ଭୁବନେଶ୍ୱର,୧୭ା୫: ପୁଣି ଅମାନିଆ ହୋଇଛି ଇସ୍କନ। ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ଅଦିନିଆ ରଥଯାତ୍ରା କରିଛି। ପ୍ରବାସୀ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ପ୍ରତିବାଦକୁ ନ ମାନି ଶନିବାର ଦୁଇ ଦେଶରେ ଇସ୍କନ ପକ୍ଷରୁ ରଥଯାତ୍ରା ପାଳନ କରାଯାଇଛି। ଜୋହାନ୍ସବର୍ଗ ଓ ଫ୍ଲୋରିଡାରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ କରାଯାଇଛି। ଫ୍ଲୋରିଡା ରଥଯାତ୍ରା ଆୟୋଜନକୁ ଓଡ଼ିଆ ସଂଗଠନର ପକ୍ଷରୁ ବିରୋଧ କରାଯାଇଥିବାବେଳେ ଜୋହାନ୍ସବର୍ଗରେ ମଧ୍ୟ ଅଦିନିଆ ରଥଯାତ୍ରାକୁ ବିରୋଧ କରିଛନ୍ତି ପ୍ରବାସୀ ଭାରତୀୟ।