୨ ମାସ ହେଲା ‘ବସୁଧା’ରୁ ଜଳ ଯୋଗାଣ ବନ୍ଦ

ଯୋଡ଼ା,୧୬।୭(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବଡ଼କାଳିମାଟି ପଞ୍ଚାୟତକୁ ୨ ମାସ ହେବ ବସୁଧା ଯୋଜନାରେ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ପାଇପ୍‌ ଭାଙ୍ଗିଦେଇଥିବା ବେଳେ ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଏ ନେଇ ପଞ୍ଚାୟତ ଓ ଜଳ ଯୋଗାଣ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ଅନ୍ୟ କୌଣସି ଉପାୟ ନ ପାଇ ଦୂଷିତ ଚୁଆ ପାଣି ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ବସୁଧା ଯୋଜନାରେ ବେଲଦାଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ପ୍ରକଳ୍ପ ଦ୍ୱାରା ବଡ଼କାଳିମାଟି ପଞ୍ଚାୟତ ସହିତ ବସନ୍ତପୁର ପଞ୍ଚାୟତର ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଥିଲା। ବାମେବାରୀ-ପଳାସ୍ପଙ୍ଗା ରାସ୍ତା ନିର୍ମାଣ ବେଳେ ବଡ଼ ବଡ଼ ମେଶିନ ଦ୍ୱାରା ପାଇପ ଲାଇନକୁ ଫଟାଇ ଦିଆଯାଇଛି। ଏଥିରେ ବଡ଼କାଳିମାଟି ସଂଯୋଗ ପାଇପ ଭାଙ୍ଗିଯାଇଥିବାରୁ ପଞ୍ଚାୟତବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ କୌଣସି ସୁବିଧା ନ ଥିବାରୁ ଗାଁ ପାଖ ଚୁଆ ଓ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କାଳିମାଟିରେ ବହୁ ଖଣି ଓ ଶିଳ୍ପ କାରଖାନା ରହିଛି। ସରକାର ଅଞ୍ଚଳରୁ କୋଟି କୋଟି ଟଙ୍କା ରାଜସ୍ବ ପାଉଛନ୍ତି। କିନ୍ତୁ ଏ ଅଞ୍ଚଳର ଲୋକେ ପାନୀୟ ଜଳ ଭଳି ମୌଳିକ ସୁବିଧା ପାଇପାରୁନାହାନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପରମେଶ୍ବର ନାଏକ, ଦୁର୍ଯ୍ୟୋଧନ ବାରିକ, ଡୁକୁରା ମୁଣ୍ଡା, ସିପାଲ ମୁଣ୍ଡା ପ୍ରମୁଖ କହିଛନ୍ତି। ଏହା ସହିତ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ (ଜିଲା ଖଣିଜ ପାଣ୍ଠି) ଗଠନ କରାଯାଇଛି। ଏଥିରେ ଅନେକ ହଜାର କୋଟି ଟଙ୍କା ଗଛିତ ଥିଲେ ମଧ୍ୟ ଖଣି ଅଞ୍ଚଳର ବାସିନ୍ଦା ପାଣି ଟୋପେ ପାଇଁ ଡହଳବିକଳ ହେବା ନିତାନ୍ତ ପରିତାପର ବିଷୟ ବୋଲି ବିଚିତ୍ର ବାରିକ ଓ ନନ୍ଦକିଶୋର ବାରିକ କହିଥିଲେ। ପ୍ରକଳ୍ପ ଯନ୍ତ୍ରୀ ଶୁଭେନ୍ଦୁ ନାଏକ କହିଛନ୍ତି, ପିଡବ୍ଲ୍ୟୁଡି ରାସ୍ତା ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରାସ୍ତା କାର୍ଯ୍ୟ ବେଳେ ପାଇପ ଭାଙ୍ଗି ଦିଆଯାଇଛି। ଏଥି ସହିତ ୬ଟି ପାଇପକୁ ମଧ୍ୟ ସେମାନେ ନେଇଯାଇଛନ୍ତି। ପାଇପଗୁଡ଼ିକୁ ଦେଇ ଦେଲେ ବିଭାଗ ପକ୍ଷରୁ ମରାମତି କରାଯାଇଥାଆନ୍ତା। ପୂର୍ବରୁ ମଧ୍ୟ ଦୁଇଥର ଭାଙ୍ଗି ଦିଆଯାଇଥିଲା। ବିଭାଗ ପକ୍ଷରୁ ଚିଠି ପରେ ସଂସ୍ଥା ପକ୍ଷରୁ ମରାମତି କରାଯାଇଥିଲା। ତେବେ ଉକ୍ତ ସଂସ୍ଥାକୁ ଜୁନ୍‌ ୨୬ରେ ମରାମତି କରିବା ପାଇଁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri