୨ ବର୍ଷ ହେଲା ବନ୍ଦ ପାସେଞ୍ଜର ଟ୍ରେନ୍‌

ଯାଜପୁର ଅଫିସ,୧୬।୩: ରାଜ୍ୟରେ ପାସେଞ୍ଜର ଟ୍ରେନ ଚଳାଚଳ ଗତ ୨ ବର୍ଷ ପରେ ବି ସ୍ବାଭାବିକ ହୋଇପାରିନାହିଁ। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଦାବି ହୋଇଛି।
ଇତିମଧ୍ୟରେ କରୋନା ସଂକ୍ରମଣ କମିଛି, କଟକଣା ମଧ୍ୟ ଏକ ପ୍ରକାର କୋହଳ ହୋଇଛି। ସ୍କୁଲ, କଲେଜ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଧର୍ମାନୁଷ୍ଠାନ ଖୋଲିବା ସହିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ପୌର ପରିଷଦ ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। କିନ୍ତୁ ଲୋକମାନଙ୍କ ଜୀବନରେଖା କୁହାଯାଉଥିବା ଟ୍ରେନ ଚଳାଚଳ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। କଟକ ଷ୍ଟେଶନ ଦେଇ ଯାତାୟାତ କରୁଥିବା ଅଧିକାଂଶ ଏକ୍ସପ୍ରେସ ଟ୍ରେନ୍‌କୁ ସ୍ପେଶାଲ ଟ୍ରେନ ଭାବେ ଚଳାଯାଉଥିବାବେଳେ ପାସେଞ୍ଜର ଟ୍ରେନକୁ ବାଦ ଦିଆଯାଇଛି। ତାଳଚେର-ପୁରୀ ମେମୁ(ପାସେଞ୍ଜର ଟ୍ରେନ୍‌) ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଛି। ଏହି ପାସେଞ୍ଜର ଟ୍ରେନରେ ମାତ୍ର ୧୦ ଟଙ୍କା ଦେଇ ଜଣେ କଟକରୁ ଭୁବନେଶ୍ୱର ଯାଇ ପାରୁଥିଲେ। ପୁରୀ ଯିବା ପାଇଁ ମଧ୍ୟ ୨୦ ଟଙ୍କା ଦେବାକୁ ପଡୁଥିଲା। ପ୍ରତିଦିନ ତାଳଚେର, ଢେଙ୍କାନାଳ ଅଞ୍ଚଳର ଲୋକେ କଟକ ଆସି ନିଜ କାମ ସାରି ଫେରିପାରୁଥିଲେ। ସେହିପରି କଟକର ଲୋକମାନେ ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଓ ପୁରୀ ଯାଇ ଫେରୁଥିଲେ। ସନ୍ଧ୍ୟାରେ ଆସି ପୁରୀରୁ କଟକରେ ପହଞ୍ଚି ହେଉଥିଲା। କିନ୍ତୁ ଅନ୍ୟଠି ପାସେଞ୍ଜର ଟ୍ରେନ ଚାଲିବା ଆରମ୍ଭ ପରେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଏ ପର୍ଯ୍ୟନ୍ତ ପୂର୍ବ ଭଳି ଚାଲୁ ନାହିଁ। କଟକ-ଭୁବନେଶ୍ୱର ସହର ଦେଇ ଯା’ ଆସ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ହେଉଛି ଭଦ୍ରକ-ଭୁବନେଶ୍ୱର ମେମୁ ଓ ଭଦ୍ରକ- କଟକ ମେମୁ (୦୮୪୩୭/୩୮) ବା ପାସେଞ୍ଜର। ଏହି ଟ୍ରେନ ୨୦୨୦ ମାର୍ଚ୍ଚ ମାସରୁ ବାତିଲ କରାଯାଇଛି। ପାରାଦୀପ-କଟକ ମେମୁ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇନାହିଁ। ପାରାଦୀପ-କଟକ ମଧ୍ୟରେ ପ୍ରତିଦିନ ଚାରି ଯୋଡା ପାସେଞ୍ଜର ଟ୍ରେନ କରୋନା ସଂକ୍ରମଣ ପୂର୍ବରୁ ଚାଲୁଥିବା ବେଳେ ଏବେ ମାତ୍ର ଗୋଟିଏ ମେମୁ ଯାତାୟାତ କରୁଛି। କଟକ-ଇଚ୍ଛାପୁରମ୍‌ ମେମୁ, ଖୋର୍ଦ୍ଧାରୋଡ୍‌-ଖଡଗପୁର ଫାଷ୍ଟ ପାସେଞ୍ଜର, ସାନ୍ତ୍ରାଗାଛି-ପୁରୀ ପାସେଞ୍ଜର, ପୁରୀ-ବଡ଼ବିଲ ଏକ୍ସପ୍ରେସ, ଭୁବନେଶ୍ୱର-ବ୍ରହ୍ମପୁର ମେମୁ ଭଳି ଅନେକ ଟ୍ରେନ ୨ ବର୍ଷ ହେବ ବନ୍ଦ ରହିଛି। ନିକଟରେ ଯାତ୍ରୀମାନଙ୍କ ଆନ୍ଦୋଳନ ପରେ ଚାଲୁଥିବା ପାସେଞ୍ଜର ବା ମେମୁଗୁଡ଼ିକରେ ଅଧିକ ଭଡା ନିଆଯାଉଛି ବୋଲି ଅଭିଯୋଗ ହୋଇଛି। ଏବେ ପାସେଞ୍ଜରଗୁଡିକୁ ସ୍ପେଶାଲ ଟ୍ରେନ ବୋଲି କହି ରେଳ ବିଭାଗ ଏକ୍ସପ୍ରେସ ଭଡା ଯାତ୍ରୀଙ୍କ ନିକଟରୁ ନେଉଛି। ଫଳରେ ଯାତ୍ରୀମାନଙ୍କୁ ପ୍ରାୟ ୩ ଗୁଣ ଅଧିକ ଭଡା ଦେବାକୁ ପଡୁଛି। କଟକରୁ ଭୁବନେଶ୍ୱର ଯିବାକୁ ମେମୁରେ ପୂର୍ବରୁ ୧୦ ଟଙ୍କା ପଡୁଥିବା ବେଳେ ଏବେ ଏକ୍ସପ୍ରେସ ଭଡା ବାବଦରେ ୩୦ ଟଙ୍କା ଆଦାୟ କରାଯାଉଛି। କଟକରେ ହାଇକୋର୍ଟ, ପୋଲିସ ଡିଜି କାର୍ଯ୍ୟାଳୟ, କଟକ ବଡ଼ ଡାକ୍ତରଖାନା, ରେଭେନ୍ସା, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ରହିଥିବାବେଳେ କଟକ ଷ୍ଟେସନକୁ ରେଳ ଚଳାଚଳ ସ୍ବାଭାବିକ କରାଯାଉ ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାରା ଭାରତର ମୋଟ ୧୭ଟି ରେଳ ଜୋନ୍‌ ମଧ୍ୟରୁ ଅଧିକାଂଶ ଜୋନ୍‌ରେ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ବାଭାବିକ ହେଲାଣି। ପୂର୍ବତଟ ରେଳବାଇ ହେଉଛି ଏମିତି ଏକ ଜୋନ୍‌ ଯେଉଁଠି ମାଲ ପରିବହନରେ ରେକର୍ଡ ସୃଷ୍ଟି ହୋଇଛି। କିନ୍ତୁ ପାସେଞ୍ଜର ଟ୍ରେନ ବନ୍ଦ କରି ଯାତ୍ରୀ ପରିବହନକୁ ଅଣଦେଖା କରାଯାଉଛି। ତେଣୁ ପୂର୍ବଭଳି ସମସ୍ତ ଲୋକାଲ ଟ୍ରେନ ଚଳାଚଳ ଏବଂ ଲୋକାଲ ଟ୍ରେନ ପାଇଁ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତେ ସାଧାରଣ ଟିକେଟ ପାଇଁ ଅନୁମତି ମିଳୁ ବୋଲି ନିୟମିତ ରେଳ ଯାତ୍ରୀ ସଂଘର ପୂର୍ଣ୍ଣଚନ୍ଦ୍ର ଦାଶ, ଯାଜପୁର କେନ୍ଦୁଝର ରୋଡ୍‌ର ଆଶୁତୋଷ କର, ହରିଦାସପୁର ରାମଚନ୍ଦ୍ର ପ୍ରତାପ, ନିର୍ମଳ ସାହୁ, ବିଜୟ ଖଣ୍ଡାୟୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri