୧୫ ଦିନରେ ବଢ଼ିଲାଣି ୪୦ ଟଙ୍କା

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ପିଆଜ ଦର ବୃଦ୍ଧି ଗରିବ, ନିମ୍ନ ମଧ୍ୟବିତ୍ତ ପରିବାର ମୁଣ୍ଡରେ ଚଡ଼କ ପକାଇଛି। ପ୍ରତ୍ୟେକ ଦିନ ଦର ବଢ଼ି ବଢ଼ି ଚାଲିଛି। ରାଜ୍ୟର ଅନେକ ସ୍ଥାନରେ ଏହାର ଖୁଚୁରା ଦର ୮୦ ଟଙ୍କା ଛୁଇଁଲାଣି। ଛୋଟ ପିଆଜ ୬୦ରୁ ୭୦ ଟଙ୍କାରେ ବିକ୍ରି ହେଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଉନ୍ନତମାନର ପିଆଜ କେ.ଜି. ପିଛା ମୂଲ୍ୟ ୨୦ ଟଙ୍କା ଥିଲା। ଅକ୍ଟୋବର ୨୩ ବେଳକୁ କିଲୋ ପ୍ରତି ୬୦ ଟଙ୍କା ବୃଦ୍ଧି ହୋଇଛି। ବିଶେଷ କରି ଗତ ୧୫ ମଧ୍ୟରେ ୪୦ ଟଙ୍କା ବଢ଼ିଛି। ଆଗାମୀ ଦିନରେ ଏହା ଆହୁରି ବଢ଼ିପାରେ। ଘର ଖର୍ଚ୍ଚ ପାଇଁ ଗ୍ରାହକମାନଙ୍କୁ କିଲେ ଜାଗାରେ ଅଢେଇଶହରେ କାମ ଚଳାଇବାକୁ ପଡୁଛି। ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହ ଯାଏ ବଜାରରେ ପିଆଜ ଦର କମିବା ଆଶା କ୍ଷୀଣ ବୋଲି ପିଆଜ ଆମଦାନୀ କରୁଥିବା ବ୍ୟବସାୟୀମାନେ କହିଲେଣି। ଏହି ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ପିଆଜ କଳାବଜାର ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଜିଲାପାଳଙ୍କୁ ଚିଠି ଲେଖିଛି। ନିୟମିତ ଷ୍ଟକ ଯାଞ୍ଚ କରିବା ସହ କଳାବଜାରକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୩୧ ଯାଏ ପିଆଜ ଗଚ୍ଛିତ ଉପରେ ଅଙ୍କୁଶ ଲଗାଇଛନ୍ତି। ଏଣିକି  ହୋଲସେଲରମାନେ ୨୫ ଟନ(୨୫୦ କୁଇଣ୍ଟାଲ) ଏବଂ ଖୁଚୁରା ବ୍ୟବସାୟୀମାନେ ୨ ଟନ (୨୦ କୁଇଣ୍ଟାଲ)ରୁ ଅଧିକ ପିଆଜ ଗଚ୍ଛିତ ରଖିପାରିବେ ନାହିଁ। ଏହାଠାରୁ ଅଧିକ ରଖିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପରାମର୍ଶ ଦିଆଯାଇଛି। ଏହାଛଡା ରାଜ୍ୟରେ ଲୋକମାନଙ୍କୁ ଖୁଚୁରା ଦରରେ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ବଫର ଷ୍ଟକରୁ ପିଆଜ କିଣିବାକୁ ମଧ୍ୟ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସରକାର ୧ ଲକ୍ଷ ମେଟ୍ରିକ ଟନ ପିଆଜ ଗଚ୍ଛିତ ରଖିଛନ୍ତି। ସେଥିରୁ ଏ ପର୍ଯ୍ୟନ୍ତ ୩୫ ହଜାର ମେଟ୍ରିକ ଟନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଓଡ଼ିଶାକୁ ମୁଖ୍ୟତଃ ମହାରାଷ୍ଟ୍ରର ନାସିକରୁ ପିଆଜ ଆମଦାନୀ ହୋଇଥାଏ। ଏହାଛଡା ଆନ୍ଧ୍ର ଏବଂ କର୍ନାଟକର ବେଙ୍ଗାଲୁରରୁ ମଧ୍ୟ ଆସିଥାଏ। ଅମଳ ଶେଷ ସମୟ ଏବଂ ବର୍ଷା ଯୋଗୁ ପିଆଜ ଦର ବୃଦ୍ଧି ପାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଫେଇ ଦେଉଛି। ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ପିଆଜ ଦର ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ପାଖରେ କୌଣସି ବିକଳ୍ପ ନାହିଁ । ନୂଆ ପିଆଜ ବଜାରକୁ ଆସିଲେ ଦର କମିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉତ୍ପାଦନ ବୃଦ୍ଧି ଓ ଦର କମିବା ଯାଏ ଖାଉଟିଙ୍କୁ ଅପେକ୍ଷା କରିବାକୁ ପଡିବ।
ସୂଚନାଯୋଗ୍ୟ ଯେ, ୨୦୧୫ରେ ଆଳୁ ଓ ପିଆଜ ଦରକୁ ନିୟନ୍ତ୍ରଣ ପାଇଁ ପ୍ରାଇସ୍‌ ଷ୍ଟାବିଲାଇଜେଶନ ଫଣ୍ଡ (ପିଏସ୍‌ଏଫ୍‌) ଗଠନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ କୋଟି ଟଙ୍କା ଲେଖାଏ ଅଂଶଧନ ବହନ କରିବା ବ୍ୟବସ୍ଥା ରହିଛି। ୧୦୦ କୋଟି ଟଙ୍କାରେ ଅଗଷ୍ଟ ପୂର୍ବରୁ ରାଜ୍ୟ ସରକାର ପ୍ରାଥମିକ ସମବାୟ ସମିତି ଜରିଆରେ ଚାଷୀଙ୍କଠାରୁ ଆଳୁ, ପିଆଜ ଏବଂ ଡାଲିଜାତୀୟ ଶସ୍ୟ କିଣି ଗଚ୍ଛିତ ରଖିବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପିଏସ୍‌ଏଫ୍‌ର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ। ତିରୋଟ ସମୟରେ ଉକ୍ତ ସାମଗ୍ରୀକୁ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି ପାଇଁ ବଜାରକୁ ଛଡ଼ାଯିବ। ଫଳରେ ଖାଉଟିମାନଙ୍କୁ ମୂଲ୍ୟ ବୃଦ୍ଧି କଷ୍ଟରୁ ମୁକ୍ତି ମିଳିପାରିବ। ମାତ୍ର ଏହି ପାଣ୍ଠି ଗଠନ ହେବାର ୫ ବର୍ଷ ବିତିଯିବାକୁ ବସିଥିଲେ ମଧ୍ୟ ଏହାର ବ୍ୟବହାର କରାଯାଉନାହିଁ। ଫଳରେ ବଜାର ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ରହୁ ନାହିଁ। ଖାଉଟିଙ୍କୁ ବାଧ୍ୟ ହୋଇ ଅନ୍ୟ ରାଜ୍ୟର ଉତ୍ପାଦନ ଓ ଦର ଉପରେ ନିର୍ଭର କରିବାକୁ ପଡୁଛି । ଆଇଗିଣିଆ ପିଆଜ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ତଥା ଓଡିଶା ବ୍ୟବସାୟୀ ସଂଘର ଆବାହକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଅନ୍ୟ ରାଜ୍ୟରୁ କିଣି ଖାଉଥିବା ଯାଏ ଏଭଳି ପରିସ୍ଥିତି ପ୍ରତ୍ୟେକ ବର୍ଷ ଭୋଗିବାକୁ ପଡ଼ିବ। ଅନ୍ୟ ରାଜ୍ୟରେ ଦର ଖସିଲେ ଏଠି ଶସ୍ତା ହେବ। ତେବେ ଦୀପାବଳି ପରେ ଦର ଖସିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
କେବଳ ପିଆଜ ନୁହେଁ, ଆଳୁ ଓ ପରିବାର ଦର ମଧ୍ୟ ଆକାଶ ଛୁଅଁା ହୋଇଛି। ବଜାରରେ ଆଳୁ କିଲୋ ୩୩ରୁ ୩୪ ଟଙ୍କା ରହିଛି। ପୋଟଳ ୮୦ ଟଙ୍କା, ବାଇଗଣ ୫୦ ଟଙ୍କା, କଲରା ୮୦ ଟଙ୍କା, କାକୁଡି ୬୦ ଟଙ୍କା, ବିନ୍‌ ୮୦ଟଙ୍କା, ଝୁଡ଼ଙ୍ଗ ୬୦ ଟଙ୍କା, ଭଣ୍ଡା ୩୦ ଟଙ୍କା, କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଆଗକୁ କାର୍ତ୍ତିକ ମାସ ଆସୁଛି। ଆମିଷରେ କାମ ଚଳାଉଥିବା ଲୋକମାନେ ପନିପରିବା ଉପରେ ନିର୍ଭର କରିବେ। ବଜାରରେ ପୁଣି ଦର ହୁ ହୁ ହୋଇ ବଢିବା ଆଶଙ୍କା ରହିଛି। ଉଚ୍ଚା ଦରରେ କିଣୁ ଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ପଡୁଛି ବୋଲି ପରିବା ବ୍ୟବସାୟୀ ବନମାଳି ନାୟକ କହିଛନ୍ତି। ବର୍ଷା ଲାଗି ରହୁଥିବାରୁ ପରିବା ମିଳୁ ନାହିଁ। ଅଧିକ ଦର ଥିବାରୁ ବିକ୍ରି ମଧ୍ୟ କମିଛି। ସାଲିଆ ସାହିରେ ରହୁଥିବା ଦିନ ମଜୁରିଆ ରଙ୍କ ବେହେରା କହିଛନ୍ତି ଯେ, ଆଳୁ, ପିଆଜ ପନିପରିବା ଦର ବୃଦ୍ଧି ଆମକୁ ଭାରି ବାଧୁଛି। ୫ ପ୍ରାଣୀ କୁଟୁମ୍ବଙ୍କୁ ଚଳାଇବା କଷ୍ଟକର ହୋଇପଡୁଛି। ପରିବା କିଣିବା ଦୂରର କଥା ଦର ବୃଦ୍ଧି ଯୋଗୁ ଆଳୁ ପିଆଜ କିଣିବା ମଧ୍ୟ ଅସମ୍ଭବ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ଜଟଣୀରେ RBI ଡାଟା ସେଣ୍ଟର ଉଦଘାଟନ କରି ବଡ଼ କଥା କହିଲେ ମୋଦି, ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଢ଼ିବ….

ଭୁବନେଶ୍ବର,୨୫।୧୦: ଜଟଣୀ ଇନ୍‌ଫୋଭାଲି-୨ରେ RBI ଡାଟା ସେଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ,…

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?