ଇରାନ ପ୍ରତିରକ୍ଷା ମୁଖ୍ୟାଳୟରେ ଇସ୍ରାଏଲର ଆକ୍ରମଣ

ଦୁବାଇ,୧୬ା୬: ଇରାନର ଘାତକ ଆକ୍ରମଣ ପରେ ଇସ୍ରାଏଲ୍‌ ରବିବାର କ୍ରମାଗତ ତୃତୀୟ ଦିନ ପାଇଁ ତେହରାନ ଉପରେ ଜୋର୍‌ଦାର ଆକ୍ରମଣ କରିଛି। ଇରାନର ଶକ୍ତି ଶିଳ୍ପ ଏବଂ ତେହରାନରେ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖ୍ୟାଳୟକୁ ଟାର୍ଗେଟ କରି ଇସ୍ରାଏଲୀ ସେନା ଆକ୍ରମଣ କରିଥିବାବେଳେ ତେହରାନ୍‌ର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ରବିବାର ସୁଦ୍ଧା ଇସ୍ରାଏଲ୍‌ ଆକ୍ରମଣରେ ଇରାନରେ ଅନୂ୍ୟନ ୪୦୬ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୬୫୪ ଜଣ ଆହତ ହୋଇଥିବା ଏକ ମାନବାଧିକାର ସଂଗଠନ କହିଛି। ଇସ୍ରାଏଲ୍‌ର ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଇରାନକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ରବିବାର ଚେତାବନୀ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଆକ୍ରମଣ ଜାରି ରହିଥିବାରୁ ଆମେରିକା ସହ ଇରାନର ଆଣବିକ ଆଲୋଚନା ବାତିଲ ହୋଇଛି। ଗତ ମାସରେ ବାଣିଜ୍ୟ ଥୋପ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି କରାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଥିଲାବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ଅନୁରୂପ ଡିଲ୍‌ କରିପାରିବେ ବୋଲି ରବିବାର ଦାବି କରିଛନ୍ତି।
ଇସ୍ରାଏଲ୍‌ ‘ଅପରେଶନ ରାଇଜିଂ ଲାୟନ’ ନାମରେ ଶୁକ୍ରବାର ଅଚାନକ ଇରାନର ଆଣବିକ ସ୍ଥଳ ଓ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ଜୋର୍‌ଦାର ଆକ୍ରମଣ କରିବାରୁ ଏହାର ସେନାମୁଖ୍ୟଙ୍କ ସମେତ କେତେଜଣ ଶୀର୍ଷ ଜେନେରାଲ ଏବଂ ଆଣବିକ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଇସ୍ରାଏଲ୍‌ ଉପରେ ଶତାଧିକ ଡ୍ରୋନ୍‌ ଏବଂ ମିଶାଇଲ ମାଡ଼ କରିଥିଲା। ପରେ ଇସ୍ରାଏଲ୍‌ ଇରାନର ୨ଟି ତୈଳ ବିଶୋଧନାଗାର ଉପରେ ଆକ୍ରମଣ କରିଛି। ଇରାନର ବୁଶେର ପ୍ରଦେଶର ସାଉଥ୍‌ ପାର୍ସରେ ରହିଥିବା ବିଶ୍ୱର ସର୍ବବୃହତ୍‌ ଗ୍ୟାସ୍‌ ଫିଲ୍ଡରେ ଶନିବାର ଇସ୍ରାଏଲ୍‌ ଡ୍ରୋନ୍‌ ଆକ୍ରମଣ କରିବାରୁ ଏକ ପ୍ରୋସେସିଂ ୟୁନିଟ୍‌ରେ ନିଆଁ ଲାଗିଯାଇଛି। ଫଳରେ ସେଠାରୁ ଉତ୍ପାଦନ ଆଂଶିକ ବନ୍ଦ ରହିଛି।
ଇସ୍ରାଏଲ୍‌ ଇସ୍‌ଲାମିକ ରିପବ୍ଲିକ୍‌ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ ଆମେ ଆକ୍ରମଣ କରିବୁ ନାହିଁ ବୋଲି ରବିବାର ତେହରାନ କହିଛି। ଶନିବାର ରାତିରୁ ଇସ୍ରାଏଲ୍‌ ଉପରେ ଇରାନ ଶତାଧିକ ମିଶାଇଲ ମାଡ଼ କରିଥିଲା। ଏଥିରେ ଅନୂ୍ୟନ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦୦ ଜଣ ଆାହତ ହୋଇଥିବା ଇସ୍ରାଏଲ୍‌ ଜରୁରୀ ସେବା ବିଭାଗ କହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍‌ କହିଛି, ଇରାନ ଅଣୁଅସ୍ତ୍ର ବିକାଶ ବନ୍ଦ କରିବା ଆମେ ଚାହୁଁ। ଆମେରିକା ରାଷ୍ଟ୍ରପତି ଇସ୍ରାଏଲ୍‌ର ସାମରିକ କାର୍ଯ୍ୟାନୁଷ୍ଠାନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଇରାନ ଯଦି ଆଣବିକ ଚୁକ୍ତିନାମା ପାଇଁ ରାଜି ହୁଏ, ତେବେ ଆଉ ଧ୍ୱଂସଲୀଳା ହେବ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri