Posted inଖେଳ

ଆଇଏସଏଲ ୨୦୨୦: ଗୋଆ-ମୁମ୍ବାଇ ସିଟି ମୁକାବିଲା

ମାର୍ଗାଓ, ୨୫।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ରେ ବୁଧବାର ଏଫସି ଗୋଆ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ନିକଟରୁ ହାରିଥିବାରୁ ମୁମ୍ବାଇ ସଫଳ ପ୍ରତ୍ୟାବର୍ତ୍ତନ ପଥରେ ରହିଛି। ଅନ୍ୟପକ୍ଷରେ ମ୍ୟାଚର ଅର୍ଦ୍ଧାଧିକ ସମୟ ୦-୨ରେ ପଛୁଆ ରହିବା ସତ୍ତ୍ୱେ ବେଙ୍ଗାଲୁରୁ ଏଫସି ବିପକ୍ଷ ମ୍ୟାଚକୁ ଡ୍ର ରଖି ଗୋଆ ଏହାର ମନୋବଳ ଦୃଢ଼ କରିଛି। ତେଣୁ ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ବର୍ତ୍ତମାନ ମୁମ୍ବାଇ ଦଳର ମୁଖ୍ୟ କୋଚ୍‌ ଥିବା ସର୍ଗିଓ ଲୋବେରା ପୂର୍ବରୁ ଗୋଆ ଦଳର କୋଚ୍‌ ଥିଲେ। ଟୁର୍ନାମେଣ୍ଟରେ ଲୋବେରା ପ୍ରଥମଥରପାଇଁ ନିଜର ପୂର୍ବ ଦଳକୁ ଭେଟିବାକୁ ଯାଉଛନ୍ତି। ଗତ ସିଜନରେ ଗୋଆ ଲିଗ୍‌ ବିଜେତା ଶିଲ୍ଡ ହାସଲ କରିଥିବାବେଳେ ଏଏଫସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ ପର୍ଯ୍ୟାୟ ଖେଳିଥିଲା। ଆଗାମୀ ମ୍ୟାଚରେ ଅଧିକ ପାସ୍‌ ଦେଖିବାକୁ ମିଳିବା ସମ୍ଭାବନା ରହିଛି। କାରଣ ଲୋବେରା ନିଜ ଦଳର ଖେଳାଳିଙ୍କୁ ବଲ୍‌ ଅଧିକ ସମୟ ନିଜ ପାଖରେ ନ ରଖି ଗ୍ରାଉଣ୍ଡର ଯେ କୌଣସି ସ୍ଥାନରେ ହେଉ ନା କାହିଁକି ପାସ୍‌ ଦେବାକୁ ନିଜ ଖେଳାଳିଙ୍କୁ ପରାମର୍ଶ ଦେଇଥାନ୍ତି। ଏଫସି ଗୋଆ କୋଚ୍‌ ଥିବାବେଳେ ମ୍ୟାଚ ପିଛା ପାସ୍‌ହାର ଥିଲା ୫୩୫। ଲୋବେରା ଯଦିଓ ମୁମ୍ବାଇ ଟିମ୍‌ ସହିତ ଅଧିକ ସମୟ ବିତାଇପାରି ନାହାନ୍ତି ତେବେ ନିଜ ଆଭିମୁଖ୍ୟ ସହିତ ଖେଳାଳିଙ୍କୁ ଅଭ୍ୟସ୍ତ କରାଇଛନ୍ତି। ନର୍ଥଇଷ୍ଟ ନିକଟରୁ ପ୍ରଥମ ମ୍ୟାଚରେ ହାରିଥିଲେ ହେଁ ୧୦ ଜଣିଆରେ ପରିଣତ ହୋଇଥିବା ମୁମ୍ବାଇ ଦଳ ୬୦ ପ୍ରତିଶତରୁ ଅଧିକ ବଲ୍‌ ନିଜ ପାଖରେ ରଖିବାରେ ସକ୍ଷମ ହୋଇଥିଲା ଏବଂ ୪୫୧ ପାସ୍‌ ଦେଇଥିଲା। ଯାହାକି ବର୍ତ୍ତମାନର ଟୁର୍ନାମେଣ୍ଟରେ ଅନ୍ୟ ଦଳ ଗୁଡ଼ିକ ତୁଳନାରେ ସର୍ବାଧିକ। ନର୍ଥଇଷ୍ଟର ପାସ୍‌ ସଂଖ୍ୟା ଥିଲା ୨୧୭। ବେଙ୍ଗାଲୁରୁ ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରଖିଥିବା ଜୁଆନ ପେରାଣ୍ଡୋଙ୍କ ଏଫସି ଗୋରେ ୪୪୮ ପାସ୍‌ ଦେଇ ଏହାର ନିକଟତର ହୋଇଥିଲା।
ପ୍ରଥମ ମ୍ୟାଚରେ ପରାଜୟ ସତ୍ତ୍ୱେ ନିଜ ଦଳର ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି ଲୋବେରା। ” ଅନ୍ୟ ଦଳ ଗୁଡ଼ିକ ତୁଳନାରେ ଆମ ଦଳର ଖେଳାଳିମାନେ ଅଧିକ ପାସ୍‌ ଦେଇଛନ୍ତି। କେବଳ ଶଟ୍‌ ଟାର୍ଗେଟ ପରିସଂଖ୍ୟାନକୁ ଦେଖିଲେ ହେବନାହିଁ। ଆମେ ଅନେକ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଛୁ। ଆମେ ୧୦ ଜଣିଆ ଦଳରେ ପରିଣତ ହୋଇଯାଇଥିଲେ ହେଁ ପ୍ରଭାବୀ ରହିଥିଲୁ। ତେବେ ଅନେକ କ୍ଷେତ୍ରରେ ଆମକୁ ଉନ୍ନତି କରିବାର ଅଛି“ ବୋଲି କୋଚ୍‌ କହିଛନ୍ତି। ନଭେମ୍ବର ୨୧ରେ ଅନୁଷ୍ଠିତ ଏହି ମ୍ୟାଚରେ ନର୍ଥଇଷ୍ଟର ଖାସା କାମାରାଙ୍କ ନିକଟରୁ ବିପଜ୍ଜନକଭାବେ ବଲ୍‌ ଛଡ଼ାଇବାକୁ ଉଦ୍ୟମରେ ମରକ୍କୋର ଜାହୋଉଙ୍କ ରେଫରି ସିଧାସଳଖ ରେଡ୍‌କାର୍ଡ ଦେଖାଇଥିଲେ। ଫଳରେ ମୁମ୍ବାଇ ଦଳ ୧୦ ଜଣରେ ପରିଣତ ହୋଇ ଯାଇଥିଲା। ଏଫସି ଗୋଆ କୋଚ୍‌ ଜୁଆନ ଫର୍ନାଣ୍ଡୋ କିନ୍ତୁ ପ୍ରତିପକ୍ଷ ଦଳ ସମ୍ପର୍କରେ ଭାବି ସମୟ ଅପଚୟ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସେ କେବଳ ନିଜ ଟିମ୍‌ ଉପରେ ଫୋକସ କରିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ସକାରାତ୍ମକଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୩ ପଏଣ୍ଟ ହାସଲ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ହେଉ କି ଅନ୍ୟ ଦଳ ୩ ପଏଣ୍ଟ ହାସଲ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଫର୍ନାଣ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri