୨ ମାସ ହେଲା ‘ବସୁଧା’ରୁ ଜଳ ଯୋଗାଣ ବନ୍ଦ

ଯୋଡ଼ା,୧୬।୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବଡ଼କାଳିମାଟି ପଞ୍ଚାୟତକୁ ୨ ମାସ ହେବ ବସୁଧା ଯୋଜନାରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ପାଇପ୍‌ ଭାଙ୍ଗିଦେଇଥିବା ବେଳେ ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଏ ନେଇ ପଞ୍ଚାୟତ ଓ ଜଳ ଯୋଗାଣ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଅନ୍ୟ କୌଣସି ଉପାୟ ନ ପାଇ ଦୂଷିତ ଚୁଆ ପାଣି ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ବସୁଧା ଯୋଜନାରେ ବେଲଦାଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ପ୍ରକଳ୍ପ ଦ୍ୱାରା ବଡ଼କାଳିମାଟି ପଞ୍ଚାୟତ ସହିତ ବସନ୍ତପୁର ପଞ୍ଚାୟତର ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଥିଲା। ବାମେବାରୀ-ପଳାସ୍ପଙ୍ଗା ରାସ୍ତା ନିର୍ମାଣ ବେଳେ ବଡ଼ ବଡ଼ ମେଶିନ ଦ୍ୱାରା ପାଇପ ଲାଇନକୁ ଫଟାଇ ଦିଆଯାଇଛି। ଏଥିରେ ବଡ଼କାଳିମାଟି ସଂଯୋଗ ପାଇପ ଭାଙ୍ଗିଯାଇଥିବାରୁ ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ କୌଣସି ସୁବିଧା ନ ଥିବାରୁ ଗାଁ ପାଖ ଚୁଆ ଓ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କାଳିମାଟିରେ ବହୁ ଖଣି ଓ ଶିଳ୍ପ କାରଖାନା ରହିଛି। ସରକାର ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି। କିନ୍ତୁ ଏ ଅଞ୍ଚଳର ଲୋକେ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇପାରୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପରମେଶ୍ବର ନାଏକ, ଦୁର୍ଯ୍ୟୋଧନ ବାରିକ, ଡୁକୁରା ମୁଣ୍ଡା, ସିପାଲ ମୁଣ୍ଡା ପ୍ରମୁଖ କହିଛନ୍ତି। ଏହା ସହିତ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ (ଜିଲା ଖଣିଜ ପାଣ୍ଠି) ଗଠନ କରାଯାଇଛି। ଏଥିରେ ଅନେକ ହଜାର କୋଟି ଟଙ୍କା ଗଛିତ ଥିଲେ ମଧ୍ୟ ଖଣି ଅଞ୍ଚଳର ବାସିନ୍ଦା ପାଣି ଟୋପେ ପାଇଁ ଡହଳବିକଳ ହେବା ନିତାନ୍ତ ପରିତାପର ବିଷୟ ବୋଲି ବିଚିତ୍ର ବାରିକ ଓ ନନ୍ଦକିଶୋର ବାରିକ କହିଥିଲେ। ପ୍ରକଳ୍ପ ଯନ୍ତ୍ରୀ ଶୁଭେନ୍ଦୁ ନାଏକ କହିଛନ୍ତି, ପିଡବ୍ଲ୍ୟୁଡି ରାସ୍ତା ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରାସ୍ତା କାର୍ଯ୍ୟ ବେଳେ ପାଇପ ଭାଙ୍ଗି ଦିଆଯାଇଛି। ଏଥି ସହିତ ୬ଟି ପାଇପକୁ ମଧ୍ୟ ସେମାନେ ନେଇଯାଇଛନ୍ତି। ପାଇପଗୁଡ଼ିକୁ ଦେଇ ଦେଲେ ବିଭାଗ ପକ୍ଷରୁ ମରାମତି କରାଯାଇଥାଆନ୍ତା। ପୂର୍ବରୁ ମଧ୍ୟ ଦୁଇଥର ଭାଙ୍ଗି ଦିଆଯାଇଥିଲା। ବିଭାଗ ପକ୍ଷରୁ ଚିଠି ପରେ ସଂସ୍ଥା ପକ୍ଷରୁ ମରାମତି କରାଯାଇଥିଲା। ତେବେ ଉକ୍ତ ସଂସ୍ଥାକୁ ଜୁନ୍‌ ୨୬ରେ ମରାମତି କରିବା ପାଇଁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri