ଇସ୍ରାଏଲ ଗଢ଼ିଲା ଏକତା ସରକାର

ଜେରୁଜେଲମ୍‌/ଗାଜା ସିଟି,୧୨ା୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଓ ଜଣେ ବରିଷ୍ଠ ବିରୋଧୀ ନେତା ବୁଧବାର ଯୁଦ୍ଧକାଳୀନ ଏକତା ସରକାର ଗଠନ ପାଇଁ ସହମତି ପ୍ରକାଶ କରିଛନ୍ତି। ଯୁଦ୍ଧରେ ୨,୨୦୦ରୁ ଊର୍ଦ୍ଧ୍ୱ ଲୋକ ନିହତ ହୋଇଥିବାବେଳେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ବିରୋଧରେ ଚାଲିଥିବା ଅପରେଶନ୍‌କୁ ଏହି ୟୁନିଟି ଗଭର୍ନମେଣ୍ଟ ଅନୁଧ୍ୟାନ କରିବ।
ଯୁଦ୍ଧ ଉଦ୍ୟମକୁ ବଳ ଦେବା ଲାଗି ପୂର୍ବରୁ ଜରୁରିକାଳୀନ ଏକତା ସରକାରରେ ନିଃସର୍ତ୍ତ ସାମିଲ ହେବା ନେଇ ନ୍ୟାଶନାଲ ୟୁନିଟି ପାର୍ଟି ନେତା ବେନ୍ନି ଗାଣ୍ଟ୍‌ଜ ସଙ୍କେତ ଦେଇଥିଲେ। ବୁଧବାର ସେ ନେତାନ୍ୟାହୁଙ୍କ ସହ ଏକ ମିଳିତ ବିବୃତିରେ ସମାନ କଥା ଦୋହରାଇଛନ୍ତି। ଅତୀତରେ ପ୍ରତିରକ୍ଷା ମନ୍ତ୍ରୀ ଓ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଏଫ୍‌ଡି) ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବେନ୍ନି କହିଛନ୍ତି, ସେମାନେ ଏକ ୫ ଜଣିଆ ‘ଯୁଦ୍ଧ-ପରିଚାଳନା’ କ୍ୟାବିନେଟ୍‌ ଗଠନ କରିବେ। ସେଥିରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗଲ୍ଲାଣ୍ଟ, ୨ ଜଣ ଶୀର୍ଷ ଅଧିକାରୀ ଏବଂ ସେ ନିଜେ ସଦସ୍ୟ ରୂପେ ରହିବେ। ମୁଖ୍ୟ ବିରୋଧୀ ନେତା ୟାର ଲାପିଡ୍‌ଙ୍କୁ ମଧ୍ୟ କ୍ୟାବିନେଟ୍‌ରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଯୁଦ୍ଧ ସମୀକ୍ଷା

୧. ୧୯୭୩ର ୟୋମ୍‌ କିପ୍ପୁର ଯୁଦ୍ଧ ସହ ତୁଳନା କଲେ ଇସ୍ରାଏଲୀ ସାମରିକ ବଳର ଗତି ଉଭୟ ସମୟ ଓ ମୁତୟନ କ୍ଷେତ୍ରରେ ଅଧିକ ବିଳମ୍ବିତ ହୋଇଥିବା ମନେହୁଏ। ଇସ୍ରାଏଲ ଭଳି ଏକ ଛୋଟ ଦେଶ ପାଇଁ ଏହା ଅତ୍ୟନ୍ତ ଅସ୍ବାଭାବିକ।
୨. ହମାସ୍‌ ଅନୁପ୍ରବେଶର ମୁକାବିଲା ପାଇଁ ଜବାବ ଦେବାକୁ ଇସ୍ରାଏଲକୁ ଅଧିକ ସମୟ ଲାଗିଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, କୌଣସି ମଣିଷ ଥିବା ଅନୁପ୍ରବେଶ ନିରୋଧୀ ଗ୍ରୀଡ୍‌ ସେଠାରେ ନ ଥିଲା। ଏହା ପ୍ରଥମ ୪-୫ ଘଣ୍ଟାର ଦୟନୀୟ ସ୍ଥିତିକୁ ଦର୍ଶାଉଛି। ସମ୍ପୂର୍ଣ୍ଣ ଅଚଳାବସ୍ଥା ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି।
୩. କୌଣସି ଦେଶ ପାଇଁ ବିଶେଷକରି ସବୁ ସୀମାରେ ଲଢ଼ିଥିବା ଇସ୍ରାଏଲ କ୍ଷେତ୍ରରେ ଏକ ପରିଭାଷିତ ସାମରିକ କ୍ଷେତ୍ରର ସୁରକ୍ଷା କରୁଥିବା ଢାଞ୍ଚାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଅନୁଚିତ, ଯାହାକି ଇସ୍ରାଏଲର ଦକ୍ଷିଣାଞ୍ଚଳରେ ଦେଖିବାକୁ ମିଳିଥିଲା। ଏକ ବ୍ରିଗେଡ୍‌କୁ ଓ୍ବେଷ୍ଟ ବ୍ୟାଙ୍କକୁ ସ୍ଥାନାନ୍ତର କରାଯିବା ଦ୍ୱାରା ଦକ୍ଷିଣ ଇସ୍ରାଏଲ ପ୍ରତିରକ୍ଷାବିହୀନ ହୋଇଯାଇଥିଲା।
୪. ପ୍ରଯୁକ୍ତି ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁ ଅଭେଦ୍ୟ ସୁରକ୍ଷାକୁ ନେଇ ଭୁଲ୍‌ ଧାରଣା ଦେଇଥାଏ। କାରିଗରି ବିଦ୍ୟା ମଣିଷକୁ ଶକ୍ତି ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରେ। କିନ୍ତୁ ପରିଶେଷରେ ମୁହଁାମୁହଁ ସଂଘର୍ଷ ବେଳେ ସାହସୀ ସୈନ୍ୟମାନେ ହିଁ ବିଜୟୀ ହୋଇଥାଆନ୍ତି।
୫. ସେନା ବ୍ୟତୀତ ଅନ୍ୟ କୌଣସି ଅଙ୍ଗ ବା ସଙ୍ଗଠନ ଜନଶକ୍ତି ହ୍ରାସର ଅଧୀନ ନୁହେଁ, ଯାହାକୁ ନାଗରିକ ସର୍ବସ୍ବ ଅନୁଶାସନ ଦ୍ୱାରା ଚୁପ୍‌ କରାଯାଇପାରିବ। ପର୍ଯ୍ୟାପ୍ତ ସାମରିକ ବଳ ମୁତୟନକୁ ନିଜ ନିଜ କ୍ଷେତ୍ର ପାଇଁ ଉତ୍ତରଦାୟୀ କରାଯାଇପାରିବ। କିନ୍ତୁ ସାମରିକ ପ୍ରସ୍ତୁତି ପରିବର୍ତ୍ତେ ମନଲୋଭା ବଜେଟ ଓ ରାଜନୈତିକ ସୁବିଧାବାଦରେ ସନ୍ତୁଳନ ରକ୍ଷା ଉଦ୍ୟମ କରୁଥିବା ତଥା ଅମଲାତନ୍ତ୍ରୀ କଲମ ଚଳାଉଥିବା ନିର୍ବୋଧଙ୍କୁ ଉତ୍ତରଦାୟୀ କରାଯାଇପାରିବ ନାହିଁ।
୬. ଏପରି କି ଗତ ୭ ତାରିଖରେ ହମାସ୍‌ ଆକ୍ରମଣ କରିବାର ପଞ୍ଚମ ଦିନରେ ମଧ୍ୟ ଗାଜାରେ ଇସ୍ରାଏଲ ପକ୍ଷରୁ ଉପଯୁକ୍ତ ଭାବେ ଆକ୍ରମଣ ଆରମ୍ଭ ହୋଇପାରି ନାହିଁ। ସେନ୍ୟ ଓ ଉପକରଣ ଠୁଳ କରିବା ପାଇଁ ଅନେକ ସମୟ ଲାଗିଯାଇଛି। ଫଳରେ ଗାଜାରୁ ନିଜ ସମ୍ପତ୍ତି ଅନ୍ୟତ୍ର ନେବା ପାଇଁ ହମାସ୍‌କୁ ପର୍ଯ୍ୟାପ୍ତ ସମୟ ମିଳିଛି। ଏହାଦ୍ୱାରା ଗାଜା ବାହାରୁ ଆଉ ଦିନେ ଲଢ଼ିବା ପାଇଁ ହମାସ୍‌ ସୁଯୋଗ ପାଇଛି।

ଗାଜାରେ ରକେଟ୍‌ ବର୍ଷା

ଗାଜା ଆକାଶରୁ ମୃତ୍ୟୁ ରୂପରେ ଖସୁଛି ତୁହାକୁ ତୁହା ରକେଟ୍‌। ଇସ୍ରାଏଲ କରୁଛି ବୋମା ବର୍ଷା। ଏଥିରେ ବିଦ୍ୟୁତ୍‌ ସରବରାହ କେନ୍ଦ୍ରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଅନ୍ଧାରରେ ଥିବା ଲୋକେ ପିଇବାକୁ ପାଣି ଓ ଖାଇବାକୁ ଆହାର ନ ପାଇ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଗାଜା ସିଟିର ଭିତ୍ତିଭୂମି ସମ୍ପୂର୍ଣ୍ଣ ଭୁଶୁଡ଼ିପଡ଼ିଛି। ଯୁଦ୍ଧ ପ୍ରଭାବିତମାନେ ଭଗ୍ନାବଶେଷ ତଳେ ନିଜ ଆମତ୍ୀୟଙ୍କୁ ଖୋଜୁଛନ୍ତି। ହମାସ୍‌ ମଧ୍ୟ ଇସ୍ରାଏଲକୁ ଆକ୍ରମଣ ଜାରି ରଖିଛି। ଯୁଦ୍ଧର ପଞ୍ଚମ ଦିନରେ ଇସ୍ରାଏଲୀଙ୍କ ମୃତ୍ୟୁସଂଖ୍ୟା ୧୨୦୦ରେ ପହଞ୍ଚତ୍ଥିବାବେଳେ ଗାଜା ମୃତକଙ୍କ ସଂଖ୍ୟା ୧୧୦୦ ଟପିଛି। ମୃତକଙ୍କ ମଧ୍ୟରେ ୨୨ ଆମେରିକୀୟ ଅଛନ୍ତି। ଅନ୍ୟ ୧୭ ଆମେରିକୀୟଙ୍କ ପତ୍ତା ମିଳୁନାହିଁ ବୋଲି ପରରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି।

ଭାରତର ‘ଅପରେଶନ୍‌ ଅଜୟ’

ଇସ୍ରାଏଲରେ ଫସିଥିବା ଭାରତୀୟମାନଙ୍କୁ ଉଦ୍ଧାରକରି ସ୍ବଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ‘ଅପରେଶନ୍‌ ଅଜୟ’ ଆରମ୍ଭ କରିଛନ୍ତି। ଇସ୍ରାଏଲରେ ବର୍ତ୍ତମାନ ୧୮,୦୦୦ ଭାରତୀୟ ଅଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ସ୍ବତନ୍ତ୍ର ଚାର୍ଟର ଫ୍ଲାଇଟ୍‌ ଓ ଅନ୍ୟ ବ୍ୟବସ୍ଥା କରାଯାଇଛି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏକ୍ସ’ରେ ସୂଚନା ଦେଇଛନ୍ତି।
ଯୁଦ୍ଧ ପ୍ରଭାବିତ ଇସ୍ରାଏଲର ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନିଜ ନାଗରିକମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ ଡେସ୍କ ଖୋଲାଯାଇଛି। ସହାୟତା ପାଇଁ +୯୭୨-୩୫୨୨୬୭୪୮ ଏବଂ +୯୭୨-୫୪୩୨୭୮୩୯୨ ନମ୍ବରକୁ ଭାରତୀୟମାନେ ଫୋନ୍‌ କରିପାରିବେ। ଭାରତୀୟମାନଙ୍କୁ ସତର୍କ ରହି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୁରକ୍ଷା ପ୍ରୋଟୋକଲ ମାନିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri