Posted inଫୁରସତ

ମାଛ ଧରିବାକୁ ନଦୀରେ ବନ୍‌ଶୀ କଣ୍ଟା ପକାଇଲେ ମତ୍ସ୍ୟଜୀବୀ, ଏଥିରେ ଲାଗିଲା ଏକ ବିରାଟକାୟ…

ଅଷ୍ଟ୍ରେଲିଆର ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ନଦୀରେ ବନ୍‌ଶୀକଣ୍ଟା ପକାଇଥିଲେ। ମାତ୍ର ମାଛ ବଦଳରେ ଏଥିରେ ଏକ ବଡ଼ କୁମ୍ଭୀର ଲାଗିଗଲା। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
କ୍ୟାଥରିନ୍‌ ସହର ନିକଟସ୍ଥ ଟ୍ରେଣ୍ଟ୍‌ ଡେ ଏକ ଲୋକପ୍ରିୟ ମାଛଧରା ସ୍ଥାନ। ଏଠାରେ କେତେକ ମତ୍ସ୍ୟଜୀବୀ ନିଜ ପରିବାର ସହ ରହୁଛନ୍ତି। ଡି. ଓ୍ବିଦ୍‌ ଯିଏ କି ରୋଡ୍‌ ଏବଂ ରାଇଫଲ ଟ୍ୟାକଲଓ୍ବାଲର୍‌ଡ କ୍ୟାଥରିନ୍‌ର ପରିଚାଳନା କରନ୍ତି। ସେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ଭୟଙ୍କର କୁମ୍ଭୀରର ଫଟୋ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି ନଦୀ କୂଳରେ ଜଣେ ମତ୍ସ୍ୟଜୀବୀ ଠିଆ ହୋଇ ବନ୍‌ଶୀ ପକାଉଛନ୍ତି। ମାତ୍ର କଣ୍ଟାରେ ମାଛ ନ ପଡ଼ି ଏକ କୁମ୍ଭୀର ପଡ଼ିଯାଇଛି। ଭିଡିଓରେ କଣ୍ଟାରୁ କୁମ୍ଭୀରଟିକୁ କାଢ଼ିବାକୁ ମତ୍ସ୍ୟଜୀବୀ ଜଣକ ଚେଷ୍ଟା କରୁଛନ୍ତି। ମାତ୍ର କୁମ୍ଭୀର କଣ୍ଟା ଛାଡ଼ିବାକୁ ନାରାଜ।

ଭିଡିଓରେ ଦେଖିବାକୁ ମିଳିଛି କୁମ୍ଭୀରଟି ବାରମ୍ବାର ତଳଉପର ହେଉଛି। ସେ କଣ୍ଟାରୁ ବାହାରିବା ପାଇଁ ନୁହେଁ, ମତ୍ସ୍ୟଜୀବୀ ଜଣଙ୍କୁ ତା’ର ଶିକାର କରିବା ପାଇଁ ପୂରା ମାତ୍ରାରେ ଚେଷ୍ଟା କରୁଛି। ସୋମବାର ଶେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧.୫ ମିଲିୟନ ୟୁଜର ଦେଖିସାରିଲେଣି। କିଛି ଲୋକ ଏହି ଭିଡିଓକୁ ଦେଖି ଡରି ମଧ୍ୟ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଜିନି ଶାକରପଟି ଭୋଗ ପରମ୍ପରା: ଜାଣନ୍ତୁ ଏହା କ’ଣ

ବରଗଡ଼,୨ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ। ତେବେ ଏହି ପର୍ବ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢି ଚାଲିଛି।…

ଦେଖନ୍ତୁ ଭୟଙ୍କର ଭିଡ଼ିଓ, ଆମେରିକା ଆକ୍ରଣରେ IRGC ମୁଖ୍ୟାଳୟ ଧ୍ୱଂସ,US ସେଣ୍ଟ୍ରାଲ କମାଣ୍ଡ କହିଲେ…

ଓ୍ବାଶିଂଟନ,୨।୩: ଆମେରିକା ଏକ ବଡ଼ ଆକ୍ରମଣରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ମୁଖ୍ୟାଳୟକୁ ଧ୍ୱଂସ କରିଥିବା ନିଶ୍ଚିତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM)…

ଗୋଟି ଗୋଟି ହିସାବ ନେବୁ…ଇରାନକୁ ଟ୍ରମ୍ପଙ୍କ ଚେତାବନୀ

ଓ୍ବାଶିଂଟନ୍‌,୨।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ମଧ୍ୟ ତେହେରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି। ଆମେରିକା ସୈନ୍ୟବାହିନୀ…

ଯୁଦ୍ଧ ଭିତରେ ପ୍ରଥମେ UAE ପରେ ‘ବନ୍ଧୁ’ଙ୍କୁ ଫୋନ ଲଗାଇଲେ ମୋଦି, ଜାଣନ୍ତୁ କ’ଣ କଥା ହେଲେ

ନୂଆଦିଲ୍ଲୀ,୨।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ, ସେ ଏହି ଅଞ୍ଚଳରେ…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ଧୋନୀଙ୍କୁ ବଡ଼ ଝଟ୍‌କା: ମିଳିଲା ନୋଟିସ୍‌, ୧୫ ଦିନ ମଧ୍ୟରେ…

ରାଞ୍ଚି,୨।୩: ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିର ହାର୍ମୁ ଅଞ୍ଚଳରେ ତାଙ୍କ ବାସସ୍ଥାନ ପାଇଁ ଆବଣ୍ଟିତ ଜମିର ବାଣିଜି୍ୟକ ବ୍ୟବହାର ସମ୍ପର୍କରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର…

୧୨ ଘଣ୍ଟାରେ ଇରାନ୍‌ର ୯୦୦ ଠିକଣାରେ ବୋମାମାଡ଼

ତେହରାନ୍‌ ,୨ା୩: ଆମେରିକା ଏବଂ ଇସ୍ରାଏଲର ମିଳିତ ସେନା ଗତ ୧୨ ଘଣ୍ଟା ମଧ୍ୟରେ ଇରାନ୍‌ର ପ୍ରମୁଖ ୯୦୦ ଠିକଣାରେ ବୋମାମାଡ଼ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ଇରାନ୍‌ର ସାମରିକ…

ଆକ୍ରମଣ, ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାଙ୍କ ପ୍ରତିକ୍ରିୟା

ବ୍ରୁସେଲ୍ସ, ୨ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍‌ର ମିଳିତ ଆକ୍ରମଣ ଏବଂ ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁକୁ ନେଇ ବିଶ୍ୱନେତାମାନେ ମାପିଚୁପି ପ୍ରତିକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri