ଗାଜା, ସିରିଆରେ ଇସ୍ରାଏଲ୍‌ର ବୋମାମାଡ଼

ରାଫାହ(ଗାଜା ଷ୍ଟ୍ରିପ୍‌)/ତେଲ୍‌ ଆଭିଭ୍‌,୨୩ା୧୦: ଇସ୍ରାଏଲ୍‌ ଯୁଦ୍ଧବିମାନଗୁଡ଼ିକ ଶନିବାର ରାତିରୁ ଗାଜା ଉପରେ ବୋମାମାଡ଼ ଜାରି ରଖିଥିବାବେଳେ ରବିବାର ସିରିଆର ଦୁଇଟି ବିମାନବନ୍ଦର ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ମସ୍‌ଜିଦ ଉପରେ ଆକ୍ରମଣ କରିଛି। ଫଳରେ ଯୁଦ୍ଧ କେବଳ ଇସ୍ରାଏଲ୍‌ ଏବଂ ଗାଜା ମଧ୍ୟରେ ସୀମିତ ନ ରହି ଅନ୍ୟ ଦେଶକୁ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି। ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇସ୍ରାଏଲ୍‌ ପ୍ରାୟ ପ୍ରତିଦିନ ଲେବାନନ୍‌ର ହେଜ୍‌ବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଉପରେ ଆକ୍ରମଣ ଚଳାଇଛି। ଇସ୍ରାଏଲ୍‌ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇସ୍ରାଏଲ୍‌ ସୈନ୍ୟ ସେଠାର ଶରଣାର୍ଥୀ ଶିବିରରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ସହ ଦୁଇଥର ଏୟାରଷ୍ଟ୍ରାଇକ୍‌ କଲେଣି।
ଗାଜାରେ ସ୍ଥଳଯୁଦ୍ଧ ଆରମ୍ଭ କରିବା ଯୋଜନାରେ ଇସ୍ରାଏଲ୍‌ ରହିଛି। ସେଥିପାଇଁ ସୀମାରେ ହଜାର ହଜାର ଟ୍ୟାଙ୍କ୍‌ ମହଜୁଦ୍‌ କରିରଖିଛି। ଉତ୍ତର ଗାଜାରୁ ଲୋକମାନଙ୍କୁ ଅନ୍ୟତ୍ର ପଳାଇଯିବା ଲାଗି ତେଲ୍‌ ଆଭିଭ୍‌ ବାରମ୍ବାର କହିବା ସହ ଆକାଶମାର୍ଗରୁ ଲିଫ୍‌ଲେଟ୍‌ ପକାଉଛି। ଯଦି ପାଲେଷ୍ଟିନୀୟମାନେ ତୁରନ୍ତ ଉକ୍ତ ଅଞ୍ଚଳରୁ ପଳାଇ ନ ଯାଆନ୍ତି, ତେବେ ସେମାନଙ୍କୁ ଆତଙ୍କବାଦୀଙ୍କ ଭଳି ବ୍ୟବହାର କରାଯିବ ବୋଲି ଇସ୍ରାଏଲ୍‌ ଚେତାବନୀ ଦେଇଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରୁ ୭ ଲକ୍ଷ ଲୋକ ପଳାଇଗଲେଣି। ତଥାପି ଆହୁରି କେତେ ଲକ୍ଷ ଲୋକ ରହିଯାଇଛନ୍ତି। ସ୍ଥଳଯୁଦ୍ଧ ଆରମ୍ଭ ହେଲେ ବହୁସଂଖ୍ୟାରେ ସାଧାରଣ ଲୋକ ମୃତାହତ ହେବା ଆଶଙ୍କା ରହିଛି। ଗାଜା ସିଟିରେ ହମାସ୍‌ର ଭିତ୍ତିଭୂମି ଏବଂ ଭୂତଳ ଟନେଲ୍‌ ବ୍ୟବସ୍ଥା ରହିଛି। ପରବର୍ତ୍ତୀ ଆକ୍ରମଣକୁ ଜୋର୍‌ଦାର କରାଯିବ ବୋଲି ଇସ୍ରାଏଲୀ ସେନାର ଜଣେ ଅଧିକାରୀ କହିଛନ୍ତି। ହମାସ୍‌କୁ ସମ୍ପୂର୍ଣ୍ଣ ମୂଳପୋଛ କରିଦେବାକୁ ଇସ୍ରାଏଲ୍‌ ଚାହେଁ। ସାଧାରଣ ଲୋକେ ଯେପରି ସୀମାରେ ପହଞ୍ଚତ୍ପାରିବେ ସେଥିପାଇଁ ଏକ ସମ୍ଭାବ୍ୟ ବଫର ଜୋନ୍‌ ସୃଷ୍ଟି କରିବା ଲାଗି ଏହାର ଅଧିକାରୀମାନେ କହିଛନ୍ତି।

ଇନ୍‌କ୍ୟୁବେଟରରେ ଥିବା ୧୨୦ ଶିଶୁ ବିପଦରେ

ଇସ୍ରାଏଲ୍‌ର ବିମାନ ଆକ୍ରମଣରେ ଗାଜା ଷ୍ଟ୍ରିପ୍‌ର ୧,୭୫୦ରୁ ଅଧିକ ପିଲାଙ୍କ ମୃତ୍ୟୁ ଘଟିଲାଣି। ଗାଜା ହସ୍ପିଟାଲଗୁଡ଼ିକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଇନ୍‌କ୍ୟୁବେଟରରେ ଥିବା ଅନୂ୍ୟନ ୧୨୦ ନବଜାତ ଶିଶୁଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ହସ୍ପିଟାଲଗୁଡ଼ିକରେ ଇନ୍ଧନ ସମେତ ଔଷଧ, ପାଣିର ଘୋର ଅଭାବ ଦେଖାଦେଇଛି। ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେବା ସହ ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା କରାଯାଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri