ସିରିଆରେ ଇସ୍ରାଏଲ୍‌ର ବୋମା ବର୍ଷା

ଡମାସ୍‌କସ୍‌,୧୦ା୧୨: ସିରିଆରେ ବଶର ଅଲ୍‌-ଅସାଦ୍‌ ସରକାର କ୍ଷମତାଚ୍ୟୁତ ହେବା ପରେ ଇସ୍ରାଏଲ୍‌ର ଯୁଦ୍ଧବିମାନଗୁଡ଼ିକ ସୋମବାର ରାତିରୁ ଡମାସ୍‌କସ୍‌ ସମେତ ସାରା ଦେଶରେ ପ୍ରବଳ ବୋମାମାଡ଼ ଜାରି ରଖିଛନ୍ତି। ଯୁଦ୍ଧବିମାନଗୁଡ଼ିକ ରାଜଧାନୀ ଡମାସ୍‌କସ୍‌ର ପାଖାପାଖି ୨୫ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ ବୋଲି ସିରିଆ ଗୃହଯୁଦ୍ଧ ପର୍ଯ୍ୟବେକ୍ଷଣକାରୀ ସଂସ୍ଥା କହିଛି। ତେବେ ଡମାସ୍‌କସ୍‌ ଅଭିମୁଖେ ଯିବା ଖବରକୁ ଇସ୍ରାଏଲ୍‌ ଖଣ୍ଡନ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସୋମବାର ରାତି ଓ ମଙ୍ଗଳବାର ଡମାସ୍‌କସ୍‌ରେ ବୋମାମାଡ଼ର ଶବ୍ଦ ଶୁଣିବାକୁ ମିଳିଛି। ଏଥିରେ ମିଶାଇଲ୍‌ ଲଞ୍ଚର, ହେଲିକପ୍ଟର ଏବଂ ଯୁଦ୍ଧବିମାନ ଧ୍ୱଂସ ହୋଇଥିବାର ଫଟୋ ଅନ୍‌ଲାଇନ୍‌ରେ ଘୂରିବୁଲୁଛି। ତେବେ ଡମାସ୍‌କସ୍‌କୁ ଦଖଲ କରିଥିବା ସିରିଆର ବିଦ୍ରୋହୀ ଉଗ୍ରପନ୍ଥୀ ସଂଗଠନ ହୟାତ୍‌ ତହରିର ଅଲ୍‌-ଶାମ (ଏଚ୍‌ଟିଏସ୍‌) ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

୧୯୭୩ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଇସ୍ରାଏଲ୍‌ ସିରିଆ ଭିତରେ ୪୦୦ ବର୍ଗ କିଲୋମିଟର ବଫର ଜୋନ୍‌କୁ ଅକ୍ତିଆର କରିଥିଲା। ସିରିଆ ରାଷ୍ଟ୍ରପତି ଅସାଦ କ୍ଷମତାଚୂ୍ୟତ ହେବା ପରେ କୌଣସି ଆକ୍ରମଣ ରୋକିବା ପାଇଁ ଇସ୍ରାଏଲ୍‌ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଅନ୍ୟପକ୍ଷରେ ସିରିଆ ପାଖରେ ଥିବା ରାସାୟନିକ ଏବଂ ଓଜନଦାର ଅସ୍ତ୍ରଶସ୍ତ୍ର ଯେପରି ଆତଙ୍କବାଦୀଙ୍କ ହାତରେ ନ ପଡେ, ସେଥିପାଇଁ ସେଠାର ସନ୍ଦିଗ୍ଧ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ଇସ୍ରାଏଲ୍‌ କହିଛି। ଯୁଦ୍ଧ ସମୟରେ ସୁରକ୍ଷା ଆଳରେ ପଡୋଶୀ ଅଞ୍ଚଳକୁ ଦଖଲ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଜ ଅକ୍ତିଆରରେ ରଖିବାର ଦୀର୍ଘ ଇତିହାସ ଇସ୍ରାଏଲ୍‌ର ରହିଛି। ୧୯୬୭ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏହି ଦେଶ ସିରିଆର ଗୋଲାନ ହାଇଟ୍‌କୁ ଦଖଲ କରିବା ସହ ଏହାକୁ ଅନ୍ତର୍ଜାତୀୟ ସ୍ବୀକୃତି ନ ମିଳିବା ପାଇଁ ଅକ୍ତିଆର କରି ରଖିଥିଲା।

ସିରିଆରେ ପାଖାପାଖି ୧୪ ବର୍ଷ ହେଲା ଗୃହଯୁଦ୍ଧ ଚାଲିଥିବାବେଳେ ବ୍ରିଟେନରେ ଥିବା ସିରିଆ ଅବ୍‌ଜରଭେଟୋରୀ ଫର୍‌ ହ୍ୟୁମାନ ରାଇଟ୍ସ ଏହା ଉପରେ ତୀକ୍ଷ୍ଣ ନଜର ରଖିଆସିଛି। ଅସାଦ ସରକାରର ପତନ ପରେ ଇସ୍ରାଏଲ୍‌ ସିରିଆରେ ୩୦୦ରୁ ଅଧିକ ଥର ଏୟାରଷ୍ଟ୍ରାଇକ୍‌ କରିଥିବା ଉକ୍ତ ଅବ୍‌ଜରଭେଟୋରି ପକ୍ଷରୁ କୁହାଯାଇଛି। ଇସ୍ରାଏଲ୍‌ର ଆକ୍ରମଣକୁ ତୁର୍କୀ, ଇଜିପ୍ଟ, କାତାର ଏବଂ ସାଉଦି ଆରବ ନିନ୍ଦା କରିଛନ୍ତି। ଏଭଳି ଆକ୍ରମଣ ସିରିଆରେ ସୁରକ୍ଷା ବ୍ୟବସ୍ଥା ଫେରାଇ ଆଣିବା ସୁଯୋଗକୁ ନଷ୍ଟ କରିଦେବ ବୋଲି ସାଉଦି ଆରବ କହିଛି। ସିରିଆରେ ଅନେକ ଦିନ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍‌ କହିଥିବାବେଳେ ସେପଟେ ସେଠାର ଦ୍ୱନ୍ଦ୍ୱରେ ହସ୍ତକ୍ଷେପ କରିବ ନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦକୁ କହିଛି। କେବଳ ନିଜର ସୁରକ୍ଷା ପାଇଁ ସୀମିତ ଏବଂ ଅସ୍ଥାୟୀ ପଦକ୍ଷେପ ନିଆଯାଉଥିବା ଜେରୁଜେଲମ୍‌ ପକ୍ଷରୁ କୁହାଯାଇଛି।

ଅସାଦ ସରକାରଙ୍କ ପତନ ପରେ ଡମାସ୍‌କସ୍‌ରେ ଉତ୍ସବ ଜାରି ରହିଥିବାବେଳେ ସାଲ୍‌ଭେଶନ ସରକାରଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରଧାନମନ୍ତ୍ରୀ ମହମ୍ମଦ ଜଲାଲି ରାଜି ହୋଇଛନ୍ତି। ପୂର୍ବରୁ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିବା ଉତ୍ତରପଶ୍ଚିମ ସିରିଆର କେତେକ ଅଞ୍ଚଳରେ ଏହି ସରକାର ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?