ଇରାନ କବ୍‌ଜାରେ ଇସ୍ରାଏଲ ଜାହାଜ: ଏଥିରେ ଅଛନ୍ତି ୧୭ ଭାରତୀୟ, ବଢୁଛି ଚିନ୍ତା

ଜେରୁଜେଲମ୍‌,୧୩ା୪: ଶନିବାର ଇରାନର ସମୁଦ୍ର ତଟରକ୍ଷୀ ହର୍ମୁଜ୍‌ ଷ୍ଟ୍ରେଟ୍‌ରେ ଇସ୍ରାଏଲ ସହ ଜଡ଼ିତ ଏକ ମାଲ୍‌ ପରିବହନ ଜାହାଜ ଜବତ କରିଛନ୍ତି। ଏହି ଜାହାଜରେ ୧୭ ଜଣ ଭାରତୀୟ ମଧ୍ୟ ଅଛନ୍ତି, ଯାହା ପରେ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ଚିନ୍ତା ବଢ଼ିଛି।

ଇରାନ କହିଛି, ଏହି କାର୍ଯ୍ୟ ଯୋଗୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ପରିବହନ ମାର୍ଗ ବନ୍ଦ କରିପାରେ। ଇରାନ ମଧ୍ୟ ସିରିଆ କନ୍‌ସୁଲେଟ ଉପରେ ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନେବ ବୋଲି ଚେତାବନୀ ଦେଇଛି।

ଏଥି ସହିତ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ମଧ୍ୟରେ ଭାରତ ଇସ୍ରାଏଲ କଣ୍ଟେନର ଜାହାଜରେ ଥିବା ସମସ୍ତ ଭାରତୀୟଙ୍କ ନିରାପଦ ମୁକ୍ତି ପାଇଁ ଇରାନ ସହ ଯୋଗାଯୋଗ କରିଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଭାରତୀୟ ନାଗରିକଙ୍କ ନିରାପଦ ତଥା ଶୀଘ୍ର ମୁକ୍ତ ହେବା ନିଶ୍ଚିତ କରିବାକୁ ଭାରତ ଉଭୟ ତେହେରାନ ଏବଂ ଦିଲ୍ଲୀର କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଇରାନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛି।

ବାସ୍ତବରେ ଇରାନର ଏହି କାର୍ଯ୍ୟ ୧୨ ଦିନ ପୂର୍ବରୁ ସିରିଆରେ ଥିବା ଇରାନ କନସୁଲେଟ୍‌ ଉପରେ ହୋଇଥିବା ଆକ୍ରମଣର ଜବାବରେ ତେହେରାନ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଭାରତର ଏକ ସରକାରୀ ସୂତ୍ର କହିଛନ୍ତି, ‘ଆମେ ଜାଣୁ ଯେ ମାଲ୍‌ ପରିବହନ ଜାହାଜ ‘MSC Aries’ ଇରାନ କବଳରେ ରହିଛି। ଆମେ ଜାଣିବାକୁ ପାଇଲୁ ଯେ ଜାହାଜରେ ୧୭ ଜଣ ଭାରତୀୟ ନାଗରିକ ରହିଛନ୍ତି।”

Share