୧୫ ଦିନରେ ବଢ଼ିଲାଣି ୪୦ ଟଙ୍କା

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢ଼ି ବଢ଼ି ଚାଲିଛି। ରାଜ୍ୟର ଅନେକ ସ୍ଥାନରେ ଏହାର ଖୁଚୁରା ଦର ୮୦ ଟଙ୍କା ଛୁଇଁଲାଣି। ଛୋଟ ପିଆଜ ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଉନ୍ନତମାନର ପିଆଜ କେ.ଜି. ପିଛା ମୂଲ୍ୟ ୨୦ ଟଙ୍କା ଥିଲା। ଅକ୍ଟୋବର ୨୩ ବେଳକୁ କିଲୋ ପ୍ରତି ୬୦ ଟଙ୍କା ବୃଦ୍ଧି ହୋଇଛି। ବିଶେଷ କରି ଗତ ୧୫ ମଧ୍ୟରେ ୪୦ ଟଙ୍କା ବଢ଼ିଛି। ଆଗାମୀ ଦିନରେ ଏହା ଆହୁରି ବଢ଼ିପାରେ। ଘର ଖର୍ଚ୍ଚ ପାଇଁ ଗ୍ରାହକମାନଙ୍କୁ କିଲେ ଜାଗାରେ ଅଢେଇଶହରେ କାମ ଚଳାଇବାକୁ ପଡୁଛି। ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହ ଯାଏ ବଜାରରେ ପିଆଜ ଦର କମିବା ଆଶା କ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା ବ୍ୟବସାୟୀମାନେ କହିଲେଣି। ଏହି ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ପିଆଜ କଳାବଜାର ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜିଲାପାଳଙ୍କୁ ଚିଠି ଲେଖିଛି। ନିୟମିତ ଷ୍ଟକ ଯାଞ୍ଚ କରିବା ସହ କଳାବଜାରକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୩୧ ଯାଏ ପିଆଜ ଗଚ୍ଛିତ ଉପରେ ଅଙ୍କୁଶ ଲଗାଇଛନ୍ତି। ଏଣିକି  ହୋଲସେଲରମାନେ ୨୫ ଟନ(୨୫୦ କୁଇଣ୍ଟାଲ) ଏବଂ ଖୁଚୁରା ବ୍ୟବସାୟୀମାନେ ୨ ଟନ (୨୦ କୁଇଣ୍ଟାଲ)ରୁ ଅଧିକ ପିଆଜ ଗଚ୍ଛିତ ରଖିପାରିବେ ନାହିଁ। ଏହାଠାରୁ ଅଧିକ ରଖିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି। ଏହାଛଡା ରାଜ୍ୟରେ ଲୋକମାନଙ୍କୁ ଖୁଚୁରା ଦରରେ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ବଫର ଷ୍ଟକରୁ ପିଆଜ କିଣିବାକୁ ମଧ୍ୟ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ୧ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିଛନ୍ତି। ସେଥିରୁ ଏ ପର୍ଯ୍ୟନ୍ତ ୩୫ ହଜାର ମେଟ୍ରିକ ଟନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଓଡ଼ିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ପିଆଜ ଆମଦାନୀ ହୋଇଥାଏ। ଏହାଛଡା ଆନ୍ଧ୍ର ଏବଂ କର୍ନାଟକର ବେଙ୍ଗାଲୁରରୁ ମଧ୍ୟ ଆସିଥାଏ। ଅମଳ ଶେଷ ସମୟ ଏବଂ ବର୍ଷା ଯୋଗୁ ପିଆଜ ଦର ବୃଦ୍ଧି ପାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଫେଇ ଦେଉଛି। ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ପିଆଜ ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ । ନୂଆ ପିଆଜ ବଜାରକୁ ଆସିଲେ ଦର କମିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉତ୍ପାଦନ ବୃଦ୍ଧି ଓ ଦର କମିବା ଯାଏ ଖାଉଟିଙ୍କୁ ଅପେକ୍ଷା କରିବାକୁ ପଡିବ।
ସୂଚନାଯୋଗ୍ୟ ଯେ, ୨୦୧୫ରେ ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣ ପାଇଁ ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ କୋଟି ଟଙ୍କା ଲେଖାଏ ଅଂଶଧନ ବହନ କରିବା ବ୍ୟବସ୍ଥା ରହିଛି। ୧୦୦ କୋଟି ଟଙ୍କାରେ ଅଗଷ୍ଟ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ଆଳୁ, ପିଆଜ ଏବଂ ଡାଲିଜାତୀୟ ଶସ୍ୟ କିଣି ଗଚ୍ଛିତ ରଖିବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପିଏସ୍‌ଏଫ୍‌ର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ତିରୋଟ ସମୟରେ ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ପାଇଁ ବଜାରକୁ ଛଡ଼ାଯିବ। ଫଳରେ ଖାଉଟିମାନଙ୍କୁ ମୂଲ୍ୟ ବୃଦ୍ଧି କଷ୍ଟରୁ ମୁକ୍ତି ମିଳିପାରିବ। ମାତ୍ର ଏହି ପାଣ୍ଠି ଗଠନ ହେବାର ୫ ବର୍ଷ ବିତିଯିବାକୁ ବସିଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉନାହିଁ। ଫଳରେ ବଜାର ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହୁ ନାହିଁ। ଖାଉଟିଙ୍କୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟର ଉତ୍ପାଦନ ଓ ଦର ଉପରେ ନିର୍ଭର କରିବାକୁ ପଡୁଛି । ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ତଥା ଓଡିଶା ବ୍ୟବସାୟୀ ସଂଘର ଆବାହକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ କିଣି ଖାଉଥିବା ଯାଏ ଏଭଳି ପରିସ୍ଥିତି ପ୍ରତ୍ୟେକ ବର୍ଷ ଭୋଗିବାକୁ ପଡ଼ିବ। ଅନ୍ୟ ରାଜ୍ୟରେ ଦର ଖସିଲେ ଏଠି ଶସ୍ତା ହେବ। ତେବେ ଦୀପାବଳି ପରେ ଦର ଖସିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
କେବଳ ପିଆଜ ନୁହେଁ, ଆଳୁ ଓ ପରିବାର ଦର ମଧ୍ୟ ଆକାଶ ଛୁଅଁା ହୋଇଛି। ବଜାରରେ ଆଳୁ କିଲୋ ୩୩ରୁ ୩୪ ଟଙ୍କା ରହିଛି। ପୋଟଳ ୮୦ ଟଙ୍କା, ବାଇଗଣ ୫୦ ଟଙ୍କା, କଲରା ୮୦ ଟଙ୍କା, କାକୁଡି ୬୦ ଟଙ୍କା, ବିନ୍‌ ୮୦ଟଙ୍କା, ଝୁଡ଼ଙ୍ଗ ୬୦ ଟଙ୍କା, ଭଣ୍ଡା ୩୦ ଟଙ୍କା, କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ କାର୍ତ୍ତିକ ମାସ ଆସୁଛି। ଆମିଷରେ କାମ ଚଳାଉଥିବା ଲୋକମାନେ ପନିପରିବା ଉପରେ ନିର୍ଭର କରିବେ। ବଜାରରେ ପୁଣି ଦର ହୁ ହୁ ହୋଇ ବଢିବା ଆଶଙ୍କା ରହିଛି। ଉଚ୍ଚା ଦରରେ କିଣୁ ଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ପଡୁଛି ବୋଲି ପରିବା ବ୍ୟବସାୟୀ ବନମାଳି ନାୟକ କହିଛନ୍ତି। ବର୍ଷା ଲାଗି ରହୁଥିବାରୁ ପରିବା ମିଳୁ ନାହିଁ। ଅଧିକ ଦର ଥିବାରୁ ବିକ୍ରି ମଧ୍ୟ କମିଛି। ସାଲିଆ ସାହିରେ ରହୁଥିବା ଦିନ ମଜୁରିଆ ରଙ୍କ ବେହେରା କହିଛନ୍ତି ଯେ, ଆଳୁ, ପିଆଜ ପନିପରିବା ଦର ବୃଦ୍ଧି ଆମକୁ ଭାରି ବାଧୁଛି। ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବା କଷ୍ଟକର ହୋଇପଡୁଛି। ପରିବା କିଣିବା ଦୂରର କଥା ଦର ବୃଦ୍ଧି ଯୋଗୁ ଆଳୁ ପିଆଜ କିଣିବା ମଧ୍ୟ ଅସମ୍ଭବ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri