ହଷ୍ଟେଲରେ ଆଇସୋଲେଶନ ପ୍ରକୋଷ୍ଠ ବାଧ୍ୟ

ଢେଙ୍କାନାଳ ଅଫିସ, ୫।୧୨ – ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟର ୫୬ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହେବା ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି। ଆବାସିକ ବେସରକାରୀ କଲେଜରେ ପାଠପଢ଼ା ସାଙ୍ଗକୁ ସଂକ୍ରମଣ ପ୍ରତିହତ କରିବା ନୂଆ ଚ୍ୟାଲେଞ୍ଜ ପାଲଟିଛି। ଏଭଳି ସ୍ଥଳେ ଜିଲାପାଳ ସରୋଜ କୁମାର ସେଠୀ ଘନଘନ ବୈଠକ କରି ସ୍ଥିତି ଉପରେ ନଜର ରଖିଛନ୍ତି। ଶନିବାର ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ମାଜିଷ୍ଟ୍ରେଟ୍‌ ଭାବେ ଡେପୁଟି କଲେକ୍ଟର ପ୍ରମୋଦ ଦଳବେହେରାଙ୍କ ଉପସ୍ଥିତିରେ ଗଠିତ ସ୍କ୍ବାର୍ଡ ସହରରେ ଥିବା ବିଭିନ୍ନ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନକୁ ଯାଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। କଲେଜ କ୍ୟାମ୍ପସ ସମେତ ଛାତ୍ରାବାସ, ଛାତ୍ରୀନିବାସରେ କୋଭିଡ୍‌ ଗାଇଡ୍‌ ଲାଇନ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହଷ୍ଟେଲ ସମ୍ମୁଖରେ ସୂଚନା ଫଳକ ଲଗାଇବାକୁ କୁହାଯାଇଛି। ପ୍ରତି ହଷ୍ଟେଲରେ ପାଇଖାନା/ବାଥରୁମ୍‌ ସଂଲଗ୍ନ ଆଇସୋଲେଶନ ପ୍ରକୋଷ୍ଠ ବାଧ୍ୟତାମୂଳକ କରାଯାଇଛି। ପ୍ରକୋଷ୍ଠକୁ ଲାଗି ବାଥରୁମ୍‌ କିମ୍ବା ପାଇଖାନା ନ ଥିଲେ, ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବାଦ୍‌ଦେଲେ ମାସ୍କ ପରିଧାନ ବାଧ୍ୟତାମୂଳକ, ହଷ୍ଟେଲ ଓ କଲେଜରେ ସାନିଟାଇଜେଶନ, ସାମାଜିକ ଦୂରତ୍ୱ ରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ଛାତ୍ରୀଛାତ୍ର କୋଭିଡ୍‌ରେ ସଂକ୍ରମଣ ହୋଇଥିବା ଜଣାପଡ଼ିଲେ କଲେଜ କର୍ତ୍ତୃପକ୍ଷ ତୁରନ୍ତ ପ୍ରଶାସନକୁ ଅବଗତ କରାଇବେ। ଏଥିରେ ବ୍ୟତିକ୍ରମ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କଡ଼ା ତାଗିଦ୍‌ କରାଯାଇଛି।
ଶିକ୍ଷାନୁଷ୍ଠାନକୁ ବାଦ୍‌ଦେଲେ ସହରରେ ମଧ୍ୟ ଯାଞ୍ଚ କଡ଼ାକଡ଼ି ହେବ। ବିଶେଷ କରି ବ୍ୟବସାୟିକ ପ୍ରତିଷ୍ଠାନ, ଜନଗହଳିପୂର୍ଣ୍ଣ ସ୍ଥାନ, ହାଟ ବଜାର ଉପରେ ନଜର ରହିବ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତରେ ଉପସ୍ଥିତି ଜାହିର କରିବା ପରେ ତୃତୀୟ ଲହର ଆଶଙ୍କା ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବା ଲାଗି କୋଭିଡ୍‌ ନିୟମ ଅନୁପାଳନ କରିବା, ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲାର ବିଭିନ୍ନ ବ୍ଲକ ଏବଂ ଏନ୍‌ଏସିରେ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri