ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ନେଇଗଲେ

ପୁରୀ ଅଫିସ,୨୯ା୧୧: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଲାଗିଥିବା ଚନ୍ଦ୍ର, ସୂର୍ଯ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ବୀର ବେଶରେ ମହାପ୍ରଭୁଙ୍କ ଶ୍ରୀମସ୍ତକର ଉପରି ଭାଗରେ ଶୋଭାବର୍ଦ୍ଧନ କରିଥାଏ ଏହି ଚନ୍ଦ୍ର, ସୂର୍ଯ୍ୟ। ତେବେ ଏହାକୁ ଶନିବାର ସକାଳେ ଶ୍ରୀମନ୍ଦିରର ଜଣେ କର୍ମଚାରୀ ଜଣେ ବରିଷ୍ଠ ସେବାୟତଙ୍କ ଘରେ ନେଇ ଦେଇଥିବା ଜଣାପଡ଼ିଛି। ଏହା ପ୍ରଚାର ହେବା ପରେ ଏହାର ତଦନ୍ତ ଦାୟିତ୍ୱରେ ଥିବା ନୀତି ପ୍ରଶାସକ ଖୋଳତାଡ଼ ଆରମ୍ଭ କରିଛନ୍ତି।

ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ୧୬ଟି ଆୟୁଧ ସହ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥିଲେ ବିଶ୍ୱନିୟନ୍ତା। ବେଶ ଓଲାଗି ପରେ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ରଖିଥିଲା। ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ବେଶକୁ ଭକ୍ତଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଏହାକୁ ସଂଗ୍ରହାଳୟରେ ରଖାଯିବ ଏବଂ ଭକ୍ତମାନେ ଏହାକୁ ଦେଖିପାରିବେ ବୋଲି କୁହାଯାଇଥିଲା। ମାତ୍ର ଶନିବାର ସକାଳେ ଶ୍ରୀନ୍ଦିରର ଜଣେ କର୍ମଚାରୀ ବେଶର ଅଂଶ ଚନ୍ଦ୍ର, ସୂର୍ଯ୍ୟକୁ ନେଇଯାଉଥିବା ଦେଖିବାକୁ ମିଳିଥିଲା। ସିଂହଦ୍ୱାର ନିକଟରେ ତାଙ୍କୁ ଦେଖିବା ପରେ ଗଣମାଧ୍ୟମ ପ୍ରତିନିଧି ଘେରିଯାଇ ଏହାକୁ କେଉଁଠୁ ଆଣିଲେ, କିଏ ଦେଲା, କୁଆଡେ ନେଇଯାଉଛନ୍ତି ଏମିତି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶ୍ରୀମନ୍ଦିର ଗାରଦରୁ ଜଣେ କର୍ମଚାରୀଙ୍କ କହିବା ମୁତାବକ, ସେ ଏହାକୁ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନେଇଯାଉଥିଲେ। ତେବେ ଗାରଦରେ ଥିବା ବେଶର ଏହି ଆକର୍ଷଣୀୟ ଅଂଶ ଚନ୍ଦ୍ରସୂର୍ଯ୍ୟ କିପରି ବାହାରକୁ ଆସିଲା ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ବେଶର ସ୍ବତ୍ତ୍ବାଧିକାରୀ ଚକ୍ରକୋଟ ବଳରାମ ଖୁଣ୍ଟିଆ ବେଶର କୌଣସି ଅଂଶ ନେଇନାହାନ୍ତି। ଭକ୍ତଙ୍କ ଦର୍ଶନ ପାଇଁ ସଂରକ୍ଷିତ ହୋଇ ରଖାଯିବାକୁ ନିଷ୍ପତ୍ତି ହୋଇଥିବା ବେଶର ଅଂଶ ବାହାରକୁ ଆସିବା ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ପଦାରେ ପକାଇଛି। ତେବେ ଏହି ବେଶ ଅଂଶକୁ ନିଆଯିବା ଠିକ୍‌ ନୁହେଁ ବୋଲି ଅନ୍ୟ ସେବାୟତମାନେ କହିଛନ୍ତି।

ଅନ୍ୟପକ୍ଷେ ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ମନ୍ଦିର ଭିତରକୁ ଯାଇ ଯାଞ୍ଚ କରିଛନ୍ତି। ଚନ୍ଦ୍ର, ସୂର୍ଯ୍ୟ ନାଗାର୍ଜୁନ ବେଶରେ ଲଗାଯାଇଥିଲା ନା ନାହିଁ, ଯଦି ଲଗାଯାଇଥିଲା ବେଶ ଓଲାଗି ପରେ ଏହାକୁ କାଢି କେଉଁଠି ରଖାଯାଇଥିଲା ଏବଂ କିଭଳି ଏହା ବାହାରକୁ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଏହାର ତଦନ୍ତ କରାଯିବ। ଏଥିପାଇଁ ଯଦି କେହି ଦାୟୀ ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ମୁଖ୍ୟତଃ ତିନୋଟି ଜିନିଷ ଉପରେ ଅର୍ଥାତ୍‌ ବେଶର କ’ଣ ଆସିଥିଲା, କ’ଣ ଗ୍ରହଣ କରିଥିଲୁ ଏବଂ ବେଶ ପରେ କ’ଣ ଆମ ପାଖରେ ଥିଲା ତାହା ମିଳାଇବା ପାଇଁ କମାଣ୍ଡରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୀତି ପ୍ରଶାସକଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri