କଟାମୁଣ୍ଡ ଯୋଡ଼ିଲେ ଇସ୍ରାଏଲ ଡାକ୍ତର

ଜେରୁଜେଲମ୍‌, ୧୫ା୭: ଇସ୍ରାଏଲୀ ଡାକ୍ତର ଚିକିତ୍ସା ବିଜ୍ଞାନରେ ଚମତ୍କାରିତା ଦେଖାଇଛନ୍ତି। ଜଣେ ୧୨ ବର୍ଷର ବାଳକ ସାଇକେଲ ଚଳାଇ ଯାଉଥିବାବେଳେ ଏକ କାର୍‌ ଧକ୍କାଦେବାରୁ ତାଙ୍କ ମୁଣ୍ଡ ବେକରୁ ପ୍ରାୟତଃ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଇସ୍ରାଏଲର ଡାକ୍ତରମାନେ ଅତ୍ୟନ୍ତ ଜଟିଳ ତଥା ଅସାଧାରଣ ଅସ୍ତ୍ରୋପଚାର ବଳରେ କଟାମୁଣ୍ଡକୁ ପିଲା ଦେହରେ ସଫଳତାର ସହ ଲଗାଇଦେଇଛନ୍ତି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଲେମାନ ହାସନଙ୍କୁ କାର୍‌ ଧକ୍କା ଦେବାରୁ ତାଙ୍କ ମେରୁଦଣ୍ଡର ଶୀର୍ଷ ଅସ୍ଥିରୁ ଖପୁରି ଅଲଗା ହୋଇଯାଇଥିଲା। ବିଜ୍ଞାନ ଭାଷାରେ ଏଭଳି ସ୍ଥିତିକୁ ବାଏଲାଟେରାଲ ଆଟଲାଣ୍ଟୋ ଓସିପିଟାଲ ଜଏଣ୍ଟ ସିଡ୍‌ଲୋକେଶନ କୁହାଯାଏ। ଦୁର୍ଘଟଣା ପରେ ସୁଲେମାନଙ୍କୁ ବିମାନ ଯୋଗେ ହାଡାସା ମେଡିକାଲ ସେଣ୍ଟରକୁ ନିଆଯାଇ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କ ମୁଣ୍ଡ ବେକର ଆଧାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ଅସ୍ତ୍ରୋପଚାର ପାଇଁ ଅନେକ ଘଣ୍ଟା ସମୟ ଲାଗିଥିଲା ଓ କ୍ଷତିଗ୍ରସ୍ତ ସ୍ଥାନରେ ନୂଆ ପ୍ଲେଟ୍‌ ଓ ଫିକ୍ସେଶନ ଲଗାଇବାକୁ ପଡ଼ିଥିଲା ବୋଲି ଅର୍ଥୋପେଡ଼ିକ୍‌ ସର୍ଜନ ଡା. ଓହାଡ୍‌ ଇନାଭ କହିଛନ୍ତି। ପିଲାଟିକୁ ବଞ୍ଚାଇବାରେ ଆମର ସାମର୍ଥ୍ୟ ହେଉଛି ଆମର ଜ୍ଞାନ ଏବଂ ଅସ୍ତ୍ରୋପଚାର ପ୍ରକୋଷ୍ଠରେ ଥିବା ଅତ୍ୟାଧୁନିକ ପ୍ରଯୁକ୍ତି। ପିଲାଟିର ଜୀବନ ବଞ୍ଚାଇବାକୁ ସମ୍ପୂର୍ଣ୍ଣ ଟିମ୍‌ ସଂଘର୍ଷ କରିଥିଲା ବୋଲି ଡା. ଇନାଭ କହିଛନ୍ତି। ପିଲାଟିର ବଞ୍ଚତ୍ବା ସମ୍ଭାବନା ମାତ୍ର ୫୦ ପ୍ରତିଶତ ଥିଲା। ତେଣୁ ଏହା ଚମତ୍କାରିତାଠାରୁ କିଛି କମ୍‌ ନୁହେଁ ବୋଲି ସର୍ଜନମାନେ କହିଛନ୍ତି।
ଗତ ମାସରେ ଏହି ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଜୁଲାଇ ପର୍ଯ୍ୟନ୍ତ ଡାକ୍ତରମାନେ ଏହାର ଫଳାଫଳକୁ ସର୍ବସାଧାରଣରେ ପ୍ରକାଶ କରି ନ ଥିଲେ। ସୁଲେମାନ ନିକଟରେ ସର୍ଭିକାଲ ସ୍ପ୍ଲିଣ୍ଟ (ବେକ ପଟି) ସହ ହସ୍ପିଟାଲରୁ ବାହାରିଛନ୍ତି। ତାଙ୍କର ସ୍ନାୟୁତନ୍ତ୍ରୀ କିମ୍ବା ଜ୍ଞାନେନ୍ଦ୍ରିୟରେ କୌଣସି କମି ନାହିଁ। ଦୀର୍ଘ ଅସ୍ତ୍ରୋପଚାର ପ୍ରକ୍ରିୟା ପରେ ମଧ୍ୟ ସେ ସ୍ବାଭାବିକ ଭାବେ ସବୁ କାମ କରିପାରୁଛନ୍ତି ଏବଂ ବିନା ସହାୟତାରେ ଚାଲିପାରୁଛନ୍ତି ବୋଲି ଡା. ଇନାଭ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

‘କୃତ୍ରିମ ବୁଦ୍ଧିମତ୍ତା: ପରିବର୍ତ୍ତନ ଧାରାରେ ଭାରତ ଅଗ୍ରଣୀ’

ନୂଆଦିଲ୍ଲୀ,୧୭ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ବିଭିନ୍ନ ଷ୍ଟଲ୍‌ ବୁଲିବା…

ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲକୁ ୧୨୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍‌ କ୍ଲିକ୍‌ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର…

ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ, ଭବେଶ ପାତ୍ର ଓଡ଼ିଶା ଟପ୍ପର

ଭୁବନେଶ୍ୱର,୧୭ା୨(ସୁଚିସ୍ମିତା ସାହୁ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍‌ ୨୦୨୬ ପ୍ରଥମ ସେସନର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ଜେଇଇ ପେପର-୧…

ଆଜି ଶପଥ ନେବେ ରହମାନ

ଢାକା,୧୭ା୨: ବାଂଲାଦେଶରେ ମଙ୍ଗଳବାର ବିଏନ୍‌ପି (ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି) ସରକାର ଶପଥ ନେବ। ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହିତ…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର

ଦେବଗଡ,୧୭।୨(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ତଥା ଦେବଗଡ ଥାନା ଅନ୍ତର୍ଗତ ଟାଇଁସର ସ୍ଥିତ ଏକ ବଗିଚା ଭିତରୁ ମୁର୍ମୁଷୁ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି…

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri