Posted inଫୁରସତ

ପାଣି ଛୁଇଁଦେଲେ ପଥର

ଡୋଡୋମା: ପୃଥିବୀର ଆଶ୍ଚର୍ଯ୍ୟଜନକ ହ୍ରଦ ସୂଚୀରେ ସର୍ବାଗ୍ରେ ରହିଛି ତାଞ୍ଜାନିଆର ‘ନାଟ୍ରୋନ୍‌’। ଏହି ଜଳାଶୟର ପାଣିକୁ ଛୁଇଁଲେ ପଥର ହୋଇଯିବ ବୋଲି ବିଶ୍ୱାସ ରହିଛି। ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ମଧ୍ୟ ଏହାକୁ ଯେ କେହି ବିଶ୍ୱାସ ନ କରି ରହିପାରିବନି। କାରଣ ହ୍ରଦ ଭିତରେ ଶତାଧିକ ପକ୍ଷୀଙ୍କ ପଥର ପ୍ରତିକୃତି ଦେଖିବାକୁ ମିଳେ। ତେଣୁ ଏହି ହ୍ରଦ ସହିତ ଅତିଭୌତିକ ଶକ୍ତି ଜଡ଼ିତ ବୋଲି ଚର୍ଚ୍ଚା ହେଉଛି।

ତାଞ୍ଜାନିଆର ଅରୁଷା ଅଞ୍ଚଳରେ ଥିବା ଏହି ଚର୍ଚ୍ଚିତ ହ୍ରଦର ନିକଟବର୍ତ୍ତୀ ଅଞ୍ଚଳରେ ଜନବସତିର ଚିହ୍ନବର୍ଣ୍ଣ ନାହିଁି। ତେବେ ଆଖପାଖରେ ପଥର ପାଲଟିଯାଇଥିବା ଅସଂଖ୍ୟ ଜୀବଜନ୍ତୁଙ୍କୁ ସହଜରେ ଦେଖିବାକୁ ମିଳେ। ଏହା ହେଉଛି ଆଲ୍‌କାଲାଇନ ହ୍ରଦ, ଯେଉଁଠି ପାଣିରେ ସୋଡିୟମ କାର୍ବୋନେଟର ମାତ୍ରା ଅଧିକ। ଇଜିପ୍ଟରେ ମମ୍ମିକୁ ସୁରକ୍ଷିତ ରଖାଯାଉଥିବା ରାସାୟନିକ ତତ୍ତ୍ୱ ଭଳି ଏହି ପାଣିରେ ଆବଶ୍ୟକ ପଦାର୍ଥ ରହିଛି। ତେଣୁ ପକ୍ଷୀଙ୍କ ମୃତଦେହ ଶତାଧିକ ବର୍ଷ ଧରି ସୁରକ୍ଷିତ ହୋଇ ରହିଛି।
ପରିବେଶବିତ୍‌ ଏବଂ ଓ୍ବାଇଲ୍ଡଲାଇଫ୍‌ ଫଟୋଗ୍ରାଫର ନିକ୍‌ ବ୍ରାଣ୍ଡ୍‌ ହ୍ରଦ ଆଖପାଖ ଅଞ୍ଚଳ ପରିଦର୍ଶନ କରି ବହୁ ଫଟୋ ଉତ୍ତୋଳନ କରିଥିଲେ। ନିଜର ଅନୁଭୂତିକୁ ସେ ଏକ ପୁସ୍ତକରେ ସ୍ଥାନ ଦେଇଛନ୍ତି। ସେ ଏଥିରେ ହ୍ରଦର ପାରିପାର୍ଶ୍ୱିକ ଅବସ୍ଥିତି, ମୃତ ଜୀବଜନ୍ତୁଙ୍କ ବିଷୟରେ ବିସ୍ତୃତ ତଥ୍ୟ ଉଲ୍ଲେଖ କରିଛନ୍ତି। ତେବେ ଏତେ ପରିମାଣର ପକ୍ଷୀଙ୍କ ମୃତ୍ୟୁ କିଭଳି ହେଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ଦର୍ଶାଇନାହାନ୍ତି।

କେବଳ ‘ନାଟ୍ରୋନ୍‌’ ନୁହେଁ, ଆଫ୍ରିକାର ‘କିଭୁ’ ମଧ୍ୟ ଏଭଳି ରହସ୍ୟମୟ ହ୍ରଦ ତାଲିକାଭୁକ୍ତ ହୋଇଛି। ୯୦ କିମି ଦୈର୍ଘ୍ୟ ଏବଂ ୫୦ କିମି ପ୍ରସ୍ଥ ବିଶିଷ୍ଟ ଏହି ହ୍ରଦ ବିଷୟରେ ଅଧିକ ସୂଚନା ନାହିଁ। ଏହାର ପାଣିରେ ମାତ୍ରାଧିକ କାର୍ବନ ଡାଇଅକ୍ସାଇଡ୍‌ ଏବଂ ମିଥେନ ରହିଛି। ହାଲ୍‌କା ଭୂକମ୍ପ ଝଟ୍‌କାରେ ଏହି ହ୍ରଦରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଆଶଙ୍କା ରହିଛି। ତେଣୁ ଏହା ବିପଜ୍ଜନକ ହ୍ରଦ ଭାବେ ପରିଚିତ। ସେହିପରି ଆମେରିକାର ସୁନ୍ଦରତମ ମିଚିଗାନ୍‌ ହ୍ରଦ ମଧ୍ୟ ବିପଜ୍ଜନକ। ୧୯୮୬ ଅଗଷ୍ଟରେ ଏହି ହ୍ରଦ ଅବବାହିକାରୁ ବିଷାକ୍ତ ଗ୍ୟାସ ନିର୍ଗମନ ହୋଇଥିଲା, ଯାହାର ପ୍ରଭାବରେ ଆଖପାଖରେ ବସବାସ କରୁଥିବା ସମସ୍ତ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ିଥିଲେ। ୧,୭୪୬ ଲୋକଙ୍କ ଜୀବନ ଅକାଳରେ ଝଡ଼ିଯାଇଥିଲା। ପ୍ରକୃତିର ଏପରି ତାଣ୍ଡବ ପଛର କାରଣ ଥିଲା ହ୍ରଦ ତଳେ ଅବସ୍ଥିତ ଜୀବନ୍ତ ଆଗ୍ନେୟଗିରି ଉଦ୍‌ଗିରଣ। ଆଗ୍ନେୟଗିରି ବିସ୍ଫୋରଣ ହେବା ପରେ ସେଥିରୁ ନିର୍ଗତ କାର୍ବନ ଡାଇଅକ୍ସାଇଡ୍‌ ପାଣି ସଂସ୍ପର୍ଶରେ ଆସିବା ପରେ ସୃଷ୍ଟି ହୋଇଥିବା କଳାଧୂଅଁାର ବାଦଲ ଚତୁର୍ଦ୍ଦିଗକୁ ବ୍ୟାପିଯାଇଥିଲା। ଫଳରେ ଶ୍ୱାସକ୍ରିୟା କରି ନ ପାରି ମଣିଷ, ଜୀବଜନ୍ତୁ ପୋକମାଛି ଭଳି ମରିଯାଇଥିଲେ।

ଆଶ୍ଚର୍ଯ୍ୟଜନକ ହ୍ରଦ ଭିତରେ ରୁଷିଆର ‘ବ୍ରୋସ୍‌ନୋ ଡ୍ରାଗନ’ ଅନ୍ୟତମ। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ଏହି ଜଳାଶୟ ଭିତରେ ଡ୍ରାଗନ୍‌ ଭଳି ଏକ ବଡ଼ ଝିଟିପିଟି ବାସ କରୁଛି। ବେଳେବେଳେ ହ୍ରଦ ମଧ୍ୟରୁ କାର୍ବନ ଡାଇଅକ୍ସସାଇଡ୍‌ ନିର୍ଗମନ ହୋଇଥାଏ। ଏହାର ପ୍ରଭାବରେ ସୃଷ୍ଟି ହେଉଥିବା ଫୋଟକା ଛୋଟ ଛୋଟ ଡଙ୍ଗାକୁ ଓଲଟାଇଦେବାରେ ସକ୍ଷମ ହୋଇଥାଏ। ସ୍ଥାନୀୟ ବାସିନ୍ଦା ଜୀବନଜୀବିକା ପାଇଁ ଏହି ହ୍ରଦ ଉପରେ ନିର୍ଭର କରୁଥିଲେ ମଧ୍ୟ ବେଶ୍‌ ସତର୍କତା ଅବଲମ୍ବନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri