Advertisement

ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ: ମୋଦି

ବାଲି,୧୬।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଇଣ୍ଡୋନେସିଆର ବାଲିରେ ଅଛନ୍ତି। ବୁଧବାର ଜି-୨୦ ସମ୍ମିଳନୀର ସମାପନ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବାଲିର ପବିତ୍ର ଭୂମିରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଗର୍ବର ବିଷୟ। ଭାରତ ଏବଂ ବାଲିର ଏକ ପ୍ରାଚୀନ ସମ୍ପର୍କ ଅଛି। ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ସେତେବେଳେ ନେଉଛି, ଯେତେବେଳେ ସମଗ୍ର ବିଶ୍ୱ ଅର୍ଥନୈତିକ ଚ୍ୟାଲେଞ୍ଜ ଏବଂ କରୋନା ଭଳି ମହାମାରୀ ସହିତ ମୁକାବିଲା କରୁଛି। ଆସନ୍ତା ଜି-୨୦ ବୈଠକ ନୂତନ ଚିନ୍ତାଧାରା ଗଠନ ଏବଂ ସାମୂହିକ ଚିନ୍ତାଧାରାକୁ ତ୍ୱରାନ୍ବିତ କରିବ। ପ୍ରଧାନମନ୍ତ୍ରୀ ମୋଦି ଶିଖର ସମ୍ମିଳନୀର ଦକ୍ଷ ନେତୃତ୍ୱ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ତାଙ୍କ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପରିବେଶ ଉପରେ ବଢୁଥିବା ଚାପକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ବନ୍ଧୁତ୍ୱପୂର୍ଣ୍ଣ ଦେଶମାନଙ୍କୁ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି

ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ...

ବିଶ୍ୱ ଜନସଂଖ୍ୟା ଦିବସ: ଏଥର ମିହିଳାଙ୍କ ସ୍ବାସ୍ଥ୍ୟକୁ ନେଇ ରଖାଯାଇଛି ଥିମ୍‌

ଓ୍ବାଶିଂଟନ,୧୧।୭: ବିଶ୍ୱର ଅଧିକାଂଶ ଦେଶରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧୧ରେ ପାଳନ...

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ୍‌,୨୨।୫: ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଦୁର୍ଘଟଣାର ଶୀକାର ହୋଇଛି। ଏହି...

ହଂକଂରେ ଚାଇନାର ସେନା ମୁତୟନ

ବେଜିଂ, ୧୭ା୧୧(ପି.ଟି.) : ହଂକଂରେ ଗତ ୫ ମାସ ଧରି ଗଣତନ୍ତ୍ର ସପକ୍ଷବାଦୀଙ୍କ ବିକ୍ଷୋଭ ଜାରି ରହିଥିବାବେଳେ ପ୍ରଥମ ଥର ଲାଗି ଶନିବାର ଚାଇନା ପକ୍ଷରୁ...

ଟ୍ରମ୍ପ୍‌ ପେଚା ଭଳି ଚାଲାକ୍‌: ପ୍ରଶଂସା କରୁ କରୁ ଭୁଲ୍‌ କଲେ ଏହି ମହିଳା…

ଓ୍ବାଶିଂଟନ, ୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜଣେ ଟିଭି ଉପସ୍ଥାପିକା ଟ୍ରମ୍ପ୍‌ଙ୍କୁ ପେଚା ଭଳି...

ଘର ଖୋଳୁଥିଲେ ପାଇପ୍‌ ମିସ୍ତ୍ରୀ, ଭିତରୁ ମିଳିଲା ଖାଲି ବିଡ଼ା ବିଡ଼ା ଟଙ୍କା; ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୧୨: ଆମେରିକାର ଜଣେ ପାଇପ ମିସ୍ତ୍ରୀ ବାଥ୍‌ରୁମ ମରାମତି କରୁଥିବା ସମୟରେ ଭିତରୁ ଖାଲି ବିଡ଼ା ବିଡ଼ା ଟଙ୍କା ବାହାରିଥିଲା। ମାତ୍ର ସେ ସଚ୍ଚୋଟତା ଦେଖାଇ...

ଆଉ ଭାରତକୁ ଆସିବେ ନାହିଁ ଆମେରିକୀୟ

ଓ୍ବାଶିଂଟନ,୨୩।୪: କରୋନାର ଉଗ୍ରରୂପ ଦେଖାଦେଇଥିବା ଭାରତକୁ ନ ଯିବା ପାଇଁ ଆମେରିକୀୟ ନାଗରୀକଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। କେବଳ ଭାରତ ନୁହେଁ ପାକିସ୍ତାନ,...

ବ୍ୟାୟାମ କଲେ ବୃଦ୍ଧିପାଏ ବୟସ୍କଙ୍କ ସ୍ମରଣ ଶକ୍ତି

ନ୍ୟୁୟର୍କ:  ବ୍ୟାୟାମ କଲେ ବୟସ୍କମାନଙ୍କ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଏ  । ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି।...

Advertisement
Archives

Model This Week