Posted inଖେଳ

ଆଇଏସଏଲ ୨୦୨୦: ଗୋଆ-ମୁମ୍ବାଇ ସିଟି ମୁକାବିଲା

ମାର୍ଗାଓ, ୨୫।୧୧(ପି.ଟି.)- ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ରେ ବୁଧବାର ଏଫସି ଗୋଆ ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ନିଜର ପ୍ରଥମ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡ ନିକଟରୁ ହାରିଥିବାରୁ ମୁମ୍ବାଇ ସଫଳ ପ୍ରତ୍ୟାବର୍ତ୍ତନ ପଥରେ ରହିଛି। ଅନ୍ୟପକ୍ଷରେ ମ୍ୟାଚର ଅର୍ଦ୍ଧାଧିକ ସମୟ ୦-୨ରେ ପଛୁଆ ରହିବା ସତ୍ତ୍ୱେ ବେଙ୍ଗାଲୁରୁ ଏଫସି ବିପକ୍ଷ ମ୍ୟାଚକୁ ଡ୍ର ରଖି ଗୋଆ ଏହାର ମନୋବଳ ଦୃଢ଼ କରିଛି। ତେଣୁ ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ବର୍ତ୍ତମାନ ମୁମ୍ବାଇ ଦଳର ମୁଖ୍ୟ କୋଚ୍‌ ଥିବା ସର୍ଗିଓ ଲୋବେରା ପୂର୍ବରୁ ଗୋଆ ଦଳର କୋଚ୍‌ ଥିଲେ। ଟୁର୍ନାମେଣ୍ଟରେ ଲୋବେରା ପ୍ରଥମଥରପାଇଁ ନିଜର ପୂର୍ବ ଦଳକୁ ଭେଟିବାକୁ ଯାଉଛନ୍ତି। ଗତ ସିଜନରେ ଗୋଆ ଲିଗ୍‌ ବିଜେତା ଶିଲ୍ଡ ହାସଲ କରିଥିବାବେଳେ ଏଏଫସି ଚାମ୍ପିୟନ୍ସ ଲିଗ୍‌ର ଗ୍ରୁପ ପର୍ଯ୍ୟାୟ ଖେଳିଥିଲା। ଆଗାମୀ ମ୍ୟାଚରେ ଅଧିକ ପାସ୍‌ ଦେଖିବାକୁ ମିଳିବା ସମ୍ଭାବନା ରହିଛି। କାରଣ ଲୋବେରା ନିଜ ଦଳର ଖେଳାଳିଙ୍କୁ ବଲ୍‌ ଅଧିକ ସମୟ ନିଜ ପାଖରେ ନ ରଖି ଗ୍ରାଉଣ୍ଡର ଯେ କୌଣସି ସ୍ଥାନରେ ହେଉ ନା କାହିଁକି ପାସ୍‌ ଦେବାକୁ ନିଜ ଖେଳାଳିଙ୍କୁ ପରାମର୍ଶ ଦେଇଥାନ୍ତି। ଏଫସି ଗୋଆ କୋଚ୍‌ ଥିବାବେଳେ ମ୍ୟାଚ ପିଛା ପାସ୍‌ହାର ଥିଲା ୫୩୫। ଲୋବେରା ଯଦିଓ ମୁମ୍ବାଇ ଟିମ୍‌ ସହିତ ଅଧିକ ସମୟ ବିତାଇପାରି ନାହାନ୍ତି ତେବେ ନିଜ ଆଭିମୁଖ୍ୟ ସହିତ ଖେଳାଳିଙ୍କୁ ଅଭ୍ୟସ୍ତ କରାଇଛନ୍ତି। ନର୍ଥଇଷ୍ଟ ନିକଟରୁ ପ୍ରଥମ ମ୍ୟାଚରେ ହାରିଥିଲେ ହେଁ ୧୦ ଜଣିଆରେ ପରିଣତ ହୋଇଥିବା ମୁମ୍ବାଇ ଦଳ ୬୦ ପ୍ରତିଶତରୁ ଅଧିକ ବଲ୍‌ ନିଜ ପାଖରେ ରଖିବାରେ ସକ୍ଷମ ହୋଇଥିଲା ଏବଂ ୪୫୧ ପାସ୍‌ ଦେଇଥିଲା। ଯାହାକି ବର୍ତ୍ତମାନର ଟୁର୍ନାମେଣ୍ଟରେ ଅନ୍ୟ ଦଳ ଗୁଡ଼ିକ ତୁଳନାରେ ସର୍ବାଧିକ। ନର୍ଥଇଷ୍ଟର ପାସ୍‌ ସଂଖ୍ୟା ଥିଲା ୨୧୭। ବେଙ୍ଗାଲୁରୁ ବିପକ୍ଷରେ ୨-୨ରେ ମ୍ୟାଚ ଡ୍ର ରଖିଥିବା ଜୁଆନ ପେରାଣ୍ଡୋଙ୍କ ଏଫସି ଗୋରେ ୪୪୮ ପାସ୍‌ ଦେଇ ଏହାର ନିକଟତର ହୋଇଥିଲା।
ପ୍ରଥମ ମ୍ୟାଚରେ ପରାଜୟ ସତ୍ତ୍ୱେ ନିଜ ଦଳର ପ୍ରଦର୍ଶନରେ ସନ୍ତୁଷ୍ଟ ଅଛନ୍ତି ଲୋବେରା। ” ଅନ୍ୟ ଦଳ ଗୁଡ଼ିକ ତୁଳନାରେ ଆମ ଦଳର ଖେଳାଳିମାନେ ଅଧିକ ପାସ୍‌ ଦେଇଛନ୍ତି। କେବଳ ଶଟ୍‌ ଟାର୍ଗେଟ ପରିସଂଖ୍ୟାନକୁ ଦେଖିଲେ ହେବନାହିଁ। ଆମେ ଅନେକ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିଛୁ। ଆମେ ୧୦ ଜଣିଆ ଦଳରେ ପରିଣତ ହୋଇଯାଇଥିଲେ ହେଁ ପ୍ରଭାବୀ ରହିଥିଲୁ। ତେବେ ଅନେକ କ୍ଷେତ୍ରରେ ଆମକୁ ଉନ୍ନତି କରିବାର ଅଛି“ ବୋଲି କୋଚ୍‌ କହିଛନ୍ତି। ନଭେମ୍ବର ୨୧ରେ ଅନୁଷ୍ଠିତ ଏହି ମ୍ୟାଚରେ ନର୍ଥଇଷ୍ଟର ଖାସା କାମାରାଙ୍କ ନିକଟରୁ ବିପଜ୍ଜନକଭାବେ ବଲ୍‌ ଛଡ଼ାଇବାକୁ ଉଦ୍ୟମରେ ମରକ୍କୋର ଜାହୋଉଙ୍କ ରେଫରି ସିଧାସଳଖ ରେଡ୍‌କାର୍ଡ ଦେଖାଇଥିଲେ। ଫଳରେ ମୁମ୍ବାଇ ଦଳ ୧୦ ଜଣରେ ପରିଣତ ହୋଇ ଯାଇଥିଲା। ଏଫସି ଗୋଆ କୋଚ୍‌ ଜୁଆନ ଫର୍ନାଣ୍ଡୋ କିନ୍ତୁ ପ୍ରତିପକ୍ଷ ଦଳ ସମ୍ପର୍କରେ ଭାବି ସମୟ ଅପଚୟ କରିବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି। ସେ କେବଳ ନିଜ ଟିମ୍‌ ଉପରେ ଫୋକସ କରିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ସକାରାତ୍ମକଭାବେ ପ୍ରତିଦ୍ୱନ୍ଦ୍ୱିତା କରି ୩ ପଏଣ୍ଟ ହାସଲ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ହେଉ କି ଅନ୍ୟ ଦଳ ୩ ପଏଣ୍ଟ ହାସଲ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଫର୍ନାଣ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ ଟି-୨୦ ବିଶ୍ୱକପକୁ ସ୍ମରଣୀୟ କରିଦେଲା ସଞ୍ଜୁ ସାମସନଙ୍କ ଇନିଂସ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ପାନୀୟ ଗ୍ରହଣ କରିବା ପାଇଁ ଜଣାଶୁଣା ସଞ୍ଜୁ ସାମସନ ରବିବାର ରାତିରେ ଇଡେନ ଗାର୍ଡେନ୍ସରେ ଇତିହାସ ସୃଷ୍ଟି କରିଥିଲେ, ଯାହା…

ଫାଇନାଲକୁ ଯିବେ ଏହି ୨ ଦଳ: ଟି-୨୦ ବିଶ୍ୱକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୩।୩: ପୂର୍ବତନ ଅଷ୍ଟ୍ରେଲିୟ ଦ୍ରୁତ ବୋଲର ଗ୍ଲେନ ମ୍ୟାକଗ୍ରା ଟି-୨୦ ବିଶ୍ୱକପ ସେମିଫାଇନାଲ ପୂର୍ବରୁ ଏକ ସାହସିକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ଭାରତ ଏବଂ…

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଜିତିବ ୨୦୨୬ ଟି-୨୦ ବିଶ୍ୱକପ? ୨୦୦୭ ବିଶ୍ୱକପ ସହିତ ରହୁଛି ବିଶେଷ ସମ୍ପର୍କ

ନୂଆଦିଲ୍ଲୀ,୩।୩: ଭାରତୀୟ କ୍ରିକେଟ ଦଳ ୨୦୨୬ ଟି-୨୦ ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଟିମ ଇଣ୍ଡିଆ ମାର୍ଚ୍ଚ ୫ ରେ ଇଂଲଣ୍ଡ ବିପକ୍ଷରେ ସେମାନଙ୍କର ସେମିଫାଇନାଲ…

କିଏ ଅସନ୍ତୋଷ ପ୍ରକାଶ କଲେ, ଆଉ କେହି ଏହାକୁ ଏକ ପ୍ରଦର୍ଶନ ବୋଲି ଭାବିଥିଲେ…, IND vs PAK ହାତ ମିଳାଇବା ବିବାଦକୁ ନେଇ କ୍ରିକେଟ ଜଗତ ଦୁଇ ଭାଗ

ନୂଆଦିଲ୍ଲୀ,୩।୩: ଯେତେବେଳେ ବି ଭାରତ ଏବଂ ପାକିସ୍ତାନ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁହାଁମୁହିଁ ହୁଅନ୍ତି, ସେତେବେଳେ ଉତ୍ତେଜନା ସ୍ତର ଶୀର୍ଷରେ ଥାଏ। ଉଭୟ ଦଳର ଖେଳାଳିମାନେ…

ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ କଠୋର ଦଣ୍ଡ ଦେଲା PCB, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୩।୩: ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିବା ପରେ ପାକିସ୍ତାନୀ କ୍ରିକେଟ୍‌ ଟିମକୁ ବଡ଼ ଝଟକା ଲାଗିଛି। PCB ପାକିସ୍ତାନର ଟି-୨୦ ବିଶ୍ୱକପ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ୫୦ଲକ୍ଷ…

ଟି-୨୦ରେ ନୂଆ ରେକର୍ଡ ସୃଷ୍ଟି କଲେ ସୂର୍ଯ୍ୟକୁମାର, ରୋହିତ ଶର୍ମାଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ,୩।୩: ଭାରତୀୟ ଟି-୨୦ କ୍ରିକେଟରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏବେ ଭାରତର ସବୁଠାରୁ ସଫଳ ଟି-୨୦…

ବର୍ଷା ଯୋଗୁ ଯଦି ଭାରତ-ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିଫାଇନାଲ ବାତିଲ ହୁଏ, ତେବେ କିଏ ଯିବ ଫାଇନାଲକୁ? ଜାଣନ୍ତୁ କ’ଣ କହୁଛି ICC ନିୟମ

ନୂଆଦିଲ୍ଲୀ,୩।୩: ଭାରତ ଏବଂ ଇଂଲଣ୍ଡ ମାର୍ଚ୍ଚ ୫ରେ T20 ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବାକୁ…

ସେମିଫାଇନାଲରେ ଭାରତ ଖେଳ ବିଗାଡ଼ି ପାରନ୍ତି ଏହି ୫ ଇଂଲଣ୍ଡ ଖେଳାଳି

ମୁମ୍ବାଇ,୩।୩: ୨୦୨୬ ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଭାରତ ଦୁଇଥର ଚାମ୍ପିଅନ ଇଂଲଣ୍ଡକୁ ଭେଟିବ। ଏହି ଟୁର୍ନାମେଣ୍ଟରେ ଇଂଲଣ୍ଡ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri