ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି

ଛତ୍ରପୁର,୩୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ପାଳିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବ ଯୋଗ ଦେଇ କହିଥିଲେ, ଜଳବାୟୁ ପରିବର୍ତ୍ତନ ହେବା ଦ୍ବାରା ବିଭିନ୍ନ ବିପତ୍ତି ଆସୁଛି। ଏହି ସମୟରେ ଗୋଷ୍ଠୀଗୁଡିକୁ ସାମିଲ କରି ବିପର୍ଯ୍ୟୟର ମୁକାବିଲା ଯୋଜନା ପ୍ରସ୍ତୁତ କଲେ ବିପତ୍ତିରୁ ମୁକାବିଲା କରିବା ସମ୍ଭବ ହେବ। ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ସଚେତନତା ହିଁ ମୁଖ୍ୟ ମାଧ୍ୟମ ହୋଇଛି। ବିପତ୍ତି ଆସିବା ପୂର୍ବରୁ ଜନ ଜୀବନକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ହେଉଥିବା ସାମଗ୍ରୀ ଗଚ୍ଛିତ ରଖିବା ସହିତ ପୂର୍ବରୁ ସଜାଗ ରହିଲେ ତାହାକୁ ମୁକାବିଲା କରିବା ସହଜ ହୋଇପାରିବ।
ଜିଲାପାଳ(ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତି ଗ୍ରାମରେ ଭିତ୍ତିଭୂମି ରହିବା ଆବଶ୍ୟକ। ପ୍ରାରମ୍ଭିକ ସୂଚନା ପ୍ରଦାନ କରି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ସେ ଅବଗତ କରାଇଥିଲେ। ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାରଦା ପ୍ରସନ୍ନ ପଣ୍ଡା, ଉପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କୁ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଭଳି ନିଜକୁ ପ୍ରସ୍ତୁତ ରଖିବେ ସେ ସମ୍ପର୍କରେ ଜଣାଇଥିଲେ। ଅନସ୍ଲୋ ବିଦ୍ୟାଳୟ ଖେଳ ପଡିଆଠାରୁ ସଚେତନତା ସମ୍ପର୍କିତ ଏକ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲା। ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାସକାଠିଆ ପରିବେଷଣ ପୂର୍ବକ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା। ଓସ୍‌ଡମା, ଓଏସ୍‌ଏପି, ଅଷ୍ଟମ ବାଟାଲିୟନ ଛତ୍ରପୁର ଓଡ୍ରାଫ ଟିମ୍‌ ଦ୍ବାରା ମକ୍‌ ଡ୍ରିଲ ପ୍ରଦର୍ଶନ ପୂର୍ବକ କିଭଳି ବିପତ୍ତି ଆପଦ ସମୟରେ ଲୋକଙ୍କ ଜନଜୀବନ ସୁରକ୍ଷା ହୋଇପାରିବ ତା’ର ପୂର୍ବପ୍ରସ୍ତୁତି ଅଭ୍ୟାସ ପ୍ରଦର୍ଶନ ହୋଇଥିଲା। ବିପତ୍ତି ସମୟରେ କେଉଁ ସବୁ ଯନ୍ତ୍ରପାତି, ସରଞ୍ଜାମ ଦ୍ବାରା ଲୋକଙ୍କୁ ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟରେ ବିନିଯୋଗ ହେଉଛି ତାହା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏସ୍‌ଆଇ, ଆର୍ମସ ପ୍ରସନ୍ନ କୁମାର ସୁବୁଦ୍ଧି ଏବଂ ସେମାନଙ୍କ ସାଥୀ ଦୁଃସାହସିକ ପ୍ରସ୍ତୁତି ପ୍ରଦର୍ଶନ କରିଥିଲେ। ଅଗ୍ନିଶମ ବିଭାଗ ଦ୍ବାରା ବିଭିନ୍ନ ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀର ଭୂମିକା ବିଷୟବସ୍ତୁକୁ ନେଇ ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରବନ୍ଧ ପ୍ରତିଯାଗିତାରେ ଅର୍ପିତା ଚୌଧୁରୀ, ଭିଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ, ସୌମ୍ୟ ରଞ୍ଜନ ପଣ୍ଡା, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆସ୍କା ଦ୍ବିତୀୟ ଓ ଶୋଭନା ସ୍ବାଇଁ କୃଷକ ନୋଡାଲ ଉଚ୍ଚ ବିଦ୍ୟାଳୟ, ହୁଗୁଳାପଟା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।
ପ୍ରତିଯୋଗିତାରେ ଜିନା ଗୌଡ, ଆର୍‌.ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମନାଭପୁର ପ୍ରଥମ, ସ୍ପନ୍ଦନ କୁମାର ତ୍ରିପାଠୀ ସରକାରୀ ଉଚ୍ଚ ବିଦ୍ୟାଳୟ ମେଡିକାଲ କ୍ୟାମ୍ପସ୍‌ ବ୍ରହ୍ମପୁର ଦ୍ବିତୀୟ ସ୍ଥାନ ଓ ଅଙ୍କିତା ଗୌଡ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର-୨ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ସସ୍ମିତା ମହାନ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ କଞ୍ଚୁରୁ ପ୍ରଥମ ସ୍ଥାନ, ଶୁଭମ୍‌ ତ୍ରିପାଠୀ ସରକାରୀ ପୌର ଉଚ୍ଚ ବିଦ୍ୟାଳୟ, ଲାଞ୍ଜିପଲ୍ଲୀ ଦ୍ବିତୀୟ ସ୍ଥାନ ଓ ମୁକେଶ ସାହୁ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ମଞ୍ଚାସୀନ ଥିଲା ବେଳେ ଜିଲା ପରିଯୋଜନା ଅଧିକାରୀ ଅବନୀକାନ୍ତ ଭୂୟଁା ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri