ହିତାଧିକାରୀଙ୍କ ଆବାସ ଘର ଚୋରି

ନୟାଗଡ଼ ଅଫିସ,୨୦।୧୦: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କୁମ୍ଭାରପଡ଼ା ପଞ୍ଚାୟତ କୁମ୍ଭାରପଡ଼ା ମଙ୍ଗଳାମନ୍ଦିର ନିକଟସ୍ଥ ଦଳିତସାହିରେ ଆବାସ ଯୋଜନା ଘର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ନ ଦେବାରୁ ଜଣେ ହିତାଧିକାରୀଙ୍କୁ ଏହି ଯୋଜନାରେ ମିଳିଥିବା କାର୍ଯ୍ୟାଦେଶ ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ଉଠିଛି । ତେବେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ହିତାଧିକାରୀଙ୍କୁ ଆବାସ ଯୋଜନାର ନାମ ଫଳକ ମିଳିବା ପରେ ଏହି ଦୁର୍ନୀତି ସାମ୍‌ନାକୁ ଆସିଛି । ଫଳକ ମିଳିବା ପରେ ହିତାଧିକାରୀ ଜିଲାପାଳ, ବିଡିଓଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଥିଲେ ମଧ୍ୟ ସୁଫଳ ମିଳୁନି । ପ୍ରଶ୍ନ ଉଠୁଛି କାର୍ଯ୍ୟାଦେଶ ନ ଦେଇ କାହିଁକି ଆବାସ ଯୋଜନା ଫଳକ ଦିଆଗଲା । ଏହି ଅନିୟମିତତାର ତଦନ୍ତ ହେଉ ନ ଥିବାରୁ ଯୋଜନାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୁମ୍ଭାରପଡ଼ା ଦଳିତ ସାହିର ରୀନାରାଣୀ ନାୟକଙ୍କ ଅଭିଯୋଗ ଅନୁଯାୟୀ, ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ଜନ ପ୍ରତିନିଧି, ବିଡିଓ, ଜିଲାପାଳଙ୍କୁ ସେ ଗୁହାରୀ କରି ଆସୁଥିଲେ । ହେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଲାଞ୍ଚ ନ ଦେବାରୁ ତାଙ୍କୁ ଘର ମିଳି ପାରି ନ ଥିଲା । ତାଙ୍କ ଦୁଃଖ ମଧ୍ୟ କେହି ଶୁୁଣି ନ ଥିଲେ । ହେଲେ ୨୦୨୧ ଆର୍ଥିକ ବର୍ଷରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନର କେତେଜଣ କର୍ମଚାରୀ ତାଙ୍କ ଘରକୁ ଆସି ଆବାସ ଯୋଜନାର ଏକ ଫଳକ ମାରିବା ପାଇଁ ରୀନାଙ୍କୁ କହିଥିଲେ । ରୀନା କହିଥିଲେ ଆମକୁ କାର୍ଯ୍ୟାଦେଶ ମିଳିନି, ଆମେ ଘର ପାଇନୁ । ଘର କରିଛୁ ବୋଲି କିପରି ଫଳକ ମାରିବୁ । ହେଲେ ନାମ ଫଳକ ଲଗାଇବାକୁ ଆସିଥିବା କର୍ମଚାରୀମାନେ ରୀନାଙ୍କ କଥା ବୁଝି ପାରି ନ ଥିଲେ । ସେମାନଙ୍କ ଯୁକ୍ତି ଥିଲା ରୀନାରାଣୀଙ୍କ ନାମରେ ଆବାସ ଯୋଜନା କାର୍ଯ୍ୟାଦେଶ ମଞ୍ଜୁର ହୋଇଛି । ରୀନାରାଣୀ ଘର କରିଛନ୍ତି ବୋଲି ରିପୋର୍ଟ କହୁଛି । ହେଲେ ଘର ନ ଥିବାରୁ ନାମ ଫଳକ କେଉଁଠି ଲଗାଇବି ବୋଲି ରୀନାରାଣି ସେମାନଙ୍କୁ ପ୍ରଶ୍ନ କରି ଥିଲେ । ଏହା ପରେ ସେମାନେ ଫଳକ ଦେଇ ଚାଲି ଯାଇଥିଲେ । ରୀନାରାଣୀ ସେଦିନଠାରୁ ଫଳକ ଧରି ଘରେ ବସିଛନ୍ତି ।

ରୀନାରାଣୀଙ୍କ ଅଭିଯୋଗକୁ ଅନୁଧ୍ୟାନ କଲେ ଏହା ପଛରେ ଏକ ର଼୍ୟାକେଟ କାମ କରୁଥିଲା ପରି ଲାଗୁଛି । କାର୍ଯ୍ୟାଦେଶ ନ ଦେଇ, ଘର ନ ଥାଇ କାହିଁକ ବ୍ଲକ ପ୍ରଶାସନ ଆବାସ ଯୋଜନାର ଫଳକ ଧରାଇଲା । ପୁଣି ଫଳକରେ ନାମ, ଠିକଣା, କେଉଁ ବର୍ଷର କାର୍ଯ୍ୟାଦେଶ ତାଙ୍କୁ ମିଳିଛି ତାହା ଉଲ୍ଲେଖ ନାହିଁ । ତେବେ ଇନ୍ଦିରା ଆବାସ ଯୋଜନା/ବିଜୁ ପକ୍କାଘର ଯୋଜନା ଓ ଓଡିଶା ସରକାରଙ୍କ ଲୋଗୋ ରହିଛି । ତଥ୍ୟ ଥିଲେ ଏହି ଦୁର୍ନୀତିର ତଦନ୍ତ କରିବା ସୁବିଧା ହୋଇଥାନ୍ତା । ଅନ୍ୟପକ୍ଷେ ରୀନାରାଣୀଙ୍କ ଅଭିଯୋଗକୁ ପ୍ରଶାସନ ଅବହେଳା କରି ଚାଲିଥିବାରୁ ଏହାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଜିଲାପାଳ ରବୀନ୍ଦ୍ର ସାହୁ କୁହନ୍ତି, ମୁଁ ବୁଧବାର କାର୍ଯ୍ୟରେ ଯୋଗ ଦେଇଛି । ତେବେ ଘଟଣାର ତଦନ୍ତ କରି ହିତାଧିକାରୀ ନ୍ୟାୟ ପାଇବାକୁ ଗୁରୁତ୍ୱ ଦେବି । ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ସହିତ ଫୋନରେ ଯୋଗାଯୋଗ କରାଯାଇଥିଲାା ହେଲେ ସେ ଫୋନ୍‌ ଉଠାଇ ନ ଥିଲେ। ଜିଲା ପରିଷଦ ଚେୟାରମ୍ୟାନ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଆବାସ ଯୋଜନାରେ ଦୁର୍ନୀତି ହୋଇଛି କି ନାହିଁ ତଦନ୍ତ ପରେ ଜଣାପଡିବ । ମୁଁ ନିଜେ କୁମ୍ଭାରପଡ଼ା ଦଳିତସାହିକୁ ଯାଇ ଘଟଣାର ତଦନ୍ତ କରିବି । ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ଜଣାପଡିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri