ଫେବୃୟାରୀ ୩ରୁ ପୁଣି ବର୍ଷା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା। ଫେବୃୟାରୀ ୩ରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ବୋଲିି ପାଣିପାଗ ବିଭାଗ ଆକଳନ କରିଛ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ଏହି ଟୁଇଟ୍‌ରେ କୁହାଯାଇଛି- ପୁଣି ଆସୁଛି ପଶ୍ଚିମା ଝଡ଼ ଏହାର ପ୍ରଭାବରେ ରାଜ୍ୟର କିଛି ଜିଲାରେ ଫେବୃୟାରୀ ୩ରୁ ବର୍ଷା ସମ୍ଭାବନା ରହିଛି।