ଏଲନ ମସ୍କଙ୍କୁ ଚେତାବନୀ ଦେଲା ଇସ୍ରାଏଲ,ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ରୁହ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୯।୧୦: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ନିକଟରେ ଯୁଦ୍ଧର ବିପଦର ସମ୍ମୁଖୀନ ହେଉଥିବା ଗାଜା ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ ସୁବିଧା ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଇସ୍ରାଏଲ ଏଲନ ମସ୍କଙ୍କୁ ଚେତାବନୀ ଦେଇଛି ଏବଂ କହିଛି ଯଦି ମସ୍କ ଏହା କରେ ତେବେ ଇସ୍ରାଏଲ ମସ୍କଙ୍କର କମ୍ପାନୀ ଷ୍ଟାରଲିଙ୍କ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବ। ଇସ୍ରାଏଲ ଏହା ମଧ୍ୟ କହିଛି ହମାସ ବିରୋଧରେ ଲଢ଼େଇରେ ଏହା ସମସ୍ତ ଉପାୟ ବ୍ୟବହାର କରିବ। ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଇସ୍ରାଏଲ କହିଛି।

ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟରେ ମସ୍କ ଲେଖିଛନ୍ତି ଗାଜାରେ ଉପସ୍ଥିତ ଥିବା ସମସ୍ତ ଅନ୍ତର୍ଜାତୀୟ ସ୍ତରରେ ପଞ୍ଜୀକୃତ ସହାୟତା ସଂଗଠନକୁ ଷ୍ଟାରଲିଙ୍କ ଯୋଗାଯୋଗ ସୁବିଧା ଯୋଗାଇବ। ମସ୍କଙ୍କ ଘୋଷଣା ଦ୍ୱାରା ଇସ୍ରାଏଲ କ୍ରୋଧିତ ହୋଇଥିଲା। ମସ୍କଙ୍କ ପୋଷ୍ଟକୁ ଜବାବ ଦେଇ ଇସ୍ରାଏଲର ଯୋଗାଯୋଗ ମନ୍ତ୍ରୀ ଶୋଲୋମୋ କାରହି ସୋସିଆଲ ମିଡିଆରେ ଲେଖିଛନ୍ତି ଏହି ଯୁଦ୍ଧରେ ଇସ୍ରାଏଲ ସମସ୍ତ ଉପାୟ ବ୍ୟବହାର କରିବ। ଆତଙ୍କବାଦୀ ଘଟଣାରେ ହମାସ ଷ୍ଟାରଲିଙ୍କ ଯୋଗାଯୋଗ ସୁବିଧା ବ୍ୟବହାର କରିପାରିବ। ଏଥିରେ କୌଣସି ସନ୍ଦେହ ନାହିଁ ଏହା କରାଯିବ ଏବଂ ମସ୍କ ମଧ୍ୟ ଏହା ଜାଣନ୍ତି । ହମାସ ହେଉଛି ଆଇଏସ। ଆମର ସମସ୍ତ ଅପହରଣ ହୋଇଥିବା ଶିଶୁ, ଝିଅ ଏବଂ ବୃଦ୍ଧ ଲୋକଙ୍କୁ ମୁକ୍ତ କରିବା ବଦଳରେ ମସ୍କ ଯୋଗାଯୋଗ ସୁବିଧା ଯୋଗାଇବାର ସର୍ତ୍ତ ରଖୁଛନ୍ତି। ଯଦି ମସ୍କ ଏହା କରନ୍ତି ତେବେ, ଆମ ଅଫିସ ଷ୍ଟାରଲିଙ୍କ କମ୍ପାନୀ ସହିତ ସମସ୍ତ ସମ୍ପର୍କ ଭାଙ୍ଗିବ ।

ଗାଜା ଷ୍ଟ୍ରିପରେ ଇସ୍ରାଏଲ ଗ୍ରାଉଣ୍ଡ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହାପୂର୍ବରୁ ଇସ୍ରାଏଲ ଗାଜା ଷ୍ଟ୍ରିପରେ ବିଦ୍ୟୁତ, ଇଣ୍ଟରନେଟ ଏବଂ ଯୋଗାଯୋଗ ସୁବିଧା ବନ୍ଦ କରି ଦେଇଛି। ଏହି କାରଣରୁ ଗାଜା ଷ୍ଟ୍ରିପରେ ରହୁଥିବା ୨୩ ଲକ୍ଷ ଜନସଂଖ୍ୟା ମଧ୍ୟରେ ଯୋଗାଯୋଗ ନଷ୍ଟ ହୋଇଯାଇଛି। ଇସ୍ରାଏଲର ଏହି ପଦକ୍ଷେପକୁ ମଧ୍ୟ ସମାଲୋଚନା କରାଯାଉଛି। ଗାଜାରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସାମାଜିକ ସଂଗଠନ ଏବଂ ଗଣମାଧ୍ୟମମାନେ ଇଣ୍ଟରନେଟ ଏବଂ ଯୋଗାଯୋଗ ବନ୍ଦ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ, ଏଲନ ମସ୍କ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ ମାଧ୍ୟମରେ ଗାଜାରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକୁ ସଂଯୋଗ ସୁବିଧା ଯୋଗାଇବାକୁ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri