ହିତାଧିକାରୀଙ୍କ ଆବାସ ଘର ଚୋରି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ପଞ୍ଚାୟତ କୁମ୍ଭାରପଡ଼ା ମଙ୍ଗଳାମନ୍ଦିର ନିକଟସ୍ଥ ଦଳିତସାହିରେ ଆବାସ ଯୋଜନା ଘର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ନ ଦେବାରୁ ଜଣେ ହିତାଧିକାରୀଙ୍କୁ ଏହି ଯୋଜନାରେ ମିଳିଥିବା କାର୍ଯ୍ୟାଦେଶ ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ଉଠିଛି । ତେବେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାର ନାମ ଫଳକ ମିଳିବା ପରେ ଏହି ଦୁର୍ନୀତି ସାମ୍‌ନାକୁ ଆସିଛି । ଫଳକ ମିଳିବା ପରେ ହିତାଧିକାରୀ ଜିଲାପାଳ, ବିଡିଓଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଥିଲେ ମଧ୍ୟ ସୁଫଳ ମିଳୁନି । ପ୍ରଶ୍ନ ଉଠୁଛି କାର୍ଯ୍ୟାଦେଶ ନ ଦେଇ କାହିଁକି ଆବାସ ଯୋଜନା ଫଳକ ଦିଆଗଲା । ଏହି ଅନିୟମିତତାର ତଦନ୍ତ ହେଉ ନ ଥିବାରୁ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁମ୍ଭାରପଡ଼ା ଦଳିତ ସାହିର ରୀନାରାଣୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଜନ ପ୍ରତିନିଧି, ବିଡିଓ, ଜିଲାପାଳଙ୍କୁ ସେ ଗୁହାରୀ କରି ଆସୁଥିଲେ । ହେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଲାଞ୍ଚ ନ ଦେବାରୁ ତାଙ୍କୁ ଘର ମିଳି ପାରି ନ ଥିଲା । ତାଙ୍କ ଦୁଃଖ ମଧ୍ୟ କେହି ଶୁୁଣି ନ ଥିଲେ । ହେଲେ ୨୦୨୧ ଆର୍ଥିକ ବର୍ଷରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନର କେତେଜଣ କର୍ମଚାରୀ ତାଙ୍କ ଘରକୁ ଆସି ଆବାସ ଯୋଜନାର ଏକ ଫଳକ ମାରିବା ପାଇଁ ରୀନାଙ୍କୁ କହିଥିଲେ । ରୀନା କହିଥିଲେ ଆମକୁ କାର୍ଯ୍ୟାଦେଶ ମିଳିନି, ଆମେ ଘର ପାଇନୁ । ଘର କରିଛୁ ବୋଲି କିପରି ଫଳକ ମାରିବୁ । ହେଲେ ନାମ ଫଳକ ଲଗାଇବାକୁ ଆସିଥିବା କର୍ମଚାରୀମାନେ ରୀନାଙ୍କ କଥା ବୁଝି ପାରି ନ ଥିଲେ । ସେମାନଙ୍କ ଯୁକ୍ତି ଥିଲା ରୀନାରାଣୀଙ୍କ ନାମରେ ଆବାସ ଯୋଜନା କାର୍ଯ୍ୟାଦେଶ ମଞ୍ଜୁର ହୋଇଛି । ରୀନାରାଣୀ ଘର କରିଛନ୍ତି ବୋଲି ରିପୋର୍ଟ କହୁଛି । ହେଲେ ଘର ନ ଥିବାରୁ ନାମ ଫଳକ କେଉଁଠି ଲଗାଇବି ବୋଲି ରୀନାରାଣି ସେମାନଙ୍କୁ ପ୍ରଶ୍ନ କରି ଥିଲେ । ଏହା ପରେ ସେମାନେ ଫଳକ ଦେଇ ଚାଲି ଯାଇଥିଲେ । ରୀନାରାଣୀ ସେଦିନଠାରୁ ଫଳକ ଧରି ଘରେ ବସିଛନ୍ତି ।

ରୀନାରାଣୀଙ୍କ ଅଭିଯୋଗକୁ ଅନୁଧ୍ୟାନ କଲେ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିଲା ପରି ଲାଗୁଛି । କାର୍ଯ୍ୟାଦେଶ ନ ଦେଇ, ଘର ନ ଥାଇ କାହିଁକ ବ୍ଲକ ପ୍ରଶାସନ ଆବାସ ଯୋଜନାର ଫଳକ ଧରାଇଲା । ପୁଣି ଫଳକରେ ନାମ, ଠିକଣା, କେଉଁ ବର୍ଷର କାର୍ଯ୍ୟାଦେଶ ତାଙ୍କୁ ମିଳିଛି ତାହା ଉଲ୍ଲେଖ ନାହିଁ । ତେବେ ଇନ୍ଦିରା ଆବାସ ଯୋଜନା/ବିଜୁ ପକ୍କାଘର ଯୋଜନା ଓ ଓଡିଶା ସରକାରଙ୍କ ଲୋଗୋ ରହିଛି । ତଥ୍ୟ ଥିଲେ ଏହି ଦୁର୍ନୀତିର ତଦନ୍ତ କରିବା ସୁବିଧା ହୋଇଥାନ୍ତା । ଅନ୍ୟପକ୍ଷେ ରୀନାରାଣୀଙ୍କ ଅଭିଯୋଗକୁ ପ୍ରଶାସନ ଅବହେଳା କରି ଚାଲିଥିବାରୁ ଏହାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲାପାଳ ରବୀନ୍ଦ୍ର ସାହୁ କୁହନ୍ତି, ମୁଁ ବୁଧବାର କାର୍ଯ୍ୟରେ ଯୋଗ ଦେଇଛି । ତେବେ ଘଟଣାର ତଦନ୍ତ କରି ହିତାଧିକାରୀ ନ୍ୟାୟ ପାଇବାକୁ ଗୁରୁତ୍ୱ ଦେବି । ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ସହିତ ଫୋନରେ ଯୋଗାଯୋଗ କରାଯାଇଥିଲାା ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ଜିଲା ପରିଷଦ ଚେୟାରମ୍ୟାନ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଆବାସ ଯୋଜନାରେ ଦୁର୍ନୀତି ହୋଇଛି କି ନାହିଁ ତଦନ୍ତ ପରେ ଜଣାପଡିବ । ମୁଁ ନିଜେ କୁମ୍ଭାରପଡ଼ା ଦଳିତସାହିକୁ ଯାଇ ଘଟଣାର ତଦନ୍ତ କରିବି । ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ଜଣାପଡିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

ବିଦ୍ୟୁତ୍‌ ତାର ଚୋରି ଅଭିଯୋଗରେ ୭ ଗିରଫ, ଜବତ ହେଲା ଲକ୍ଷାଧିକ ଟଙ୍କାର…

ବଲାଙ୍ଗୀର, ଖପ୍ରାଖୋଲ ୧୯।୧୨(ସୁନିଲ ମହାନ୍ତି/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଏକ ବିଦ୍ୟୁତ୍‌ ତାର ଚୋରି ଗ୍ୟାଙ୍ଗକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri