୨ ବର୍ଷ ହେଲା ବନ୍ଦ ପାସେଞ୍ଜର ଟ୍ରେନ୍‌

ଯାଜପୁର ଅଫିସ,୧୬।୩: ରାଜ୍ୟରେ ପାସେଞ୍ଜର ଟ୍ରେନ ଚଳାଚଳ ଗତ ୨ ବର୍ଷ ପରେ ବି ସ୍ବାଭାବିକ ହୋଇପାରିନାହିଁ। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ଦାବି ହୋଇଛି।
ଇତିମଧ୍ୟରେ କରୋନା ସଂକ୍ରମଣ କମିଛି, କଟକଣା ମଧ୍ୟ ଏକ ପ୍ରକାର କୋହଳ ହୋଇଛି। ସ୍କୁଲ, କଲେଜ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ, ଧର୍ମାନୁଷ୍ଠାନ ଖୋଲିବା ସହିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ପୌର ପରିଷଦ ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଛି। କିନ୍ତୁ ଲୋକମାନଙ୍କ ଜୀବନରେଖା କୁହାଯାଉଥିବା ଟ୍ରେନ ଚଳାଚଳ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। କଟକ ଷ୍ଟେଶନ ଦେଇ ଯାତାୟାତ କରୁଥିବା ଅଧିକାଂଶ ଏକ୍ସପ୍ରେସ ଟ୍ରେନ୍‌କୁ ସ୍ପେଶାଲ ଟ୍ରେନ ଭାବେ ଚଳାଯାଉଥିବାବେଳେ ପାସେଞ୍ଜର ଟ୍ରେନକୁ ବାଦ ଦିଆଯାଇଛି। ତାଳଚେର-ପୁରୀ ମେମୁ(ପାସେଞ୍ଜର ଟ୍ରେନ୍‌) ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଛି। ଏହି ପାସେଞ୍ଜର ଟ୍ରେନରେ ମାତ୍ର ୧୦ ଟଙ୍କା ଦେଇ ଜଣେ କଟକରୁ ଭୁବନେଶ୍ୱର ଯାଇ ପାରୁଥିଲେ। ପୁରୀ ଯିବା ପାଇଁ ମଧ୍ୟ ୨୦ ଟଙ୍କା ଦେବାକୁ ପଡୁଥିଲା। ପ୍ରତିଦିନ ତାଳଚେର, ଢେଙ୍କାନାଳ ଅଞ୍ଚଳର ଲୋକେ କଟକ ଆସି ନିଜ କାମ ସାରି ଫେରିପାରୁଥିଲେ। ସେହିପରି କଟକର ଲୋକମାନେ ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଓ ପୁରୀ ଯାଇ ଫେରୁଥିଲେ। ସନ୍ଧ୍ୟାରେ ଆସି ପୁରୀରୁ କଟକରେ ପହଞ୍ଚି ହେଉଥିଲା। କିନ୍ତୁ ଅନ୍ୟଠି ପାସେଞ୍ଜର ଟ୍ରେନ ଚାଲିବା ଆରମ୍ଭ ପରେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଏ ପର୍ଯ୍ୟନ୍ତ ପୂର୍ବ ଭଳି ଚାଲୁ ନାହିଁ। କଟକ-ଭୁବନେଶ୍ୱର ସହର ଦେଇ ଯା’ ଆସ କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ ହେଉଛି ଭଦ୍ରକ-ଭୁବନେଶ୍ୱର ମେମୁ ଓ ଭଦ୍ରକ- କଟକ ମେମୁ (୦୮୪୩୭/୩୮) ବା ପାସେଞ୍ଜର। ଏହି ଟ୍ରେନ ୨୦୨୦ ମାର୍ଚ୍ଚ ମାସରୁ ବାତିଲ କରାଯାଇଛି। ପାରାଦୀପ-କଟକ ମେମୁ ଚଳାଚଳ ମଧ୍ୟ ସ୍ବାଭାବିକ ହୋଇନାହିଁ। ପାରାଦୀପ-କଟକ ମଧ୍ୟରେ ପ୍ରତିଦିନ ଚାରି ଯୋଡା ପାସେଞ୍ଜର ଟ୍ରେନ କରୋନା ସଂକ୍ରମଣ ପୂର୍ବରୁ ଚାଲୁଥିବା ବେଳେ ଏବେ ମାତ୍ର ଗୋଟିଏ ମେମୁ ଯାତାୟାତ କରୁଛି। କଟକ-ଇଚ୍ଛାପୁରମ୍‌ ମେମୁ, ଖୋର୍ଦ୍ଧାରୋଡ୍‌-ଖଡଗପୁର ଫାଷ୍ଟ ପାସେଞ୍ଜର, ସାନ୍ତ୍ରାଗାଛି-ପୁରୀ ପାସେଞ୍ଜର, ପୁରୀ-ବଡ଼ବିଲ ଏକ୍ସପ୍ରେସ, ଭୁବନେଶ୍ୱର-ବ୍ରହ୍ମପୁର ମେମୁ ଭଳି ଅନେକ ଟ୍ରେନ ୨ ବର୍ଷ ହେବ ବନ୍ଦ ରହିଛି। ନିକଟରେ ଯାତ୍ରୀମାନଙ୍କ ଆନ୍ଦୋଳନ ପରେ ଚାଲୁଥିବା ପାସେଞ୍ଜର ବା ମେମୁଗୁଡ଼ିକରେ ଅଧିକ ଭଡା ନିଆଯାଉଛି ବୋଲି ଅଭିଯୋଗ ହୋଇଛି। ଏବେ ପାସେଞ୍ଜରଗୁଡିକୁ ସ୍ପେଶାଲ ଟ୍ରେନ ବୋଲି କହି ରେଳ ବିଭାଗ ଏକ୍ସପ୍ରେସ ଭଡା ଯାତ୍ରୀଙ୍କ ନିକଟରୁ ନେଉଛି। ଫଳରେ ଯାତ୍ରୀମାନଙ୍କୁ ପ୍ରାୟ ୩ ଗୁଣ ଅଧିକ ଭଡା ଦେବାକୁ ପଡୁଛି। କଟକରୁ ଭୁବନେଶ୍ୱର ଯିବାକୁ ମେମୁରେ ପୂର୍ବରୁ ୧୦ ଟଙ୍କା ପଡୁଥିବା ବେଳେ ଏବେ ଏକ୍ସପ୍ରେସ ଭଡା ବାବଦରେ ୩୦ ଟଙ୍କା ଆଦାୟ କରାଯାଉଛି। କଟକରେ ହାଇକୋର୍ଟ, ପୋଲିସ ଡିଜି କାର୍ଯ୍ୟାଳୟ, କଟକ ବଡ଼ ଡାକ୍ତରଖାନା, ରେଭେନ୍ସା, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ରହିଥିବାବେଳେ କଟକ ଷ୍ଟେସନକୁ ରେଳ ଚଳାଚଳ ସ୍ବାଭାବିକ କରାଯାଉ ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାରା ଭାରତର ମୋଟ ୧୭ଟି ରେଳ ଜୋନ୍‌ ମଧ୍ୟରୁ ଅଧିକାଂଶ ଜୋନ୍‌ରେ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ବାଭାବିକ ହେଲାଣି। ପୂର୍ବତଟ ରେଳବାଇ ହେଉଛି ଏମିତି ଏକ ଜୋନ୍‌ ଯେଉଁଠି ମାଲ ପରିବହନରେ ରେକର୍ଡ ସୃଷ୍ଟି ହୋଇଛି। କିନ୍ତୁ ପାସେଞ୍ଜର ଟ୍ରେନ ବନ୍ଦ କରି ଯାତ୍ରୀ ପରିବହନକୁ ଅଣଦେଖା କରାଯାଉଛି। ତେଣୁ ପୂର୍ବଭଳି ସମସ୍ତ ଲୋକାଲ ଟ୍ରେନ ଚଳାଚଳ ଏବଂ ଲୋକାଲ ଟ୍ରେନ ପାଇଁ ଏକ୍ସପ୍ରେସ ଭଡ଼ା ପରିବର୍ତ୍ତେ ସାଧାରଣ ଟିକେଟ ପାଇଁ ଅନୁମତି ମିଳୁ ବୋଲି ନିୟମିତ ରେଳ ଯାତ୍ରୀ ସଂଘର ପୂର୍ଣ୍ଣଚନ୍ଦ୍ର ଦାଶ, ଯାଜପୁର କେନ୍ଦୁଝର ରୋଡ୍‌ର ଆଶୁତୋଷ କର, ହରିଦାସପୁର ରାମଚନ୍ଦ୍ର ପ୍ରତାପ, ନିର୍ମଳ ସାହୁ, ବିଜୟ ଖଣ୍ଡାୟୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri