Posted inଫୁରସତ

ଇସ୍ରୋ

ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌ (ଇସ୍ରୋ) ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଗୋଟିଏ ପରେ ଗୋଟିଏ ସଫଳ ପରୀକ୍ଷଣ ଦ୍ୱାରା ସମଗ୍ର ବିଶ୍ୱରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜାଣିବା ଏହା ସମ୍ପର୍କରେ କିଛି ତଥ୍ୟ…

-୧୯୬୨ ମସିହାରେ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ଦ୍ୱାରା ‘ଇଣ୍ଡିଆନ୍‌ ନ୍ୟାଶନାଲ୍‌ କମିଟି ଫର୍‌ ସ୍ପେସ୍‌ ରିସର୍ଚ୍ଚ’ ପ୍ରତିଷ୍ଠା କରାଯାଇଥିଲା। ହେଲେ ୧୯୬୯ ମସିହା ସ୍ବାଧୀନତା ଦିବସ ଅବସରରେ ଏହାର ନାମ ପରିବର୍ତ୍ତନ କରାଯାଇ ଇସ୍ରୋ ରଖାଗଲା, ଯାହାର ମୁଖ୍ୟ କାର୍ଯ୍ୟାଳୟ ରହିଛି କର୍ନାଟକର ବେଙ୍ଗାଲୁରୁ ସହରରେ। ଏହା ସ୍ଥାପନା ହେବାର କିଛି ବର୍ଷ ମଧ୍ୟରେ ଆର୍ଯ୍ୟଭଟ୍ଟ, ଭାସ୍କର, ରୋହିଣୀ ଏବଂ ଆପ୍‌ଲ ସାଟେଲାଇଟର ସଫଳ ଉତ୍‌କ୍ଷେପଣ କରାଯାଇଥିଲା।

-ସଙ୍ଗଠନକୁ ଅନ୍ତରୀକ୍ଷ ବିଭାଗ ପରିଚାଳନା କରୁଥିବା ବେଳେ ଏଠାକାର ରିସର୍ଚ୍ଚ ରିପୋର୍ଟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଥାଏ।

-ପ୍ରଥମ ସାଟେଲାଇଟ୍‌ ଆର୍ଯ୍ୟଭଟ୍ଟ ୧୯ ଏପ୍ରିଲ ୧୯୭୫ରେ ରୁଷ ଦେଶର ସହାୟତାରେ ଉତ୍‌କ୍ଷେପଣ କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଇସ୍ରୋ ପକ୍ଷରୁ ୧୫୦ଟି ସାଟେଲାଇଟ୍‌ ସଫଳତା ପୂର୍ବକ ଲଞ୍ଚ୍‌ କରାଯାଇଛି।

-କଥା ହେଉଛି ପ୍ରଥମ ସାଟେଲାଇଟ୍‌ର କେତେକ ପାଟର୍‌ସକୁ ସାଇକେଲ୍‌ରେ ନିଆଯାଇଥିବା ବେଳେ ୧୯୮୧ରେ ଆପଲ୍‌ ସାଟେଲାଇଟ୍‌କୁ ବଳଦଗାଡ଼ି ସାହାଯ୍ୟରେ ନିଆଯାଇଥିଲା।

-ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡ. ଏ.ପି.ଜେ. ଅବ୍‌ଦୁଲ୍‌ କଲାମଙ୍କ ତତ୍ତ୍ୱାବଧାନରେ ଭାରତର ପ୍ରଥମ ସ୍ବଦେଶୀ ଉପଗ୍ରହ ଏସ୍‌ଏଲ୍‌ଭି-୩ ଲଞ୍ଚ୍‌ କରାଯାଇଥିଲା।

-ଭାରତର ପ୍ରଥମ ଲୁନାର ମିଶନ ଚନ୍ଦ୍ରୟାନ-୧ ଲଞ୍ଚ୍‌ କରାଯାଇଥିଲା ଏବଂ ଚନ୍ଦ୍ରରେ ନିଜ ଦେଶର ପତାକା ଉଡ଼ାଇବାରେ ଭାରତ ୪ର୍ଥ ଦେଶ ପାଲଟିଥିଲା। ନିକଟରେ ଚନ୍ଦ୍ରୟାନ-୩ ସଫଳତା ପୂର୍ବକ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚାଇବାରେ ଭାରତ ପୃଥିବୀର ପ୍ରଥମ ଦେଶ ପାଲଟିଛି।
ମଙ୍ଗଳ ଗ୍ରହରେ ପହଞ୍ଚତ୍ବାରେ ଆମେରିକା, ରୁଷ ଏବଂ ୟୁରୋପ ପରେ ଭାରତ ଚତୁର୍ଥ ଦେଶ ହୋଇଥିବା ବେଳେ ମାର୍ସ ଅର୍ବିଟ୍‌ ମିଶନ୍‌ ବା ପ୍ରଥମ ଚେଷ୍ଟାରେ ମଙ୍ଗଳଗ୍ରହରେ ପହଞ୍ଚତ୍ ପାରିଥିବା ପ୍ରଥମ ଦେଶ ହେଉଛି ଭାରତ, ଯାହାକି ଇସ୍ରୋର ଏକ ବଡ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri