ଜଣାପଡ଼େ ନାହିଁ ଟାଣେ ପଇସା

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ପ୍ରମୁଖ ସମସ୍ୟା ଭିତରେ ତମାଖୁ ସେବନ ଅନ୍ୟତମ। ପ୍ରତିବର୍ଷ ପୃଥିବୀର ଜନସଂଖ୍ୟାର ହାରାହାରି ୬ ପ୍ରତିଶତ ଲୋକ ତମାଖୁ ସେବନ ଯୋଗୁ ଅକାଳ ମୃତ୍ୟୁବରଣ କରିଥାନ୍ତି। ଶରୀରରେ ଏଭଳି କେତେକ ନିର୍ଦ୍ଦିଷ୍ଟ ଜିନ୍‌ ରହିଥାଏ, ଯାହା ତମାଖୁ ସେବନ ପ୍ରତି ଜଣକୁ ପ୍ରୋତ୍ସାହିତ କରିଥାଏ। ସମ୍ପ୍ରତି ଯୁବପିଢ଼ିମାନେ ତମାଖୁ ସେବନ ପ୍ରତି ଆକର୍ଷିତ ହୋଇ ନିଜ ଜୀବନକୁ ବିପନ୍ନ କରୁଛନ୍ତି। ତମାଖୁରେ ଥିବା ନିକୋଟିନ୍‌ ନାମକ ବିଷାକ୍ତ ତତ୍ତ୍ୱ ରକ୍ତରେ ପ୍ରବାହିତ ହୋଇ ସାମୂହିକ କ୍ଷଣିକ ପ୍ରଫୁଲ୍ଲତା ଓ ପରବର୍ତ୍ତୀ ସମୟରେ ସୁସ୍ଥସବଳ ଦେହଟିକୁ ନଷ୍ଟ ବିନଷ୍ଟ କରିଥାଏ। ୨୦୦୦ରେ ବିଶ୍ୱ ତମାଖୁ ନିରୋଧ ଦିବସର ସ୍ଲୋଗାନ ଥିଲା ତମାଖୁ ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣ, ୨୦୦୧ରେ ସ୍ଲୋଗାନ ଥିଲା ସେକେଣ୍ଡହ୍ୟାଣ୍ଡ ଧୂମପାନ ମୃତ୍ୟୁକୁ ଡାକିଆଣେ, ସେହିପରି ୨୦୦୨ରେ ତମାଖୁ ମୁକ୍ତ କ୍ରୀଡ଼ା, ୨୦୦୩ରେ ତମାଖୁ ମୁକ୍ତ ଚଳଚ୍ଚିତ୍ର, ତମାଖୁ ମୁକ୍ତ ଫ୍ୟାଶନ୍‌। ୨୦୦୪ରେ ତମାଖୁ ଦାରିଦ୍ର୍ୟ : ଗୋଟିଏ ବଳୟରେ ଅବସ୍ଥିତ, ୨୦୦୫ରେ ତମାଖୁକୁ ନେଇ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା, ୨୦୦୬ରେ ତମାଖୁ ଏକ ଛଦ୍ମବେଶୀ ମୃତ୍ୟୁ, ୨୦୦୭ରେ ଘରର ଭିତର ପରିବେଶ ତମାଖୁ ମୁକ୍ତ ହେବା ଦରକାର, ୨୦୦୮ରେ ତମାଖୁ ମୁକ୍ତ ଦିବସ, ୨୦୦୯ରେ ତମାଖୁ ସ୍ବାସ୍ଥ୍ୟଗତ ସତର୍କତା, ୨୦୧୦ରେ ତମାଖୁ ନିୟନ୍ତ୍ରଣରେ ଲିଙ୍ଗ ପ୍ରଭେଦ ଦୂର କରିବା, ୨୦୧୧ରେ ତମାଖୁ ନିୟନ୍ତ୍ରଣ ପାଇଁ ଡବ୍ଲ୍ୟୁଓଏଚ୍‌ ପକ୍ଷରୁ ନୂତନ ପ୍ରଣାଳୀର ସ୍ଲୋଗାନ ରହିଥିଲା। ତମାଖୁ ସେବନ ଏକ ଭୟଙ୍କର ମାଦକ ଦ୍ରବ୍ୟ; ଯେଉଁଥିରେ ଏକରୁ ଆଠ ପ୍ରତିଶତ ନିକୋଟିନ୍‌ ନାମକ କ୍ଷାରୀୟ ପଦାର୍ଥ ରହିଥାଏ। ଏହା ଧୀରେ ଧୀରେ ମଣିଷଙ୍କୁ କାଙ୍ଗାଳ କରିଦେବା ସହ ଏହାକୁ ନିୟମିତ ସେବନ କଲେ ମାନସିକ ଅବସାଦ, ଶ୍ୱାସ, ଶାରୀରିକ ଦୁର୍ବଳତା, ରକ୍ତହୀନତା, ଯକୃତ ବିକାର, ଦୃଷ୍ଟିଶକ୍ତି ନାଶ, ମାନସିକ ଅବସାଦ ତଥା ମୁଖର ବିଭିନ୍ନ ରୋଗ ଉପତ୍ନ୍ନ ହୋଇଥାଏ।
ସିଗାରେଟ କିମ୍ବା ବିଡ଼ି ଧୂଆଁରେ ଚାରି ହଜାରରୁ ଅଧିକ କ୍ଷତିକାରକ ରାସାୟନିକ ପଦାର୍ଥ ରହୁଥିବାରୁ ଏହା ଶରୀର ଭିତରେ ଫୁସ୍‌ଫୁସ୍‌ କ୍ୟାନସର, ବ୍ରୋଙ୍କାଇଟିସ୍‌, ହୃଦ୍‌ଘାତ ଏବଂ ମସ୍ତିଷ୍କରେ ଷ୍ଟ୍ରୋକ ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ। ଏହା ମୂତ୍ରାଶୟ, ଖାଦ୍ୟନଳୀ, ବୃକକ୍‌, ପାକସ୍ଥଳୀ ଓ ଜରାୟୁ କର୍କଟରୋଗର କାରଣ ସାଜିଥାଏ। ସ୍ତ୍ରୀଲୋକମାନେ ଧୂମପାନ କରୁଥିଲେ ଜନ୍ମିତ ଶିଶୁଟି କମ୍‌ ଓଜନର ହେବା ସହିତ ଶିଶୁଟି ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ। ବର୍ତ୍ତମାନର ଯୁବପିଢ଼ି ଧୂମପାନ ବ୍ୟତୀତ ତମାଖୁ ଓ ଗୁଟଖାକୁ ବହୁଳ ବ୍ୟବହାର କରୁଥିବାରୁ ମୁଖ ଗହ୍ବର ଓ ଦାନ୍ତ ମାଢ଼ିରେ ବହୁଳ ଭାବରେ କ୍ଷତ ଦେଖାଯାଇଥାଏ। ବିଶ୍ୱ ତମାଖୁ ନିରୋଧ ଦିବସରେ ସମଗ୍ର ବିଶ୍ୱରେ ତମାଖୁ ସେବନର ଅପକାରିତା ସ୍ବାସ୍ଥ୍ୟଗତ ଭୟାବହତା ଉପରେ ଅଙ୍କୁଶ ଲଗାଇବା ସହ ଲୋକମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରାଇବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଥମେ ପ୍ରୟାସ ଆରମ୍ଭ ହୋଇଥିଲା। ୧୯୮୭ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବିଧିବଦ୍ଧ ଭାବରେ ପ୍ରସ୍ତାବ ଆଗତ କରି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚାଳିଶତମ ପ୍ରତିଷ୍ଠା ଦିବସ ଏପ୍ରିଲ ୭, ୧୯୯୮ ମସିହା ବିଶ୍ୱ ତମାଖୁ ନିରୋଧ ଦିବସ ଭାବରେ ପାଳନ କରିବାକୁ ସର୍ବସମ୍ମତି ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା। ସେ ସମୟରେ ତମାଖୁ ସେବନ କରୁଥିବା ବ୍ୟକ୍ତିମାନଙ୍କୁ ଅତିକମ୍‌ରେ ଗୋଟିଏ ଦିନ ଏଥିରୁ ବିରତ ରହିବାକୁ ସଚେତନ ମାଧ୍ୟମରେ ସେମାନଙ୍କୁ ଅନୁରୋଧ କରାଯାଉଥିଲା। ୧୯୮୮ରେ ଏହି ସଂଗଠନ ପକ୍ଷରୁ ଆଉ ଏକ ପ୍ରସ୍ତାବ ୱାଲ୍ଡର୍ର୍ ହେଲଥ୍‌ ଆସେମ୍ଲି ଅଧିବେଶନରେ ଉପସ୍ଥାପନ କରାଯାଇଥିଲା; ଯାହାପାଇଁ ମେ ୩୧ତାରିଖକୁ ବିଶ୍ୱ ତମାଖୁ ନିରୋଧ ଦିବସ ଭାବରେ ପାଳନ କରାଯାଇ ଆସୁଅଛି।
ତମାଖୁ ସେବନର ଭୟାବହତା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱର ସହ ବିଚାର କରି ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି। ସେହିପରି ତମାଖୁକୁ ଆକର୍ଷିତ କରିବା ପାଇଁ ବିଜ୍ଞାପନ, ସାମାଜିକ ଓ ଆଇନଗତ କଟକଣା ନ ଥିବା ଯୋଗୁ ଏହାର ବ୍ୟବହାର ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ଅସହାୟ, ଗରିବ, ଅପରିଚିତ ଓ ଦାରିଦ୍ର୍ୟ ସୀମାରେଖାତଳେ ଥିବା ରୋଗୀମାନଙ୍କର ସର୍ବବିଧ କଲ୍ୟାଣ ପାଇଁ ଓଡ଼ିଶା ସରକାର ସ୍ବତନ୍ତ୍ର ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସଚେତନଧର୍ମୀ କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ସଭା, ଆଲୋଚନାଚକ୍ର ଓ ନିର୍ଦ୍ଦିଷ୍ଟ ଭାବରେ କିଛି ବ୍ୟକ୍ତିତ୍ୱଙ୍କର ମାନସିକତା ଓ ଆଧ୍ୟାତ୍ମିକ କ୍ଷେତ୍ରକୁ ପରିବର୍ତ୍ତନ କରିବା ପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସେବାଭିମୁଖୀ ଯୋଜନା ହାତକୁ ନିଆଯାଇଛି। ଦିବ୍ୟମୟ ସ୍ବାସ୍ଥ୍ୟ ପାଇଁ ନିଶା ଦ୍ରବ୍ୟ ସେବନ ଓ ତମାଖୁଠାରୁ ଦୂରେଇ ରହିବା ପାଇଁ ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଜନସଚେତନତା ସୃଷ୍ଟି ହେଉଛି। ତମାଖୁକୁ ପରିତ୍ୟାଗ କରି ମାନସିକସ୍ତରରେ ପ୍ରସ୍ତୁତ ହେଲେ ଜଣେ ଦିବ୍ୟ ଶରୀର ଓ ଦିବ୍ୟ ଚିନ୍ତନର ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବ। ତେଣୁ ତମାଖୁ ଓ ତମାଖୁ ସେବନ କରୁଥିବା ଲୋକମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ନ କରି ସେମାନଙ୍କୁ ସଚେତନ କରି ସ୍ନେହ ଓ ଭଲପାଇବା ଦ୍ୱାରା ସେମାନଙ୍କ ଜୀବନର ଭୟଙ୍କର କୁ-ଅଭ୍ୟାସକୁ ଦୂରେଇ ପାରିଲେ ଆପଣ ଜଣେ ଯଥାର୍ଥ ସେବକ ଭାବରେ ନିଜ ଦାୟିତ୍ୱ ତୁଲାଇ ପାରିବେ। ଏ କ୍ଷେତ୍ରରେ ସରକାରଙ୍କଠାରୁ ବେସରକାରୀ ସ୍ବେଚ୍ଛାସେବୀ ସଂଗଠନ ଓ ସର୍ବୋପରି ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଆଜିର ଦିନରେ ସମାଜରୁ ତମାଖୁ ମୁକ୍ତ ପରିବେଶକୁ ଦୂରେଇ ଏକ ଦିବ୍ୟମୟ ପରିବେଶ ଓ ଲୋକମାନଙ୍କ ଭିତରେ ସଚେତନତାର ବାର୍ତ୍ତା ଯେପରି ଘରେ ଘରେ ପହଞ୍ଚାଇ ପାରିବା।

  • ଡା. ଉମେଶ ଚନ୍ଦ୍ର ପାତ୍ର
    ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ
    ମୋ : ୯୪୩୭୦୫୧୯୫୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri