ଇରାନ ଆଣବିକ ସ୍ଥଳ, ଜେଲରେ ଇସ୍ରାଏଲ୍‌ର ଆକ୍ରମଣ

ତେଲ୍‌ ଆଭିଭ୍‌/ତେହରାନ,୨୪ା୬: ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ଜୋର୍‌ଦାର ଆକ୍ରମଣ କରିବାର ଦିନକ ପରେ ସୋମବାର ଇସ୍ରାଏଲ୍‌ ପୁନର୍ବାର ତେହରାନ୍‌ର ଆଣବିକ ସ୍ଥଳକୁ ଟାର୍ଗେଟ କରିଛି। ଆମେରିକା ରବିବାର ଇରାନର ୩ ଆଣବିକ ସ୍ଥଳ ଉପରେ ଶକ୍ତିଶାଳୀ ବଙ୍କର ବଷ୍ଟର ବୋମାମାଡ଼ କରିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଆକ୍ରମଣ ପରେ ତେହରାନ୍‌ ସୋମବାର ଇସ୍ରାଏଲ୍‌ ଉପରେ ପ୍ରବଳ ମିଶାଇଲ୍‌ ମାଡ଼ କରିଥିଲା। ଜେରୁଜେଲମ୍‌ରେ ବିସ୍ଫୋରଣ ଶବ୍ଦ ଶୁଣାଯିବା ସହ ଉତ୍ତର ଇସ୍ରାଏଲ୍‌ରେ ସାଇରନ୍‌ ବାଜିଥିଲା। ଦକ୍ଷିଣ ଭାଗରେ ଥିବା ଆଶ୍‌ଡୋଡ୍‌ରେ ମଧ୍ୟ ମିଶାଇଲ ମାଡ଼ ହୋଇଥିତ୍ବା ଇରାନ ସେନା ସ୍ପଷ୍ଟ କରିଛି। ଫଳରେ ଉତ୍ତେଜନା ବଢ଼ିବା ସହ ଇସ୍ରାଏଲୀ ଡିଫେନ୍ସ ଫୋର୍ସ ଏହାର ଜବାବ ଦେବାକୁ ଯାଇ ଫରଦୋ ନ୍ୟୁକ୍ଲିୟର ସାଇଟ୍‌ ଉପରେ ସାନି ଆକ୍ରମଣ କରିବା ସହ ତେହରାନରେ ଥିବା ଇରାନ ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନ ଏବଂ ଜେଲ ଉପରେ ଆକ୍ରମଣ କରିଛି।
ଅଣୁଅସ୍ତ୍ର ସ୍ତର ପାଖାପାଖି ୟୁରାନିୟମ୍‌କୁ ଏନ୍‌ରିଚ୍‌ମେଣ୍ଟ କରିବା କ୍ଷମତା ଫର୍‌ଦୋ ନ୍ୟୁକ୍ଲିୟର ଫାସିଲିଟିର ରହିଛି। ଏହା ଭୂପୃଷ୍ଠଠାରୁ ୮୦ରୁ ୯୦ ମିଟର ତଳେ ରହିଥିବାରୁ ଏହାକୁ ଭେଦ କରିବା ପାଇଁ ଆବଶ୍ୟକ ଅସ୍ତ୍ର କେବଳ ଆମେରିକା ପାଖରେ ରହିଛି। ଆମେରିକାର ‘ଅପରେଶନ ମିଡ୍‌ନାଇଟ୍‌ ହାମର’ର ପ୍ରଭାବ ସମ୍ପର୍କରେ ଏହାର ପ୍ରତିରକ୍ଷା ଅଧିକାରୀମାନେ ଏପର୍ଯ୍ୟନ୍ତ ନିର୍ଣ୍ଣୟ କରି ନ ଥିବାବେଳେ ବୋମାମାଡ଼ ଯୋଗୁ ଫର୍‌ଦୋ ଭୂତଳ ଅଞ୍ଚଳର ଉଲ୍ଲେଖନୀୟ କ୍ଷତି ହୋଇଥାଇପାରେ ବୋଲି ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) କହିଛି। ୩ ଆଣବିକ ସ୍ଥଳକୁ ଟାର୍ଗେଟ କରିବା ପାଇଁ ଆମେରିକା ୩୦,୦୦୦ ପାଉଣ୍ଡ ବଙ୍କର-ବଷ୍ଟର ବୋମା ବ୍ୟବହାର କରିଥିଲା। ତେବେ ଏହା ପୂର୍ବରୁ ତେହରାନ ଉକ୍ତ ସ୍ଥଳରୁ ଆଣବିକ ସାମଗ୍ରୀ ଅନ୍ୟତ୍ର ନେଇଯାଇଥିଲା ବୋଲି କେତେଜଣ ଇରାନୀୟ ଅଧିକାରୀ ଏବଂ ସେଠାର ଆଣବିକ ଶକ୍ତି ସଂଗଠନ ମୁଖପାତ୍ର ବେହରୋଜ କମଲଭାଣ୍ଡି କହିଛନ୍ତି। ଆଣବିକ ଉପକରଣ ଏବଂ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଇସ୍ରାଏଲ୍‌ ସ୍ବତନ୍ତ୍ର ପଦକ୍ଷେପ ଆପଣାଇବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଘଚି ପୂର୍ବରୁ ସୂଚନା ଦେଇଥିବା ଆଇଏଇଏ ମୁଖ୍ୟ ରାଫେଲ ଗ୍ରୋସି ଏହାର ଗଭର୍ନର ବୋର୍ଡକୁ ସୋମବାର କହିଛନ୍ତି।
ଇରାନର ଆକ୍ରମଣ ପରେ ଇସ୍ରାଏଲୀ ସେନା ତେହରାନରେ ଥିବା ଦୁର୍ଦ୍ଧର୍ଷ ଏଭିନ୍‌ ଜେଲ ଉପରେ ଆକ୍ରମଣ କରିବା ସହ ରିଭଲ୍ୟୁଶନାରି ଗାଡର୍‌ସର ସୁରକ୍ଷା ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଆକ୍ରମଣ ପାଇଁ ଇରାନର ଏକଚ୍ଛତ୍ରବାଦୀ ଶାସକ ଦଣ୍ଡିତ ହେବେ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଇରାନ ସୋମବାରର ଆକ୍ରମଣକୁ ଅପରେଶନ ଟ୍ରୁ ପୋମିଜ୍‌-୩ ବୋଲି କହିଛି। ଏହା ଇସ୍ରାଏଲ୍‌ର ହାଇଫା ଏବଂ ତେଲ୍‌ ଆଭିଭ୍‌କୁ ଟାର୍ଗେଟ କରିଥିବା ଇରାନ ସରକାରଙ୍କ ଟେଲିଭିଜନରେ ପ୍ରସାରିତ ଖବରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri