ଷ୍ଟ୍ରିଟ୍‌ ଫୁଡ୍‌ ଉପରେ ରହୁନି ଅଙ୍କୁଶ

ରାଉରକେଲା ଅଫିସ,୧୪।୬
(ସଙ୍ଗୀତା ଜେନା)
ଉତ୍ତମ ଗୁଣବତ୍ତା ଖାଦ୍ୟକୁ ଆଦୃତ କରିବା, ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ପରିବେଷଣ ନ କରି ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଯନ୍ନବାନ ହେବା ଉଦ୍ଦେଶ୍ୟରେ ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଉରକେଲା ମହାନଗର ନିଗମ ପକ୍ଷରୁ ମାସକୁ ପ୍ରାୟ ୪ରୁ ୫ ଥର ଯାଞ୍ଚ ହେଉଛି। ଏହାସତ୍ତ୍ୱେ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟକର ଖାଦ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି।
ରାଉରକେଲା ସହରର ସେକ୍ଟର-୫, ସେକ୍ଟର-୧୯ ଆମ୍ବାଗାନ, କୋଏଲନଗର, ବାସନ୍ତୀ କଲୋନୀ, ଡିଏଭି ସମେତ ଅନ୍ୟ ଅଞ୍ଚଳରେ ଫୁଡ୍‌ କୋର୍ଟ ରହିଛି। ଏହିସବୁ ସ୍ଥାନରେ ଖାଦ୍ୟକୁ ଆକର୍ଷଣୀୟ କରିବା ପାଇଁ ଏଥିରେ ଅତ୍ୟଧିକ ରଙ୍ଗ ସମେତ ମସଲା, ଚାଇନା ସଲ୍ଟ ଓ ନିମ୍ନମାନର ଖାଇବା ତେଲ ବ୍ୟବହାର କରାଯାଉଛି। ତେବେ ସୁନ୍ଦର ଦେଖାଯାଉଥିବା ଏହି ଖାଦ୍ୟ ପରବର୍ତ୍ତୀ ସମୟରେ ରୋଗର କାରଣ ସାଜୁଛି। ଏ ନେଇ ଅଭିଯୋଗ କରି ଛେଣ୍ଡ ନିବାସୀ ଶର୍ମିଷ୍ଠା ଦାସ କହିଛନ୍ତି, ବ୍ୟଞ୍ଚନ ପ୍ରସ୍ତୁତ କରିବା ପାଇଁ ଶସ୍ତା ରିଫାଇନ ଅଏଲ ବ୍ୟବହାର କରାଯାଉଛି। ଏଥିସହ ବ୍ୟଞ୍ଜନରେ ଏକାଧିକ ଥର ତେଲ ମିଶ୍ରଣ କରି ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ପେଟରୋଗ, ଚର୍ମରୋଗ, ହୃଦ୍‌ରୋଗ ଆଶଙ୍କା ବୃଦ୍ଧି ପାଉଛି। ଏହା ଉପରେ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ପଦକ୍ଷେପ ନେବା ଆବଶ୍ୟକତା ରହିଛି ବୋଲି ଦାସ କହିଛନ୍ତି। ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟବହୃତ ପାଣିରେ ମଧ୍ୟ ସ୍ବଚ୍ଛତା ରହୁନାହିଁ ବୋଲି ସେ କହିଛନ୍ତି। ଅନୁରୂପ ଭାବେ ସାମାଜିକ କର୍ମୀ ରଜତ ନାୟକ କହିଛନ୍ତି, ସହରରେ ଉଠାଦୋକାନୀ କିମ୍ବା ଠେଲାରେ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିପକ୍ଷରେ କହିବା ଯୁକ୍ତିଯୁକ୍ତ ନୁହେଁ। ତଥାପି ଅତ୍ୟନ୍ତ ଅସ୍ବାସ୍ଥ୍ୟକର ପରିବେଶ ଏବଂ ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ଯୋଗୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ସମାଧାନ ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ। ଏଥିପାଇଁ କୌଣସି ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ କରାଯାଉନାହିଁ। ଫଳରେ ଯୁବପିଢ଼ି ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉଭୟ ଗ୍ରାହକ ଓ ବ୍ୟବସାୟୀ ସଚେତନ ହେବା ଉଚିତ ବୋଲି ନାୟକ କହିଛନ୍ତି।
ଏ ସମ୍ପର୍କରେ ଆର୍‌ଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ଦୀକ୍ଷା ଦେଙ୍କୁ ପଚାରିବାରୁ ସେ କହିଲେ, ଗତ ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମାସକୁ ଅନୂନ ୪ ଥର ହିସାବରେ ପ୍ରାୟ ୨୪ରୁ ୨୫ ଥର ବିଭିନ୍ନ ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ଦୋକାନୀ ଓ ସେମାନଙ୍କ କର୍ମଚାରୀଙ୍କ ପରିଚ୍ଛନ୍ନତା ସହ ହେଡ୍‌ କ୍ୟାପ, ଆଫ୍ରୋନ, ଫୁଡ୍‌ କଭର, ଖାଦ୍ୟର ଗୁଣବତ୍ତା, ଖାଦ୍ୟରେ ଫୁଡ୍‌ କଲର, ଭେଜିଟେବୁଲ ଶଶ୍‌ ଆଦିର ମାନ ପରୀକ୍ଷା କରାଯାଉଛି। ଖାଦ୍ୟ ନମୁନା ସଂଗ୍ରହ କରି ଲ୍ୟାବ୍‌କୁ ପଠାଯାଉଛି। ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଓରାମପଡ଼ା ଓ ମଧୁସୂଦନପାଲ୍ଲୀରେ ୨ଟି ଶଶ୍‌ ଓ ବାଦାମ ଚିକି ଉପତ୍ାଦନ ୟୁନିଟ ସିଲ୍‌ କରାଯାଇଥିଲା। ଏହାବ୍ୟତୀତ, ଫୁଡ୍‌ କୋର୍ଟ ଓ ବିଭିନ୍ନ ହୋଟେଲରୁ ପ୍ରାୟ ୧ରୁ ୨ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଦୋକାନୀଙ୍କ ଲାଇସେନ୍ସ ନବୀକରଣ ଓ ନୂତନ ଲାଇସେନ୍ସ ଆବେଦନ ଉପରେ ଜୋର୍‌ ଦିଆଯାଉଛି। ଦୋକାନୀ ଓ ଗ୍ରାହକ ଏଥିପ୍ରତି ସଚେତନ ହେଲେ ଖାଦ୍ୟ ଅପମିଶ୍ରଣ ଓ ଗୁଣବତ୍ତାରେ ସୁଧାର ହେବ ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ଦେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri