Posted inଜାତୀୟ

ଇସ୍ରୋ ଲଞ୍ଚ କରିବ ୮ ନାନୋ ସାଟେଲାଇଟ ଓ ଓଶନସାଟ-୩

ତିରୁପତି,୨୬ ।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନିକଟରେ ସ୍ୱଦେଶୀ ମିଶନକୁ ଲଞ୍ଚ କରି ଇତିହାସ ରଚିବା ପରେ ଏହାର ପରବର୍ତ୍ତି ମିଶନ ପିଏସଏଲଭି-ସି୫୪/ଇଓଏସ-୦୬ ପାଇଁ ପ୍ରସ୍ତୁତ ହୋଇସାରିଛି । ଏହାର କାଉଣ୍ଟଡାଉନ ଏବେ ଆରମ୍ଭ ହୋଇଯାଇଛି । ଏହି ମିଶନ ଅଧିନରେ ଇସ୍ରୋ ଓଶନସାଟ ସିରିଜର ୩ୟ ସଂସ୍କରଣର ସାଟେଲାଇଟ ଓଶନସାଟ-୩ ସାଟେଲାଇଟ ସହ ୮ଟି ନାନୋ ଉପଗ୍ରହ ଉତକ୍ଷେପଣ କରୁଛି । ଏହି ମିଶନ ଶନିବାର (୨୬ ନଭେମ୍ବର) ସକାଳ ୧୧ଟା ୪୬ରେ ଶ୍ରୀହରିକୋଟାର ଉତକ୍ଷେପଣ କରାଯିବ । ଏହାର ୨୫ ଘଣ୍ଟିଆ କାଉଣ୍ଟ ଡାଉନ ଶୁକ୍ରବାର(୨୫ ନଭେମ୍ବର) ସକାଳ ୧୦ଟା ୪୬ରୁ ଆରମ୍ଭ ହୋଇଛି ।
ମିଶନର ପ୍ରାଥମିକ ପେଲୋଡ ଓଶନସାଟ ସିରିଜର ଥାର୍ଡ ଜେନେରେଶନ ସାଟେଲାଇଟ ହେଉଛି ଓଶନସାଟ-୩ । ଓଶନସାଟ ସିରିଜର ସାଟେଲାଇଟ ଅର୍ଥ ଅବଜରଭେଶନ ସାଟେଲାଇଟ, ଯାହା ସମୁଦ୍ର ବିଜ୍ଞାନ ଓ ବାୟୁମଣ୍ଡଳୀୟ ଅଧ୍ୟୟନ ପାଇଁ ସମର୍ପିତ । ଏହା ବ୍ୟତୀତ ଏହି ସାଟେଲାଇଟ ସମୁଦ୍ର ପାଣିପାଗର ପୂର୍ବାନୁମାନ କରିବାର କ୍ଷମତା ରଖିଛି, ଯାହାଦ୍ୱାରା ଦେଶ ଯେ କୌଣସି ପ୍ରକାର ଘୂର୍ଣ୍ଣିବଳୟକୁ ନେଇ ପୂର୍ବରୁ ପ୍ରସ୍ତୁତ ରହିବ । ଏହି ସିରିଜର ପ୍ରଥମ ଉପଗ୍ରହ ଓଶନସାଟ-୧ ମେ ୨୬ ୧୯୯୯ରେ ଲଞ୍ଚ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

ବାପା-ମାଆଙ୍କ ଅନୁମତି ବିନା ଆପଣ ବିବାହ କରିପାରିବେନି, ବିଧାନସଭାରେ ବଡ଼କଥା କହିଦେଲେ ସରକାର

ନୂଆଦିଲ୍ଲୀ,୨୦।୨: ଗୁଜୁରାଟ ବିଧାନସଭାରେ ବିବାହ ପଞ୍ଜିକରଣକୁ ନେଇ ଏକ ଐତିହାସିକ ପ୍ରସ୍ତାବ ଦିଆଯାଇଛି । ବାପା ମାଆଙ୍କ ଅନୁମତି ବିନା କେହି ବି ବିବାହ କରିପାରିବେ ନାହିଁ, ଅର୍ଥାତ୍ ବିବାହ…

ଫର୍ମଫିଲପରେ ତ୍ରୁଟି : ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ୨ ପରୀକ୍ଷାରୁ ବଞ୍ଚିତ…

ନନ୍ଦପୁର,୨୦ା୨(ତୁଷାର କାନ୍ତ ମହାନ୍ତି): ଯୁକ୍ତଦୁଇ ପରୀକ୍ଷା ପାଇଁ ଫର୍ମଫିଲପ ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ ରାଧାକୃଷ୍ଣ ଉଚ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri