ଜଙ୍ଗଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ପାଟଣା,୧୯।୧: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଉଦୟପୁର ବିଟ୍‌ ବଲାଣି ପଶି ଗ୍ରାମ୍ୟ ଜଙ୍ଗଲରେ ମଙ୍ଗଳବାର କିଛି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡିଛି। ଫଳରେ ୧୫ ଶହରୁ ଊର୍ଦ୍ଧ୍ୱ ଆକାଶିଆ ଗଛ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ସାହାରପଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଯୋଗ୍ୟ, ଗ୍ରାମ୍ୟ ଜଙ୍ଗଲରେ ଜଳବିଭାଜିକା ପକ୍ଷରୁ ବନୀକରଣ କରାଯାଇଥିଲା।