୨ ବର୍ଷ ହେଲା କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା, ୩୦।୧୨ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ଅବକାରୀ ବିଭାଗ ନିକଟ କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ ଗୃହ ଆଜକୁ ୨ ବର୍ଷ ହେବ କାର୍ଯ୍ୟକ୍ଷମ ନ ହୋଇ ଭୂତକୋଠି ହୋଇ ପଡି ରହିଛି। କେସିଙ୍ଗା ରେଞ୍ଜ ଅଧୀନରେ ୬୨ଟି ଫଡି ରହିଛି। ପ୍ରତ୍ୟେକ ଫଡିରୁ କେନ୍ଦୁପତ୍ର ବିଡା ଏହି କେନ୍ଦୁପତ୍ର କେନ୍ଦ୍ରୀୟ ଗୋଦାମ କେସିଙ୍ଗାରେ ଗଚ୍ଛିତ କରାଯାଇ ଥାଏ। କିନ୍ତୁ ଏହି ନୂତନ ଦୁଇ ମହଲା ବିଲ୍ଡିଂ ଓ ଗୋଦାମ ଗତ ୨୦୧୮ରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଆଜି ଯାଏ ପୂର୍ବତନ ରେଞ୍ଜର ହସ୍ତାନ୍ତର କରି ନ ଥିବାରୁ ଭୂତ କୋଠି ଭାବେ ପଡି ରହିଛି। ଏହି ଦୁଇ ମହଲା କାର୍ଯ୍ୟାଳୟ, ରେଞ୍ଜରଙ୍କ ବାସଗୃହ, ଫରେଷ୍ଟର ଓ ଗୋଦାମ ଗୃହ ବିନା ସୂଚନା ଫଳକରେ ନିର୍ମାଣ ଶେଷ ହୋଇଛି। କେନ୍ଦୁପତ୍ର ବିଡା ଖରା ବର୍ଷାରେ ରଖିବା ପାଇଁ ଘୋର ସମସ୍ୟା ହେଉଛି। ପୂର୍ବତନ ରେଞ୍ଜର ଲକ୍ଷ୍ୟାଧିକ ଟଙ୍କା ଆତ୍ମସାତ କରି ନିଳମ୍ବିତ ହେବାରୁ ଆଜି ଯାଏ ହସ୍ତାନ୍ତର କରି ନ ଥିବା ବିଭାଗୀୟ ପକ୍ଷରୁ ଜଣାପଡିଛି। ଫରେଷ୍ଟ ଗାର୍ଡଙ୍କ ବାସଗୃହରେ କବାଟ, ଝରକା, ବିଦ୍ୟୁତ, ପାନୀୟ ଜଳ ସଂଯୋଗ ମଧ୍ୟ କରାଯାଇ ନାହିଁ। ଦୀର୍ଘ ବର୍ଷ ହେଲା ପୁରୁଣା ରେଞ୍ଜ କାର୍ଯ୍ୟାଳୟ ଆଜବେଷ୍ଟରରେ ନିର୍ମାଣ ହୋଇଥିବାରୁ ଖରା, ବର୍ଷା ଓ ଶୀତରେ କର୍ମଚାରୀମାନେ ବହୁ ଅସୁବିଧାରେ କାମ କରି ଆସୁଛନ୍ତି। ବିନା ସୂଚନା ଫଳକରେ ଏହି ବିଲ୍ଡିଂ ଓ ଗୋଦାମ ନିର୍ମାଣ ହୋଇଥିବାରୁ ବ୍ୟାପକ ଦୁର୍ନୀତି ଓ ନିମ୍ନମାନର ହୋଇଥିବା ଜଣାପଡିଛି। ବିଭାଗୀୟ ଡିଏଫଓ ଏଥିପ୍ରତି ମଧ୍ୟ ଦୃଷ୍ଟି ଦେଇ ନ ଥିବାରୁ ଅକାମୀ ହୋଇ ଲକ୍ଷାଧିକ ଟଙ୍କାର ବିଲ୍ଡିଂ, ବାସଗୃହ ଓ ଗୋଦାମ ଭୂତ କୋଠି ହୋଇପଡି ରହିଛି। ଏ ସଂକ୍ରାନ୍ତରେ କେସିଙ୍ଗା କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ଆଶୁତୋଷ ନନ୍ଦଙ୍କୁ ପଚାରିବାରୁ ଆଜକୁ ୧୧ ମାସ ହେଲା ପୂର୍ବତନ ରେଞ୍ଜର ନିଳମ୍ବିତ ହୋଇ କାର୍ଯ୍ୟରେ ଅନ୍ୟତ୍ର ଯୋଗଦେବା ପରେ ମଧ୍ୟ ଏହି ସବୁ ହସ୍ତାନ୍ତର କରିନାହାନ୍ତି କି ଅଫିସର କାଗଜପତ୍ର ବି ଚାର୍ଜ ବି ଦେଇନାହାନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri