବଳ ବର୍ଷା, ବନ୍ୟାର ପ୍ଲାବନ, ଭୂସ୍ଖଳନ ଏବଂ ଜଙ୍ଗଲ ଅଗ୍ନିକାଣ୍ଡ ପରି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧିପାଉଛି ତାହା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ବିଶେଷଜ୍ଞ ଡ଼. ଲାଲା ଏକେ ସିଂହ, ପୂର୍ବତନ ପିସିସିଏଫ ଡ଼. ବିଜୟ କେତନ ପଟ୍ଟନାୟକ, ଇଂ ମୁକ୍ତିପଦ ପଣ୍ଡା, ଡ. ସୁଧାକର କର, ଇଂ ବିପିନ ପଣ୍ଡା ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri