ଜୁଲାଇ ସୁଦ୍ଧା ୩୦ କୋଟିଙ୍କୁ ଟିକାଦାନ କଷ୍ଟକର…

ନୂଆଦିଲ୍ଲୀ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଯୋଗୁ ଇତିମଧ୍ୟରେ ୧୭ କୋଟି ୧ ଲକ୍ଷ ୭୬ ହଜାର ୬୦୩ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ୧୭ କୋଟି ଲୋକଙ୍କୁ ୧୧୪ ଦିନରେ ଟିକାଦାନ କରାଯାଇଛି। ଚାଇନା ଏଥି ପାଇଁ ୧୧୯ ଦିନ ସମୟ ନେଇଥିବାବେଳେ ଆମେରିକା ୧୧୫ ଦିନ ସମୟ ନେଇଥିଲା। ଭାରତରେ ଟିକାଦାନ ଶୀଘ୍ର ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଜୁଲାଇ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକାଦାନ କରାଯିବା କଷ୍ଟକର ବୋଲି ଏବେ ଅନୁମାନ କରାଯାଉଛି। ଟିକା ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ସରକାର ଧାର୍ଯ୍ୟ କରିଥିବା ୩୦ କୋଟି ଲୋକଙ୍କ ମଧ୍ୟରୁ ୩ କୋଟିରୁ କମ୍‌ ଲୋକ ଟିକାର ଉଭୟ ଡୋଜ୍‌ ନେଇ ସାରିଛନ୍ତି। ଯାହାକି ୩୦ କୋଟିର ୧୦ ପ୍ରତିଶତ ପାଖାପାଖି ରହିଛି। ସମ୍ପ୍ରତି ଟିକାର ଉଭୟ ଡୋଜ୍‌ ନେଇଥିବା ଲୋକଙ୍କ ମଧ୍ୟରେ ୬୪, ୭୧, ୩୮୫ ସ୍ବାସ୍ଥ୍ୟ କର୍ମଚାରୀ, ୭୭,୫୫,୨୮୩ ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାକର୍ସ ଏବଂ ୧,୪୯,୮୩,୨୧୭ ବରିଷ୍ଠ ନାଗରିକ ଅଛନ୍ତି। ସେହିପରି ୪୫ରୁ ୬୦ ବର୍ଷ ବୟସ୍କଙ୍କ ମଧ୍ୟରେ ୬୫, ୬୧, ୮୫୧ ଲୋକ ଟିକାର ଦ୍ୱିତୀୟ ଡୋଜ୍‌ ନେଇ ନାହାନ୍ତି। ସେହିପରି ୧୮ରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୨୦ ଲକ୍ଷଙ୍କୁ ଟିକାଦାନ କରାଯାଇଛି। ଦେଶର ୫୫ କୋଟି ଲୋକଙ୍କୁ ଟିକାଦାନ କରାଯିବାର ଆବଶ୍ୟକତା ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ୦.୩୬ ପ୍ରତିଶତଙ୍କୁ କରୋନା ଟିକାଦାନ କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri