ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଲୋଡ଼ା

ସାରା ଜଗତର ପାଳନକର୍ତ୍ତା ପ୍ରଭୁ ଜଗନ୍ନାଥ ଓଡ଼ିଶାରେ କୋଉ ଆଦିମ କାଳରୁ ପୂଜା ପାଇଆସୁଛନ୍ତି । ବାର ଶହ ଶତାବ୍ଦୀରେ ନିର୍ମିତ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରିବେଶ ଭାରତ ଓ ଭାରତ ବାହାରେ ଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଥାଏ। ଆଜି ପ୍ରତ୍ୟେକ ଭାରତୀୟ ଜଗନ୍ନାଥଙ୍କୁ ଜୀବନରେ ଥରେ ଦର୍ଶନ କରିବା ପାଇଁ ଅଭିଲାଷ ରଖିଥା’ନ୍ତି। ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜାତିର ଆଧ୍ୟାତ୍ମିକ ବିକାଶ, ଶୌର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ, ନୌବାଣିଜ୍ୟ, ଓଡ଼ିଶାର ସାଂସ୍କୃତିକ ଓ ଆର୍ଥିକ ବିକାଶ ପାଇଁ ଯୁଗ ଯୁଗ ଧରି ପ୍ରେରଣା ଦେଇ ଆସିଛି। ଓଡ଼ିଶୀ ଚିତ୍ର ଓ ନୃତ୍ୟ ଜଗନ୍ନାଥଙ୍କର ଅତି ପ୍ରିୟ ବସ୍ତୁ ମଧ୍ୟରେ ଗଣାଯାଏ। ଆଜି ଓଡ଼ିଶୀ ନୃତ୍ୟ ପରମ୍ପରା, ଗୋଟିପୁଅ ନୃତ୍ୟ ଓ ଓଡ଼ିଶୀ ଚିତ୍ରକଳା ପୁରୀରୁ ପ୍ରାୟ ଲୋପ ପାଇବାକୁ ବସିଲାଣି। ଓଡ଼ିଶାର ଚିତ୍ର ଶିଳ୍ପୀମାନେ ପୁରୀ ମନ୍ଦିରରେ ଥିବା ବିଭିନ୍ନ ଦେବଦେବୀଙ୍କ ମନ୍ଦିରରେ ହୋଇଥିବା ଉଚ୍ଚକୋଟୀର ଓଡ଼ିଶୀ ଚିତ୍ରକୁ ନିରୀକ୍ଷଣ କରି ଏହାକୁ ବିଭିନ୍ନ ଗ୍ରେଡ୍‌ ମାଧ୍ୟମରେ ପୁନଃ ପ୍ରସ୍ତୁତ କରିଥାନ୍ତି। ଆଜି ଏହି ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ଚିତ୍ରକୁ ମନ୍ଦିର କାନ୍ଥରେ ଆଉ ଦେଖିବାକୁ ମିଳୁନାହିଁ। ଏହି ଚିତ୍ରଗୁଡ଼ିକୁ ଅଭିଜ୍ଞ ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗର ବ୍ୟବହାର କରି ମରାମତି କରାଯାଇପାରିଥାନ୍ତା। ଆଜି ଅନେକ କୋଟି ଟଙ୍କା ଖର୍ଚ୍ଚ କଲେ ମଧ୍ୟ ପୂର୍ବରୁ ହୋଇଥିବା ଏହି ଓଡ଼ିଶୀଚିତ୍ରକୁ ତିଆରି କରିବା କଷ୍ଟକର।
ମନ୍ଦିର ପାଦଦେଶରେ ହୋଇଥିବା ଅତି ସୂକ୍ଷ୍ମ ପୌରାଣିକ, ସାମାଜିକ, ସାମରିକ, ପାରିବାରିକ ଓ ସାଂସ୍କୃତିକ ବିଷୟବସ୍ତୁଗୁଡ଼ିକ ଦୁଇ ଇଞ୍ଚରୁ ଛ’ ଇଞ୍ଚ ଉଚ୍ଚତା ଭିତରେ ଅତି ନିଖୁଣ ଭାବରେ ପଥର କାନ୍ଥରେ ଖୋଦେଇ କରାଯାଇଛି। ଅଦ୍ଭୁତ ଓ ଅନନ୍ୟ ଏହି ଉତ୍କଳୀୟ ଶିଳ୍ପୀ ପରମ୍ପରା। ମନ୍ଦିର ପାଦଦେଶରେ ହୋଇଥିବା ଅତି ଛୋଟ ଛୋଟ କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତିଗୁଡ଼ିକର ଆକାର ମନ୍ଦିରର ଉପରକୁ ଉପରକୁ ଆକାରରେ ବଡ଼ ହେଉଥିବାର ଦେଖିବାକୁ ମିଳୁଛି। ଦେବ, ଦେବୀ, ମନୁଷ୍ୟ, ସାମାଜିକ, ସାଂସ୍କୃତିକ, ସମର ଅଭିଯାନ, ରାଜକାର୍ଯ୍ୟ, ପୂଜା ପଦ୍ଧତି, ରୀତି, ନୀତି, ପୁଷ୍ପ, ଲତା, ଗଛ, ପଶୁ, ପକ୍ଷୀ, ବିଭିନ୍ନ ପ୍ରକାରର ବସ୍ତ୍ର, ଅଳଙ୍କାର ଓ ଉପାସନା ପଦ୍ଧତି ଇତ୍ୟାଦି ସତେ ଯେପରି ଜୀବିତ ଅଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର କେବଳ ଜଗନ୍ନାଥ କିମ୍ବା କଳ୍‌କି ଅବତାରଙ୍କ ଆବାସ ସ୍ଥଳୀ ନୁହେଁ। ଏହା ପ୍ରାଚୀନ ଉତ୍କଳୀୟମାନଙ୍କର ଉନ୍ନତ ସାମାଜିକ, ସାଂସ୍କୃତିକ, ସାମରିକ, ଅର୍ଥନୈତିକ ଓ ପାରିବାରିକ ଜୀବନର ଏକ ପ୍ରତିବିମ୍ବ।
ଦୁଃଖର କଥା, ଏହି ବିଶ୍ୱପ୍ରସିଦ୍ଧ କାରୁକାର୍ଯ୍ୟ ଆଉ ସୁରକ୍ଷିତ ଲାଗୁନାହିଁ। ଅନେକ ଜାଗାରେ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର କାନ୍ଥଗୁଡିକ ସିମେଣ୍ଟ ପଲସ୍ତରା ହେଲା ଭଳି ଦେଖାଯାଉଛି। ମହାଲକ୍ଷ୍ମୀ ମନ୍ଦିର କାନ୍ଥରେ ଲଗାଯାଇଥିବା କେତୋଟି ନିମ୍ନମାନର ନୂତନ ମୂର୍ତ୍ତି ମନ୍ଦିରର ଶୋଭାକୁ ନଷ୍ଟ କରିଦେଲା ଭଳି ଲାଗେ। ଓଡ଼ିଶା ସରକାର ତୁରନ୍ତ ଅଭିଜ୍ଞ ପ୍ରତ୍ନତତ୍ତ୍ବବିତ୍‌ ଓ ଗବେଷକଙ୍କ ଦ୍ୱାରା ଏହାର ସମ୍ପୂର୍ଣ୍ଣ ଯାଞ୍ଚ କରିବା ଦରକାର। କୌଣସି ବିଶେଷ କାରଣରୁ ମନ୍ଦିର ବାହାରକୁ ସ୍ଥାନାନ୍ତରିତ ହୋଇଥିବା ମୂର୍ତ୍ତି କିମ୍ବା କାରୁକାର୍ଯ୍ୟପୂର୍ଣ୍ଣ ପ୍ୟାନେଲଗୁଡ଼ିକ ତୁରନ୍ତ ପୁନଃ ସ୍ଥାପନ କରାଯିବା ଦରକାର। ପୁରୀ ଜଗନ୍ନାଥ ମନ୍ଦିରର ପ୍ରକୃତ ରକ୍ଷକ ହେଲେ ଜଗନ୍ନାଥଙ୍କ ସେବକମାନେ।
ଆଜି ମଧ୍ୟ ଜଗନ୍ନାଥ ମନ୍ଦିରରେ ଅନେକ ବରିଷ୍ଠ, ନିଷ୍ଠାପର ଓ ସଚ୍ଚୋଟ ସେବକ ଶ୍ରୀମନ୍ଦିରର ପ୍ରତିଷ୍ଠା ଓ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିଛନ୍ତି। ଯୁବପିଢ଼ି ଏହି ବରିଷ୍ଠ ଓ ନିଷ୍ଠାପର ସେବକମାନଙ୍କ ମାର୍ଗ ଦର୍ଶନରେ ପରିଚାଳିତ ହେଲେ ପୁରୀର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପରିବେଶରେ ଅନେକ ସୁଧାର ହେବ। ଏହା ପୁରୀର ସ୍ଥାୟୀ ବାସିନ୍ଦାଙ୍କ ପାଇଁ ଅନେକ ରୋଜଗାର ସୃଷ୍ଟି କରିବ। ସ୍ଥାୟୀ ବାସିନ୍ଦାମାନେ ପୁରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାରେ ଓ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଯୁଗ ଯୁଗ ଧରି ଅନେକ ବଳିଦାନ ଦେଇଆସିଛନ୍ତି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ପୁରୀରେ ଥିବା ଜାଗା ଘର, ଓଡ଼ିଶୀ ଚିତ୍ର ଓ ନୃତ୍ୟ ପରମ୍ପରା, ପଥର କାମ, ଖଡ଼ିପଥର କାମ ଓ ସୋଲ କାମ ପରମ୍ପରା ଇତ୍ୟାଦି ସକ୍ରିୟ ହେବା ଦରକାର।
ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ପରି ଜଗନ୍ନାଥ ମନ୍ଦିରରେ ଭି.ଆଇ.ପି. ସଂସ୍କୃତି ନ ଥିଲା। ଏହି ବିଶେଷ ଭି.ଆଇ.ପି. ସୁବିଧାର ଫାଇଦା ଅନେକ ଅଣ-ଭି.ଆଇ.ପି. ମଧ୍ୟ ଉଠାଉଛନ୍ତି। ସରକାର ଓ ମନ୍ଦିର କର୍ତ୍ତୃପକ୍ଷ ଏହି ସୁବିଧାକୁ ତୁରନ୍ତ ରଦ୍ଦ କରିଦେବା ଉଚିତ। କାରଣ ଏହି ଭି.ଆଇ.ପି. ସୁବିଧା ଯୁଗ ଯୁଗରୁ ଗଡ଼ି ଆସୁଥିବା ଜଗନ୍ନାଥ ସଂସ୍କୃତିର ସମାନତା, ଭାବ ଓ ଭକ୍ତି ପରିବେଶକୁ ନଷ୍ଟ କରିଦେଲା ଭଳି ଲାଗେ। ପ୍ରକୃତ ଭକ୍ତି ଥିଲେ ଭି.ଆଇ.ପି. ଭକ୍ତ ପ୍ରାତଃ କାଳ କିମ୍ବା ରାତି ୯ଟା ପରେ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ। ତୀର୍ଥକ୍ଷେତ୍ର ପୁରୀକୁ ବ୍ୟବସାୟୀକରଣ କରା ନ ଯାଇ ଏହି ସହରର ଆର୍ଥିକ ଗତିବିଧିକୁ ସୁରକ୍ଷିତ ରଖାଯାଇପାରିବ। କାରଣ ଅତ୍ୟଧିକ ବ୍ୟବସାୟୀକରଣ ଅନେକ ସୂକ୍ଷ୍ମ ଆର୍ଥିକ ଗତିବିଧିକୁ ନଷ୍ଟ କରିଦେଇଥାଏ।
ଏହା ଲୋଭରେ ପଡ଼ି ସୁନାଅଣ୍ଡା ଦେଉଥିବା କୁକୁଡ଼ାକୁ ମାରିଦେଲା ପରି ହୋଇଥାଏ।
ପୁରୀରେ ତିଆରି ହେଉଥିବା ବିଭିନ୍ନ କିସମ ମିଠାଗୁଡ଼ିକର ଗୁଣବତ୍ତା, ସହରର ସ୍ବଚ୍ଛତା, ଆଧ୍ୟାତ୍ମିକ ପରିବେଶ, ହସ୍ତଶିଳ୍ପ ପରମ୍ପରା ଓ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ସ୍ଥାନୀୟ ଲୋକଙ୍କ ପାଇଁ ଅନେକ ରୋଜଗାର ସୃଷ୍ଟି କରିବ। କେତେଜଣ ଏଜେଣ୍ଟ ଯାତ୍ରୀମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଉଥିବାର ଦେଖିବାକୁ ମିଳୁଛି। ମନ୍ଦିର ଦ୍ୱାରଗୁଡ଼ିକରେ ଉତ୍ତମ ପୋଲିସ କର୍ମଚାରୀ ମୁତୟନ କରାଗଲେ ଏହି ପ୍ରକ୍ରିୟା ବନ୍ଦ ହୋଇପାରିବ। ମନ୍ଦିର ପ୍ରଶାସନ ପୁରୀର ସ୍ଥାନୀୟ ଲୋକଙ୍କୁ ପ୍ରବେଶ ପାସ ବିତରଣ କଲେ ସେମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ଉତ୍ତର, ଦକ୍ଷିଣ କିମ୍ବା ପଶ୍ଚିମ ଦ୍ୱାର ବାଟେ ଯାଇ ଜଗନ୍ନାଥ ଦର୍ଶନ କରିପାରିବେ। ପର୍ବପର୍ବାଣି ଦିନଗୁଡ଼ିକରେ ମନ୍ଦିରରେ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇ ପାରିବ। ମନ୍ଦିର ଭିତରେ ଓ ବାହାରେ ଯେପରି କୌଣସି ଶ୍ରଦ୍ଧାଳୁ ଦୁର୍ବ୍ୟବହାରର ଶିକାର ନ ହୁଅନ୍ତି, ସେଥିପାଇଁ ପ୍ରଶାସନ କଡ଼ା ନଜର ରଖିବା ଉଚିତ। ପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରର ପ୍ରତିଷ୍ଠା ଓଡ଼ିଶା ତଥା ଓଡ଼ିଶା ବାହାରେ ଯେପରି ଅକ୍ଷୁଣ୍ଣ ରହେ, ସେଥିପାଇଁ ସମସ୍ତ ପଦକ୍ଷେପ ନେବା ଉଚିତ। ଜଗନ୍ନାଥଙ୍କ ବରିଷ୍ଠ ସେବକମାନେ, ମନ୍ଦିର ପ୍ରଶାସନ, ପୁରୀର ସ୍ଥାୟୀ ବାସିନ୍ଦା, ବୁଦ୍ଧିଜୀବୀ, ସରକାର, ସାହି ମୁରବି ଓ ଧାର୍ମିକ ସଂସ୍ଥାମାନେ ଏକଜୁଟ ହୋଇ ଜଗନ୍ନାଥ ସଂସ୍କୃତିର ସୁରକ୍ଷା କରିବା ନିହାତି ଦରକାର। କାରଣ ଏହି ସଂସ୍କୃତିର ଅବକ୍ଷୟ ହେଲେ ଏହା କେବଳ ପୁରୀ ନୁହେଁ, ସାରା ଓଡ଼ିଶାକୁ ପ୍ରାଣଶୂନ୍ୟ କରିଦେବ।

ସୁଧାଂଶୁ ରଞ୍ଜନ ଦାସ
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?