Posted inଜାତୀୟ

ବିହାର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା କଂଗ୍ରେସ, ଚାଷୀଙ୍କୁ ଋଣଛାଡ ପ୍ରତିଶ୍ରୁତି

ପାଟନା, ୨୧।୧୦: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଚାଷୀଙ୍କ ଋଣ ଛାଡ, ବିଦ୍ୟୁତ୍‌ ବିଲ୍‌କୁ ଅଧା କରିବା ସହିତ ବାଳିକାଙ୍କୁ ନ୍ୟାୟ ଦେବାର ପ୍ରତିଶ୍ରୁତି ଘୋଷଣା ପତ୍ରରେ ରହିଛି। ସେହିପରି ବେକାରଙ୍କୁ ମାସିକ ୧୫୦୦ ଶହ ଟଙ୍କା ଭତ୍ତା, କେଜିଠାରୁ ପିଜି ପର୍ଯ୍ୟନ୍ତ ବାଳିକାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଏଥିରେ କୁହାଯାଇଛି। ସ୍କୁଲ ଶିକ୍ଷାଦାନରେ ମୈଥିଳି ଭାଷାକୁ ଅନିବାର୍ଯ୍ୟ କରାଇବା, ଦ୍ୱାଦଶରେ ୯୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରୀଙ୍କୁ ସ୍କୁଟି ଯୋଗାଇଦେବା ସହିତ ୧୮ ମାସରେ ୨ ଲକ୍ଷ ୪୨ ହଜାର ଶିକ୍ଷକ ପଦବୀ ପୂରଣ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଲାଗି ଆଇନ ଅଣାଯିବାର ଲୋଭନୀୟ ପ୍ରତିଶ୍ରୁତି ଏଥିରେ ରହିଛି। ରାଜ୍ୟର ବିକାଶ ପାଇଁ କ୍ଷମତାରେ ପରିବର୍ତ୍ତନ ଅପରିହାର୍ଯ୍ୟ ବୋଲି ଘୋଷଣା ପତ୍ରରେ ଦର୍ଶାଯାଇଛି। ବୁଧବାର ଜାରି ହୋଇଥିବା ଏହି ଘୋଷଣା ପତ୍ରର ନାମ ପରିବର୍ତ୍ତନ ପତ୍ର(ବଦଲାବ ପତ୍ର) ରଖାଯାଇଛି। ଏହାକୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଶକ୍ତି ସିଂ ଗୋହିଲ, ପ୍ରବକ୍ତା ରଣଦୀପ୍‌ ସୁରେଜଓ୍ବାଲା, ରାଜ ବବରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତ ୨୪ ଘଣ୍ଟାରେ ୮୭ ପୋଲିସ କରୋନା ପଜିଟିଭ

ମୁମ୍ବାଇ,୨୪।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ବେଳକୁ ବେଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ...

ଶରୀରକୁ ସୁସ୍ଥ, ମନକୁ ଶାନ୍ତ ରଖେ ଯୋଗ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଅଭ୍ୟାସ କରିଛନ୍ତି। ଯୋଗ ଯେ ମଣିଷର ଶରୀରକୁ ସୁସ୍ଥ ରଖିବା ସହ ମନକୁ...

ଦିଲ୍ଲୀ ନିର୍ବାଚନରେ ବୃଦ୍ଧ, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ପୋଷ୍ଟାଲ ବାଲଟରେ ଦେଇପାରିବେ ଭୋଟ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ସୋମବାର ନିର୍ବାଚନ କମିଶନ ସୁନୀଲ ଅରୋରା ଖବରଦାତା ସମ୍ମିଳନୀ କରି ଆସନ୍ତା ବିଧାନସଭା ନିର୍ବାଚନ ଓ...

ଏଠି ଠାକୁରଙ୍କୁ ନଗଦ ଅର୍ଥ ଦାନ କରିପାରିବେନି ଭକ୍ତ

ଭାରତରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନୋଟବନ୍ଦୀ ଘୋଷଣା କରିବା ପରେ ପ୍ରାୟ ସମସ୍ତେ କ୍ୟାଶ୍‌ ଲେସ୍‌ ଟ୍ରାଞ୍ଜାକଶନ୍‌କୁ ଗୁରୁତ୍ୱ ଦେଇଆସୁଛନ୍ତି। ଏମିତିକି ଏଥିରୁ ବାଦ୍‌ ପଡି...

ଭାରତରେ ୩ ମାସ ରହିବ କରୋନା ଭୂତାଣୁ !

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ ତେବେ କରୋନାଠାରୁ ଦୂରେଇ ରହିବାକୁ...

କର୍ନାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ ନିଖୋଜ: ଥିଲା ୭ ହଜାର କୋଟି ଋଣ ବୋଝ

ବେଙ୍ଗାଲୁରୁ,୩୦।୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେର ମାଲିକ ଭିି.ଜି. ସିଦ୍ଧାର୍ଥ ନିଖୋଜ ହୋଇଯାଇଛନ୍ତି। ତାଙ୍କର ସନ୍ଧାନରେ ପୋଲିସ ପକ୍ଷରୁ...

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ...

ଭଗବାନ ଶଙ୍କରଙ୍କ ବେଶ ଛାଡି ଏବେ କଳାଚଷମାରେ ନଜର ଆସିଲେ ତେଜ ପ୍ରତାପ

ପାଟନା, ୫।୮: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ପୁଣି ଥରେ ଭିନ୍ନ ଅବତାରରେ ନଜର ଆସିଛନ୍ତି। କେତେବେଳେ ସେ...

Play 250+ Trending Games
Archives

Model This Week

Why Dharitri