Categories: ଖେଳ

କୋହଲିଙ୍କ ଭାଗରେ ପଡ଼ିଲା ନାହିଁ ଟସ୍‌

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ କର ବା ମର ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭାଗରେ ଟସ୍‌ ପଡ଼ିନାହିଁ। ଯାହା ଆଶା କରାଯାଉଥିଲା ନ୍ୟୁଜିଲାଣ୍ଡ ଅଧିନାୟକ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଅଣ୍ଟାଜନିତ ସମସ୍ୟା କାରଣରୁ ସୂର୍ଯ୍ୟକୁମାର ଯାଦବ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ଇଶାନ କିଷନ ଖେଳିବେ। ସେହିଭଳି ଫର୍ମରେ ନ ଥିବା ଭୁବନେଶ୍ୱର କୁମାରଙ୍କ ବଦଳରେ ଶାର୍ଦ୍ଦୁଳ ଠକୁରଙ୍କୁ ଦଳରେ ଯାଗା ମିଳିଛି।

Share