୯୦୦ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ପଛରେ ଇସଲାମିକ ମୌଳବାଦୀ ନା ବିଦେଶୀ ଶତ୍ରୁ? ମାମଲା ହେଉଛି ଜଟିଳ…

ତେହେରାନ,୬।୩ : ଇରାନରେ ୯୦୦ ରୁ ଅଧିକ ସ୍କୁଲ ଛାତ୍ରୀଙ୍କୁ ଜହର ଦେବା ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ବାସ୍ତବରେ ଏହା ପୂର୍ବରୁ କୁହାଯାଇଥିଲା ଯେ ସ୍କୁଲ ଛାତ୍ରୀମାନଙ୍କ ଜହର ଦେବା ପଛରେ ଇସଲାମିକ ମୌଳବାଦୀମାନେ ଅଛନ୍ତି ଏବଂ ସେମାନେ ଚାହୁଁ ନାହାଁନ୍ତି ଯେ ଝିଅମାନେ ବିଦ୍ୟାଳୟକୁ ଯାଆନ୍ତୁ । ସେଥିପାଇଁ ସେମାନେ ସେମାନଙ୍କୁ ରୋକିବା ପାଇଁ ଜହର ଦେଇଥିଲେ।

ନଭେମ୍ବର ୩୦ ରେ ଇରାନର କୋମ ସହରରେ ସ୍କୁଲ ଛାତ୍ରୀଙ୍କୁ ଜହର ଦେବାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା। ଯେଉଁଥିରେ ପ୍ରାୟ ୫୦ଜଣ ଛାତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ କିଛି ଦିନ ପରେ ଛାତ୍ରୀମାନଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଥିଲା। ତେବେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ଆସିଥିଲା।

ଇରାନର ଗଣମାଧ୍ୟମ ଅନୁଯାୟୀ ଦେଶର ଆଠଟି ପ୍ରଦେଶର ୫୮ ଟି ବିଦ୍ୟାଳୟରେ ଛାତ୍ରୀଙ୍କ ଜହର ଦିଆଯାଇଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଇରାନର ୧୦ ଟି ପ୍ରଦେଶର ୩୦ଟି ବିଦ୍ୟାଳୟରେ ସ୍କୁଲ ଛାତ୍ରୀଙ୍କୁ ଜହର ଦିଆଯାଇଥିଲା। ଇରାନ ସରକାର ପ୍ରଥମେ ଏହାକୁ ଅସ୍ବୀକାର କରିଥିଲେ କିନ୍ତୁ ପରେ ସ୍ବୀକାର କରିଥିଲେ।

ନିକଟରେ ଜେନେଭାରେ ମିଳିତ ଜାତିସଂଘର ମାନବାଧିକାର ବୈଠକରେ ଇରାନର ଏହି ପ୍ରସଙ୍ଗ ଉଠାଯାଇଥିଲା। ଅନେକ ଦେଶ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଇରାନର ଉପ ଶିକ୍ଷା ମନ୍ତ୍ରୀ ଏହା ମଧ୍ୟ ସ୍ବୀକାର କରଥିଲେ ଯେ ଝିଅମାନଙ୍କୁ ସ୍କୁଲ ଯିବାକୁ ରୋକିବା ପାଇଁ କିଛି ଲୋକ ଏପରି କରିଛନ୍ତି। ତେବେ ପରେ ସେ ତାଙ୍କ ବିବୃତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ।

ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଦାବି କରିଛନ୍ତି ଯେ ଲୋକଙ୍କ ମଧ୍ୟରେ ଭୟ ଏବଂ ଅସୁରକ୍ଷିତ ବାତାବରଣ ସୃଷ୍ଟି କରିବା ପାଇଁ ଏହା ଇରାନର ଶତ୍ରୁ ଦେଶମାନଙ୍କର କାମ। ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ ଇରାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ଇରାନର ଜଣେ ବରିଷ୍ଠ ଧର୍ମଗୁରୁ କହିଛନ୍ତି ଯେ ସରକାରଙ୍କ ବିବୃତ୍ତି ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ବିଶ୍ୱସନୀୟତାକୁ ନଷ୍ଟ କରୁଛି। ଏହା ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri